ବିଏମସି ପକ୍ଷରୁ ପ୍ରଥମେ ମନ୍ଦିର ପରେ ରାସ୍ତାକଡ, ଛକ ଭଳି ସ୍ଥାନରୁ ଭିକାରୀଙ୍କୁ ଉଦ୍ଧାର କରି ଥଇଥାନ କରିବା ସହ ପ୍ରଶିକ୍ଷଣ ଦେଇ ସ୍ବାବଲମ୍ବୀ କରିବାକୁ ଯୋଜନା କରାଯାଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ କାଯ୍ୟକାରୀ ହୋଇପାରିନାହିଁ।
Trending Photos
ଭୁବନେଶ୍ବର: ଟଙ୍କାଟିଏ ନୁହେଁ ବରଂ ଆତ୍ମସମ୍ମାନ ଦିଅ। ସ୍ମାର୍ଟ ସିଟି ଭୁବନେଶ୍ବରକୁ ଭିକ୍ଷୁକ ମୁକ୍ତ କରିବା ଅଭିଯାନରେ ଆଉ ପାଦେ ଆଗେଇ ଏପରି ନିଆରା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାସ୍ତା କଡରୁ ଉଦ୍ଧାର ହୋଇ ଆଶ୍ରୟସ୍ଥଳରେ ଥିବା ଅନ୍ତେବାସୀଙ୍କ ଦ୍ବାରା ପଥପ୍ରାନ୍ତ ନାଟକ ପରିବେଷଣ କରାଯାଇ ସଚେତନ କରାଯାଇଛି। ଚକୁଳିଆ ପଣ୍ଡା ବେଶରେ ସହର ସାରା ବୁଲି ସଚେତନ କରିବା ସହ ଭିକ୍ଷୁକଙ୍କୁ ଉଦ୍ଧାର କରାଯାଇଛି। ବିଏମସି ସହରାଞ୍ଚଳ ଆଶ୍ରୟସ୍ଥଳୀକୁ ପରିଚାଳିତ କରୁଥିବା ଓଡିଶା ପତିତ ଉଦ୍ଧାର ସମିତି ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଇଛି।
ଭିକାରୀ ମୁକ୍ତ ଅଭିଯାନ, ସହର ବୁଲିଲା ଚକୁଳିଆ ପଣ୍ଡା। ସ୍ମାର୍ଟ ସିଟି ଭୁବନେଶ୍ବରକୁ (Smart City Bhubaneswar) ଭିକାରୀ ମୁକ୍ତ (Beggar Free Bhubaneswar) କରିବା ଲକ୍ଷ୍ୟରେ ଅନେକ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଚଳିତ ରଥଯାତ୍ରା (Rathyatra 2021) ଅବସରରେ ଭୁବନେଶ୍ୱର ମହାନଗର ନିଗମ (Bhubaneswar Municipal Corporation) ବିଏମସି ସହରାଞ୍ଚଳ ଅଶ୍ରୟସ୍ଥଳୀ (BMC Urban Homeless Shelters) ପରିଚାଳନ ଦାୟିତ୍ୱରେ ରହିଥିବା ଓଡିଶା ପତିତ ଉଦ୍ଧାର ସମିତି (Odisha Patita Udhar Samiti) ପକ୍ଷରୁ ଏଭଳି ନିଆରା ପଦକ୍ଷେପ ସ୍ବରୂପ କର୍ମଚାରୀ ଓ ଅନ୍ତେବାସେୀ ଚକୁଳିଆ ପଣ୍ଡା ବେଶରେ ବୁଲି ବୁଲି ସଚେତନ କରିଛନ୍ତି। ହାତରେ ପ୍ଲାକାର୍ଡ ଧରି ଭିକ ନଦେଇ ଲୋକଙ୍କୁ ଅତ୍ମସମ୍ମାନ ସହ ବଞ୍ଚିବାର ବାଟ ଦେଖାଇବାକୁ ପରାମର୍ଶ ଦେଇଛନ୍ତି।
Also Read: ଫେଲ ହୋଇଛି ଭିକ୍ଷୁକ ଥଇଥାନ ଅଭିଯାନ; ଫେରିଯିବାକୁ ବସିଛି ସରକାରୀ ଅନୁଦାନ
କେବଳ ସେତିକି ନୁହେଁ ଏହି ଅବସରରେ ସଚେତନତା ସହ ସହରର ବିଭିନ୍ନ ଛକ, ବଜାର, ଗହଳି ସ୍ଥାନରୁ ଭିକ୍ଷୁକଙ୍କୁ (Beggar) ଉଦ୍ଧାର କରାଯାଇ ଆଶ୍ରୟସ୍ଥଳୀରେ ଥଇଥାନ କରାଯାଇଛି। ପୂର୍ବରୁ ବିଏମସି ପକ୍ଷରୁ ପ୍ରଥମେ ମନ୍ଦିର ପରେ ରାସ୍ତାକଡ, ଛକ ଭଳି ସ୍ଥାନରୁ ଭିକାରୀଙ୍କୁ ଉଦ୍ଧାର କରି ଥଇଥାନ କରିବା ସହ ପ୍ରଶିକ୍ଷଣ ଦେଇ ସ୍ବାବଲମ୍ବୀ କରିବାକୁ ଯୋଜନା କରାଯାଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ କାଯ୍ୟକାରୀ ହୋଇପାରିନାହିଁ। ଏପରିସ୍ଥଳେ ଅଧିକରୁ ଅଧିକ ଜନସଚେତନ କରିବା ସହ ଭିକ ନ ଦେଇ ସେମାନଙ୍କୁ ସଠିକ ସ୍ଥାନରେ ଥଇଥାନ କରିବାର ମାଧ୍ୟମ ସାଜିବାକୁ ସମିତି ପକ୍ଷରୁ ଆହ୍ବାନ କରାଯାଇଛି।
ବାସ୍ତବରେ ଭିକ୍ଷୁକଙ୍କୁ ଦାନ ଦେବା ଅର୍ଥାତ ଭିକ୍ଷାବୃତ୍ତିକୁ ପ୍ରୋତ୍ସାହିତ କରିବା। ଏହାକୁ ସମ୍ପୂର୍ଣ୍ଣ ମୁଳପୋଛ କରିବାରେ ସରକାର, ପ୍ରଶାସନ, ଜନସାଧାରଣଙ୍କ ସମ ପରିମାଣରେ ଭୂମିକା ରହିଛି। ନଚେତ ଭିକାରୀ ମୁକ୍ତ ଅଭିଯାନ ସ୍ବପ୍ନ କେବଳ ସ୍ବପ୍ନରେ ହିଁ ରହିଯିବ।