5ଟିର ପ୍ରଭାବ । ପୋଲିସ ଶୁଣୁଛି ଜନତାଙ୍କ ଅଭିଯୋଗ । ରଖୁଛି ଏତଲା । ପ୍ରାୟ 90 ଭାଗ ଅଭିଯୋଗକାରୀ ପୋଲିସର ପ୍ରାଥମିକ ବ୍ୟବହାର ଓ ତଦନ୍ତରେ ଖୁସି ଅଛନ୍ତି । ଏ କଥା କହିଛନ୍ତି ପୋଲିସ ଡିଜିପି ।
Trending Photos
ଭୁବନେଶ୍ୱର: ପୋଲିସ ବ୍ୟବହାରରେ ଜନତା ସନ୍ତୁଷ୍ଟ । ଶତକଡା 90 ଭାଗ ଲୋକେ ପୋଲିସର ପରିବର୍ତ୍ତିତ ବ୍ୟବହାର ଓ ସେବାରେ ସନ୍ତୁଷ୍ଟ ଅଛନ୍ତି । ବିଶେଷ କରି ମୋ ସରକାର ଯୋଜନା ଓ 5ଟି ପୋଲିସ ବିଭାଗରେ ଲାଗୁ ହେବା ପରେ ଏ ରିପୋର୍ଟ ଆସିଛି । ଆଜି ପୋଲିସ ଡିଜିପି ଅଭିଯୋଗକାରୀଙ୍କ ସହ ଫୋନରେ କଥା ହେବା ବେଳେ ଏପରି ତଥ୍ୟ ମିଳିଛି । ଅକ୍ଟୋବର 2 ତାରିଖରୁ ଲାଗୁ ହୋଇଥିବା 5Tର କାର୍ଯ୍ୟକାରୀ ନେଇ ପୋଲିସ ଡିଜି ସମୀକ୍ଷା କରିଥିଲେ ।
5ଟିର ପ୍ରଭାବ । ପୋଲିସ ଶୁଣୁଛି ଜନତାଙ୍କ ଅଭିଯୋଗ । ରଖୁଛି ଏତଲା । ପ୍ରାୟ 90 ଭାଗ ଅଭିଯୋଗକାରୀ ପୋଲିସର ପ୍ରାଥମିକ ବ୍ୟବହାର ଓ ତଦନ୍ତରେ ଖୁସି ଅଛନ୍ତି । ଏ କଥା କହିଛନ୍ତି ପୋଲିସ ଡିଜିପି । ଆଜି ଅର୍ଥାତ ଗୁରୁବାର ଡିଜି କ୍ୟାମ୍ପ ଅଫିସରେ ମୋ ସରକାର ଯୋଜନାର ସମୀକ୍ଷା ବେଳେ ଅଭିଯୋଗାକାରୀ ଓ ଏତଲାକାରୀ ପୋଲିସକୁ ଗୁଡ୍ ମାର୍କ ଦେଇଛନ୍ତି ।
ଡିଜିପି ଇନ ଚାର୍ଜ ସତ୍ୟଜିତ ମହାନ୍ତି ଆଜି ମୋଟ 10 ଜଣ ଏତଲାକାରୀ ଓ ଅଭିଯୋଗକାରୀଙ୍କ ସହ ଫୋନରେ ସିଧା ସଳଖ ଆଲୋଚନା କରିଥିଲେ । ରାଜ୍ୟର ବିଭିନ୍ନ ପୋଲିସ ଷ୍ଟେସନରେ ପଞ୍ଜୀକୃତ ହୋଇଥିବା ଅଭିଯୋଗ ଓ ତଦନ୍ତର ଅଗ୍ରଗତି ସଂପର୍କରେ ପଚାରି ବୁଝିଛନ୍ତି । ଜମିଜମା ମାମଲା ଠାରୁ ଆଗମ୍ଭ କରି ଅପରାଧୀକ ମାମଲାର ଅଗ୍ରଗତି ସମୀକ୍ଷା କରିଛନ୍ତି । ଭଦ୍ରକ, ଫୁଲବାଣୀ, ପୁରୀ, କଟକ, ରାୟଗଡା, ଗଂଜାମ ଭଲି ଜିଲ୍ଲାର ଲୋକଙ୍କ ସହ ସିଧା ସଳଖ ତଦନ୍ତ ଓ ପୋଲିସ ବ୍ୟବହାର ବାବଦରେ ପଚାରି ବୁଝିଛନ୍ତି ଡିଜିପି ।
ତେବେ କଟକ ଜଗତପୁର ଥାନା ପ୍ରତି ମିଲିଛି ନେଗେଟିଭ୍ ମାର୍କିଂ । ସେପଟେ ଡିଜିପି କହିଛନ୍ତି ଅକ୍ଟୋବର 2ରୁ ବର୍ତ୍ତମାନ ଯାଏ ମୋଟ 60 ହଜାର ଲୋକଙ୍କ ଏତଲା ମୋ ସରକାର ସର୍ଭରରେ ରିସିଭ୍ ହୋଇଛି । ସେଥି ମଧ୍ୟରୁ ପ୍ରାୟ 24 ହଜାର ଏତଲାକାରୀଙ୍କ ଠାରୁ ପୋଲିସ ଫିଡ୍ ବ୍ୟାକ୍ ଗ୍ରହଣ କରିଛନ୍ତି । ଡିଜି, ଡିଆଇଜି ଓ ନୋଡାଲ ଅଫିସର ଏହା ପରେ ଉକ୍ତ ଥାନାକୁ ମାର୍କିଂ କରିଛନ୍ତି ।