Advertisement

Odisha news

alt
Feb 17,2025, 18:29 PM IST
alt
Odisha News: ଡାଇଲୋସିସ ର କଷ୍ଟ ସହି ନପାରି ମେଡିକାଲ ଛାତ ରୁ ଡେଇଁ ଆତ୍ମହତ୍ୟା କଲେ ଜଣେ ରୋଗୀ।କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ଦୀର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧ ହେବ କଣ୍ଟିପାଳ ଗାଁର ବିଜୟ ବେହେରା ନାମକ ଜଣେ କିଡ଼ନୀ ରୋଗୀ ଡାଇଲୋସିସ ହେଉଥିଲେ। ଦିନକୁ ଦିନ ପରିବାର ପରିସ୍ଥିତି ସହିତ ତାଙ୍କ ରୋଗର କଷ୍ଟ ଅସହନୀୟ ହୋଇଥିଲା। ଆଜି ସକାଳୁ ସେ ମେଡିକାଲ କୁ ଡାଇଲୋସିସ ହେବା ପାଇଁ ଆସିଥିଲେ। ସେହି ସମୟରେ ମେଡିକାଲ କର୍ମଚାରୀ କେହି ଆସି ନଥିବା ବେଳେ ନିଜ ପତ୍ନୀ କୁ ଜଳଖିଆ ଆଣିବାକୁ ପଠାଇ ନିଜେ ଛାତ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରି ମେଡିକାଲ ରେ ଚିକିତ୍ସା କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି।  
Feb 17,2025, 16:16 PM IST
alt
Shocking Video: ଗଜପତି ଜିଲ୍ଲା ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜଣେ ଯୁବକ ଗୁରୁତର ଅବସ୍ଥାରେ ଭର୍ତି ହୋଇ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଯୁବକ ହେଲେ ମୋହନା ଥାନା ଅନ୍ତର୍ଗତ ମଳାସପଦର ପଞ୍ଚାୟତ ରୁଝାଙ୍ଗି ଗ୍ରାମର ଲୋକନାଥ ଗମାଙ୍ଗ। ମିଳିଥିବା ସୂଚନା ଅନୁଯାୟୀ ଲୋକନାଥ ପ୍ରାୟ ଏକ ବର୍ଷରୁ ଉର୍ଦ୍ଧ୍ବ ହେବ କୈାଣସି ଦୂରାରୋଗ୍ୟ ରେ ପିଡିତ ଥିଲେ। ରୋଗରୁ ଭଲ ହେବା ପାଇଁ ପରିବାର ଲୋକେ ବିଭିନ୍ନ ମେଡିକାଲ ଠାରୁ ଆରମ୍ଭ କରି ବିଭିନ୍ନ ଦେବା ଦେବୀକୁ ପୂଜା କରିବା ସହ ପାଞ୍ଚ ମାସ ଧରି ପ୍ରାର୍ଥନା କରିଆସୁଥିଲେ। ଏଥିପାଇଁ ସେ ହିନ୍ଦୁରୁ ଖ୍ରୀଷ୍ଟଧର୍ମକୁ ପରିବର୍ତ୍ତନ କରିଥିଲେ ତଥାପି ରୋଗ ଭଲ ନହେବାରୁ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଯାଇ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଲୋକନାଥଙ୍କ ପରିବାର ଲୋକେ କହିଛନ୍ତି । 
Feb 13,2025, 13:22 PM IST
alt
Feb 12,2025, 17:39 PM IST
alt
Feb 4,2025, 15:39 PM IST
View More

Trending news