ଯାଞ୍ଚ ହେବ ଡାକ୍ତରଙ୍କ ସାର୍ଟିଫିକେଟ
Advertisement
Article Detail0/zeeodisha/odisha597036

ଯାଞ୍ଚ ହେବ ଡାକ୍ତରଙ୍କ ସାର୍ଟିଫିକେଟ

ମୋ ସରକାର ଯୋଜନାରେ ସ୍ୱଚ୍ଛତା ବଜାୟ ରଖିବା ସହ ସମସ୍ତ ଡାକ୍ତରଙ୍କ ସମ୍ପର୍କରେ ସଠିକ ତଥ୍ୟ ରହିବା ନେଇ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।

ଯାଞ୍ଚ ହେବ ଡାକ୍ତରଙ୍କ ସାର୍ଟିଫିକେଟ

ଭୁବନେଶ୍ୱର: ଏଣିକି ସମସ୍ତ ଡାକ୍ତରଙ୍କ ସାର୍ଟିଫିକେଟ ଯାଞ୍ଚ ହେବ । ସୁନ୍ଦରଗଡ଼ରେ ନକଲି ଡାକ୍ତର ଗିରଫ ହେବାପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ସମସ୍ତ ଜିଲ୍ଲାପାଳଙ୍କୁ ଏ ନେଇ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ । ସମସ୍ତ ଡାକ୍ତରଙ୍କ ସାର୍ଟିଫିକେଟ medico legal opinion system ମାଧ୍ୟମରେ ଦାଖଲ କରିବା ଆବଶ୍ୟକ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ରାଜ୍ୟ ଅପରାଧ ନିୟନ୍ତ୍ରଣ ଶାଖା crime record bureau ନିକଟରେ ସମସ୍ତ ଡାକ୍ତରଙ୍କ ସଠିକ ତଥ୍ୟ ରହିବା ଆବଶ୍ୟକ ବୋଲି ମୁଖ୍ୟ ଶାସନ ସଚିବ ନିଜ ଚିଠିରେ ଲେଖିଛନ୍ତି । ମୋ ସରକାର ଯୋଜନାରେ ସ୍ୱଚ୍ଛତା ବଜାୟ ରଖିବା ସହ ସମସ୍ତ ଡାକ୍ତରଙ୍କ ସମ୍ପର୍କରେ ସଠିକ ତଥ୍ୟ ରହିବା ନେଇ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।

ସୂଚନା ମୁତାବକ, ଗତ୧୩  ତାରିଖରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ଅଞ୍ଚଳରୁ ଜଣେ ନକଲି ଡାକ୍ତର ଗିରଫ ହୋଇଛନ୍ତି । ସେ ଜାଲ୍ ସାର୍ଟିଫିକେଟ୍ ବଳରେ ସ୍ୱାସ୍ଥ୍ୟ ବିଭାଗକୁ ଚୁନ ମାରି ତିନି ବର୍ଷ କାଳ ଜଣେ ନକଲି ଡାକ୍ତର ଭାବେ ରୋଗୀଙ୍କ ଚିକିତ୍ସା କରିଆସୁଥିଲେ । ଏହି  ଘଟଣା ସାମ୍ନାକୁ ଆସିବା ପରେ ବିଭାଗ ପକ୍ଷରୁ ଏନେଇ ତତ୍ପରତା ପ୍ରକାଶ ପାଇଛି ।