Baba Lingaraj: ରୁକୁଣା ରଥଯାତ୍ରା ପରେ ବିନା ଭକ୍ତରେ ହେବ ଚନ୍ଦନଯାତ୍ରା
Advertisement
Article Detail0/zeeodisha/odisha897401

Baba Lingaraj: ରୁକୁଣା ରଥଯାତ୍ରା ପରେ ବିନା ଭକ୍ତରେ ହେବ ଚନ୍ଦନଯାତ୍ରା

ଆସନ୍ତା ୧୫ ତାରିଖ ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହେବ ବାବା ଲିଙ୍ଗରାଜଙ୍କ ଚାପଖେଳ ଅର୍ଥାତ ଚନ୍ଦନଯାତ୍ରା।

Baba Lingaraj: ରୁକୁଣା ରଥଯାତ୍ରା ପରେ ବିନା ଭକ୍ତରେ ହେବ ଚନ୍ଦନଯାତ୍ରା

ଭୁବନେଶ୍ବର: ବିନା ଭକ୍ତରେ ହେବ ଲିଙ୍ଗରାଜଙ୍କ ଚନ୍ଦନଯାତ୍ରା। ଚଳିତ ମାସ ୧୫ ତାରିଖରୁ ୨୨ ଦିନ ଧରି ବିନ୍ଦୁ ସାଗରରେ ଚାପି ଖେଳିବେ ବାବା ଲିଙ୍ଗରାଜ। ଏଥର ଚାପଖେଳ ପାଇଁ ବିଏମସି ଅନୁମତି ଦେଇଥିବା ବେଳେ କୋଭିଡ କଟକଣା ଅନୁଯାୟୀ ଯାତ୍ରା କରିବାକୁ ଦିଆଯାଇଛି ନିର୍ଦେଶ। 

ମୋଟ ୧୫ ଜଣ ସେବାୟତଙ୍କ ସହ ଏଥର ନୀତି ସମ୍ପନ୍ନ ହେବ। ଆସନ୍ତା ୧୫ ତାରିଖ ଅକ୍ଷୟ ତୃତୀୟା (Akshaya Tritiya) ଠାରୁ ଆରମ୍ଭ ହେବ ବାବା ଲିଙ୍ଗରାଜଙ୍କ (Baba Lingaraj) ଚାପଖେଳ ଅର୍ଥାତ ଚନ୍ଦନଯାତ୍ରା (Chandan Yatra)। ପ୍ରାୟ ୨୨ ଦିନ ଧରି ଚାଲିବ ଏହି ଯାତ୍ରା। କୋଭିଡ କଟକଣା ମଧ୍ୟରେ ବିନା ଶ୍ରଦ୍ଧାଳୁରେ ଚାପଖେଳ କରିବାକୁ ଗାଇଡ଼ଲାଇନ୍ସ (Corona Guidelines) ଜାରି କରାଯାଇଛି। ଏନେଇ ପ୍ରାୟ ୧୪ ନିୟମ ରହିଥିବା ବେଳେ ଏହାକୁ କିଭଳି କଡାକଡି ପାଳନ କରାଯିବ ସେ ନେଇ ନିର୍ଦ୍ଦେଶନାମା ଜାରିହୋଇଛି।

Also Read: ଭିତରେ ଠାକୁର, ବାହାରେ ପୋଲିସ, ଭକ୍ତ ନିରାଶ

ଲିଙ୍ଗରାଜ ମନ୍ଦିର ପ୍ରଶାସନ (Linaraj Temple Adminstration) ପକ୍ଷରୁ ଏହି ୧୫ ଜଣ ସେବାୟତଙ୍କ ନାମ ଭୁବନେଶ୍ୱର ମହାନଗର ନିଗମ-ବିଏମସି (Bhubaneswar Municipal Corporation-BMC) କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ। ବିଏମସି ପାଖରେ ୧୫ ଜଣଙ୍କ ଆରଟିପିସିଆର ନେଗେଟିଭ ରିପୋର୍ଟ (RTPCR Negative Report) ମିଳିବା ପରେ ଚାପଖେଳ ପାଇଁ ମିଳିବ ଅନୁମତି।  

ଚାପଖେଳ ପାଇଁ ବ୍ୟବହାର ହେବାକୁ ଥିବା ଡଙ୍ଗାକୁ ସମ୍ପୂର୍ଣ୍ଣ ବିଶୋଧନ (Sanitization) କରାଯିବ। ପୂଜା, ଯାତ୍ରା, ନୀତିକାନ୍ତିରେ ନିୟୋଜିତ ସେବାୟତ (Linaraj Temple Sevayat) ସର୍ବଦା ମାସ୍କ (Mask) ପିନ୍ଧିବେ। ଏହା ସହ ୬ ଫୁଟ ଦୂରତା ମଧ୍ୟ ସମ୍ଭବତଃ ବଜାୟ ରଖିବେ। ପାନ, ଗୁଟକା ଖାଇବା କିମ୍ବା ଛେପ ପକାଇ ପାରିବେ ନାହିଁ କୌଣସି ସେବାୟତ। ଥର୍ମାଲ ସ୍କ୍ରିନିଂ (Thermal Screening) ସାଙ୍ଗକୁ ହାତ ଧୋଇବା, ସାନିଟାଇଜର (Sanitizer) ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେବେ। 

Also Read: ଆଜି ରୁକୁଣା ରଥଯାତ୍ରା: ବିନା ଭକ୍ତରେ ରଥ ଟଣା, ଛାତ ଉପରୁ ଦର୍ଶନ ମନା

 

ଥଣ୍ଡା,ଜ୍ୱର, କାଶ ଲକ୍ଷଣ ଥିଲେ ପୂଜାକାର୍ଯ୍ୟରେ ସାମିଲ ହୋଇପାରିବେ ନାହିଁ କୌଣସି ସେବାୟତ। ଏହାସହ ବାଣ, ପାଣି ପାଉଚ ସମ୍ପୂର୍ଣ୍ଣ ବାରଣ ହୋଇଛି। କେବେଳ ନୀତିକାନ୍ତି ବ୍ୟତୀତ କୌଣସି ପ୍ରକାର ମେଳା, ମହୋତ୍ସବ କିମ୍ବା ମେଳଣ ଲାଗିପାରିବ ନାହିଁ। ଏନେଇ ମନ୍ଦିର ପ୍ରଶାସନ ବିଶେଷ ଧ୍ୟାନ ଦେବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଅସହ୍ୟ ଗରମ ଆଉ ଗୁଳୁଗୁଳିରୁ ନିସ୍ତାର ପାଇଁ ଚନ୍ଦନ ଲାଗି ହୋଇ ପାଣିରେ ଚାପିଖେଳିଥାନ୍ତି ମହାପ୍ରଭୁ ଲିଙ୍ଗରାଜ। ପୂର୍ବରୁ ବିନା ଭକ୍ତରେ ବାବାଙ୍କ ରୁକୁଣା ରଥଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇସାରିଛି।