ଜେଇଇ ମେନ ପରେ ଏବେ ୟୁଜି-ପିଜି ପରୀକ୍ଷା ଆୟୋଜନ ଉପରେ ନଜର
Advertisement
Article Detail0/zeeodisha/odisha739489

ଜେଇଇ ମେନ ପରେ ଏବେ ୟୁଜି-ପିଜି ପରୀକ୍ଷା ଆୟୋଜନ ଉପରେ ନଜର

ଅନେକ ବାଦ ବିବାଦ ଓ କୋରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି ସର୍ବାଭାରତୀୟ ଜେଇଇ ମେନ ପରୀକ୍ଷା (JEE Main)। ଆଉ ଏବେ ସ୍ନାତକ-ୟୁଜି(UG-Under Graduate) ଓ ସ୍ନାତକତ୍ତୋର-ପିଜି (PG-Post Gratuate) ସେମିଷ୍ଟର ପରୀକ୍ଷା ହେବା ନେଇ ବାଜିଛି ମୋହର । ଏନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଗତକାଲି ଉଚ୍ଚଶିକ୍ଷା ବିଭ

ଜେଇଇ ମେନ ପରେ ଏବେ ୟୁଜି-ପିଜି ପରୀକ୍ଷା ଆୟୋଜନ ଉପରେ ନଜର

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଅନେକ ବାଦ ବିବାଦ ଓ କୋରୋନା କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି ସର୍ବାଭାରତୀୟ ଜେଇଇ ମେନ ପରୀକ୍ଷା (JEE Main)। ଆଉ ଏବେ ସ୍ନାତକ-ୟୁଜି(UG-Under Graduate) ଓ ସ୍ନାତକତ୍ତୋର-ପିଜି (PG-Post Gratuate) ସେମିଷ୍ଟର ପରୀକ୍ଷା ହେବା ନେଇ ବାଜିଛି ମୋହର । ଏନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆସିବା ପରେ ଗତକାଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯିବା ପରେ ବିଶ୍ୱବିଦ୍ୟାଳୟ (University), ସ୍ୱୟଂଶାସିତ ମହାବିଦ୍ୟାଳୟ (Autonomous College) ପକ୍ଷରୁ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ ।
 
କୋରୋନା କଟକଣା ମଧ୍ୟରେ କିପରି ପରୀକ୍ଷା ହେବ, ପରିଚାଳନରେ କ'ଣ ସବୁ ବ୍ୟବସ୍ଥା କରାଯିବ, ଗୋଟିଏ ହଲରେ କେତେ ପରୀକ୍ଷାର୍ଥୀ ରହିବେ, ପ୍ରବେଶ ଓ ପ୍ରସ୍ଥାନ ସହ ପରୀକ୍ଷା କେନ୍ଦ୍ରରେ କିପରି ସଠିକ ଭାବେ ସାମାଜିକ ଦୂରତା ବଜାୟ ରହିବ, ଏସବୁ ଦିଗକୁ ନେଇ ସରକାରଙ୍କ ଗାଇଡଲାଇନ ପାଳନ କରି ଠିକଣା ଢଙ୍ଗରେ ପରୀକ୍ଷା ପରିଚାଳନା କରିବାକୁ ଅଣ୍ଟା ଭିଡିଛନ୍ତି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷ । ସେପଟେ ହଁ ନାହିଁର ଦ୍ୱନ୍ଦ ମଧ୍ୟରେ ପରୀକ୍ଷା ପାଇଁ ସବୁଜ ସଙ୍କେତ (Green Signal) ମିଳିବା ପରେ ପରୀକ୍ଷା ପ୍ରସ୍ତୁତି ଆରମ୍ଭ କରିବେ ଛାତ୍ରଛାତ୍ରୀ ।

ବାତିଲ ହେବନି ୟୁଜି/ପିଜି ପରୀକ୍ଷା । ଚଳିତ ବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ପରୀକ୍ଷା ଏବଂ ଅକ୍ଟୋବର ୩୧ ସୁଦ୍ଧା ବାହାରିବ ଫଳ । ୟୁଜିସି ମାର୍ଗଦର୍ଶିକା ଅନୁଯାୟୀ ଅଫ୍ ଲାଇନ୍ (Off Line), ଅନ୍ ଲାଇନ୍ (On Line) ଏବଂ ବ୍ଲେଣ୍ଡେଡ ବା ଉଭୟ ଅନ୍ ଲାଇନ୍ ଓ ଅଫ୍ ଲାଇନ ମୋଡ଼ରେ ପରୀକ୍ଷା ଦେବାର ଅନୁମତି ଥିବା ବେଳେ ସମ୍ପକ୍ତ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟ ଉପଯୁକ୍ତ ପରୀକ୍ଷା ପଦ୍ଧତିର ନିଷ୍ପତ୍ତି ନେବାକୁ ଉଚ୍ଚଶିକ୍ଷା ବିଭାଗ କହିଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ଆରମ୍ଭ କରିଦେଇଛନ୍ତି ପ୍ରସ୍ତୁତି ।
 
ପୂର୍ବରୁ ପ୍ରଶ୍ନପତ୍ର ଶେଷ ହୋଇଥିବା ବେଳେ ଆନୁଷଙ୍ଗୀକ ବ୍ୟବସ୍ଥା ଓ ପରୀକ୍ଷା ପଦ୍ଧତି ପାଇଁ ପରିଚାଳନା କମିଟି ବୈଠକ ଡାକି ବିଚାର ବିମର୍ଷ ଆରମ୍ଭ ହୋଇଯାଇଛି । ରାଜଧାନୀର ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ଅଫଲାଇନ ପରୀକ୍ଷା ପାଇଁ ବ୍ୟବସ୍ଥା କରାଯାଉଥିବା ବେଳେ ଉଭୟ ଅଫ୍ ଲାଇନ ଓ ଅନଲାଇନ ପରୀକ୍ଷା ପାଇଁ ପ୍ରସ୍ତୁତ ଆରମ୍ଭ କରିଛି ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ । କୋରୋନା କଟକଣା ମଧ୍ୟରେ ପରୀକ୍ଷା ଆୟୋଜନ କରିବାକୁ ଆହ୍ୱାନ ଭାବେ ନେଇଛନ୍ତି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ସମସ୍ତ ପ୍ରକାର କୋଭିଡ କଟକଣା ପାଳନ କରି ପରୀକ୍ଷା ପରିଚାଳନା କରିବାକୁ ନିଷ୍ପତ୍ତି ହୋଇଛି ।

ଏହାସହ ପରୀକ୍ଷା ହଲ୍ ବୃଦ୍ଧି କରି ଗୋଟିଏ ହଲରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ହ୍ରାସ କରିବାକୁ ବ୍ୟବସ୍ଥା କରିଯିବା ସହ ହଲ୍, ପରୀକ୍ଷାର୍ଥୀ, ପର୍ଯ୍ୟବେକ୍ଷକଙ୍କ ଉପଯୁକ୍ତ ବିଶୋଧନ (Sanitization) ପ୍ରତି ଗୁରୁତ୍ୱ ଦିଆଯାଉଛି । ଖୁବଶୀଘ୍ର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ପରୀକ୍ଷା ତାରିଖ ଘୋଷଣା କରି ବିଜ୍ଞପ୍ତି ପ୍ରକାଶ କରିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ଦାବି କରିଛନ୍ତି । ଅପରପକ୍ଷେ ଯେଉଁ ଛାତ୍ରଛାତ୍ରୀ ଏବେ ପରୀକ୍ଷା ଦେବାକୁ ନ ଚାହିଁବେ ବା ଦେଇପାରିବେ ନାହିଁ ସେମାନଙ୍କ ଲାଗି କୋଭିଡ ୧୯ର ଭୟାଭୟତା କମିବା ପରେ ଡିସେମ୍ବର ମାସରେ ପେନ୍ (Pen) ପେପର୍ (Paper) ମାଧ୍ୟମରେ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ପରୀକ୍ଷା କରିବା ନେଇ ବିଭାଗ ଜଣାଇଛି ।