ମହାରାଷ୍ଟ୍ର, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଞ୍ଜାବ, ପଶ୍ଚିମବଙ୍ଗ, ଛତିଶଗଡ଼, କର୍ଣ୍ଣାଟକ, ଦିଲ୍ଲୀ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଚଣ୍ଡୀଗଡ଼ ପ୍ରଭୃତି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂକୁ ଏବେ ଜୋରଦାର କରାଯାଇଛି ।
Trending Photos
ଭୁବନେଶ୍ବର: ଦେଶରେ କୋରୋନା ସଙ୍କଟ ପୁଣିଥରେ ଦେଖାଦେଲାଣି । ମହାରାଷ୍ଟ୍ର ଓ କେରଳରେ ଏବେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଧିରେ ଧିରେ ବଢିବାରେ ଲାଗିଛି । ଯାହାକୁ ନେଇ ଚିନ୍ତାରେ କେନ୍ଦ୍ର ସରକାରଙ୍କ ସହ ରାଜ୍ୟ ସରକାର । ପ୍ରଥମେ ୧୦ଟି ରାଜ୍ୟକୁ କେନ୍ଦ୍ର ସରକାର ତାଙ୍କ ଟିମ ପଠାଇଥିବା ବେଳେ ଏବେ ରାଜ୍ୟରେ ମଧ୍ୟ କୋରୋନା ସଂକ୍ରମଣ ଯେପରି ନବଢେ ତାହାକୁ ନଜରରେ ରଖି ରାଜ୍ୟ ସରକାର ବ୍ୟାପକ କଟକଣା ଜାରି କରିଛନ୍ତି।
ସ୍ବାସ୍ଥ୍ୟମନ୍ତ୍ରୀ ମଧ୍ୟ କହିଛନ୍ତି, ଯଦି ପରିସ୍ଥିତି ଅଣାୟତ୍ତ ହୁଏ ତେବେ ଲକଡାଉନ (LockDown) ମଧ୍ୟ ହୋଇପାରେ । ହେଲେ ଏହା ପୂର୍ବରୁ ବ୍ୟାପକ ସଚେତନତା ଦରକାର । ଯାହାକୁ ନେଇ ବିଶେଷ କରି ବିମାନ ବନ୍ଦର (AirPort)ରେ ଜୋରଦାର ପ୍ରସ୍ତୁତି କରାଯାଇଛି । ପ୍ରତିଦିନ ବିଭିନ୍ନ ରାଜ୍ୟରୁ ବହୁ ସଂଖ୍ୟାରେ ବିମାନ ଯାତାୟତ କରୁଥିବା ବେଳେ ଶହ ଶହ ସଂଖ୍ୟାରେ ଯାତ୍ରୀ ଆସୁଛନ୍ତି । ତେବେ ମହାରାଷ୍ଟ୍ର, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ପଞ୍ଜାବ, ପଶ୍ଚିମବଙ୍ଗ, ଛତିଶଗଡ଼, କର୍ଣ୍ଣାଟକ, ଦିଲ୍ଲୀ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଚଣ୍ଡୀଗଡ଼ ପ୍ରଭୃତି ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ସ୍କ୍ରିନିଂକୁ ଏବେ ଜୋରଦାର କରାଯାଇଛି ।
Also Read: ଏବେ ଦେଶରେ କୋରୋନାର ନୂଆ ଷ୍ଟ୍ରେନର ଆତଙ୍କ, ଏହି ୭ଟି ଲକ୍ଷଣରୁ ରୁହନ୍ତୁ ସାବଧାନ
ଯେଉଁ ଯାତ୍ରୀଙ୍କ କିଛି ବି ଲକ୍ଷଣ ଦେଖାଦେଉଛି, ସେମାନଙ୍କୁ ଆଇସୋଲେସନରେ ରଖାଯାଉଛି । ଗତକାଲି ରାଜ୍ୟ ସରକାର (Odisha Government) ଙ୍କ ପକ୍ଷରୁ ଏ ସମ୍ପର୍କରେ ବିଜ୍ଞପ୍ତି ମିଳିଛି । କୋରୋନା ଲକ୍ଷଣ ଜାଣିବାକୁ ବିମାନ ବନ୍ଦରରେ ପୂର୍ବରୁ RTPCR ଟେଷ୍ଟ କରାଯାଉଛି । ବର୍ତ୍ତମାନ ପ୍ରତିଦିନ ରାଜ୍ୟ ବାହାରୁ ପ୍ରାୟ ଚାରି ହଜାର ଯାତ୍ରୀ ଓଡ଼ିଶା ଆସୁଛନ୍ତି। ଭୁବନେଶ୍ୱର ବିମାନ ବନ୍ଦର (Bhubaneswar AirPort) କୁ ପ୍ରତିଦିନ ପ୍ରାୟ ୩୨ ଟି ବିମାନ ଯାତାୟତ କରୁଛି ।
Also Read: ଏହି ରାଜ୍ୟରେ ନିୟନ୍ତ୍ରଣ ବାହାରେ କୋରୋନା, ସ୍କୁଲ ହଷ୍ଟେଲରୁ ମିଳିଲେ ୧୯୦ ସଂକ୍ରମିତ ଛାତ୍ର
ସେହି କ୍ରମରେ ଦିଲ୍ଲୀରୁ ପ୍ରତିଦିନ ୧୦ ଟି, ମୁମ୍ବାଇରୁ ୫ଟି, ହାଇଦ୍ରାବାଦରୁ ତିନି ତଥା ସୁରଟ, କୋଲକାତା, ଚେନ୍ନାଇ ପ୍ରଭୃତି ଅଞ୍ଚଳରୁ ବିମାନ ଭୁବନେଶ୍ଵରକୁ ଆସୁଛି । ଏଥିରେ ଆସୁଥିବା ଯାତ୍ରୀଙ୍କ ଟେଷ୍ଟିଂ (Corona Test) କରାଯାଉଛି । ଏବଂ ଯାହାର ଲକ୍ଷଣ ଦେଖାଦେଉଛି ସେମାନଙ୍କୁ ଆଇସୋଲେସନରେ ରଖାଯିବା ନେଇ କହିଛନ୍ତି ଭୁବନେଶ୍ବର ବିମାନ ବନ୍ଦର ନିର୍ଦ୍ଦେଶକ ଭି ଭେଙ୍କଟେଶ୍ବର ରାଓଙ୍କ ସୂଚନା ଦେଇଛନ୍ତି ।