ଏହି ରାଜ୍ୟରେ ନିୟନ୍ତ୍ରଣ ବାହାରେ କୋରୋନା, ସ୍କୁଲ ହଷ୍ଟେଲରୁ ମିଳିଲେ ୧୯୦ ସଂକ୍ରମିତ ଛାତ୍ର
Advertisement
Article Detail0/zeeodisha/odisha855452

ଏହି ରାଜ୍ୟରେ ନିୟନ୍ତ୍ରଣ ବାହାରେ କୋରୋନା, ସ୍କୁଲ ହଷ୍ଟେଲରୁ ମିଳିଲେ ୧୯୦ ସଂକ୍ରମିତ ଛାତ୍ର

ମହାରାଷ୍ଟ୍ରରେ ପ୍ରାୟ ଚାରିମାସ ପରେ ୮,୮୦୭ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁ କାରଣରୁ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୧ ଲକ୍ଷ ୨୧ ହଜାର ୧୧୯କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୮୦ କୋରୋନା ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୧,୯୩୭କୁ ବୃଦ୍ଧି ପାଇଛି ।

ଏହି ରାଜ୍ୟରେ ନିୟନ୍ତ୍ରଣ ବାହାରେ କୋରୋନା, ସ୍କୁଲ ହଷ୍ଟେଲରୁ ମିଳିଲେ ୧୯୦ ସଂକ୍ରମିତ ଛାତ୍ର

ମୁମ୍ବାଇ: ଦେଶରେ ପୁଣି କୋରୋନା ସଙ୍କଟ (Coronavirus Crisis) ଦେଖାଦେଇଛି । ମହାରାଷ୍ଟ୍ର (Maharashtra) ରେ କୋରୋନା ଭୂତାଣୁ (Coronavirus) ର ସର୍ବାଧିକ ପ୍ରକୋପ ଜାରି ରହିଛି । ବର୍ତ୍ତମାନ ୱାଶିମ୍ ଜିଲ୍ଲାର ଏକ ସ୍କୁଲ ହଷ୍ଟେଲରୁ ୧୯୦ ଜଣ ଛାତ୍ର କୋରୋନା ପଜିଟିଭ୍ ମିଳିଛି । ଏହି ଛାତ୍ରମାନଙ୍କ ମଧ୍ୟରୁ ଅଧିକାଂଶ ଅମରାବତୀ ଓ ଯବତମାଲ ଜିଲ୍ଲାରୁ ଅଛନ୍ତି । ଯେଉଁଠାରେ ଗତ ସପ୍ତାହରେ କୋରୋନା ମାମଲା ଅତି ଦ୍ରୁତ ଗତିରେ ବୃଦ୍ଧି ପାଇଛି । ବର୍ତ୍ତମାନ ବିଦ୍ୟାଳୟ ପରିସରକୁ କଣ୍ଟେନମେଣ୍ଟ ଜୋନ୍ (Containment Zone) ଭାବରେ ଘୋଷଣା କରାଯାଇଛି ।

ଅଧିକ ପଢ଼ନ୍ତୁ:-ପୁଣି ଡରାଇଲାଣି କୋରୋନା: ଦେଶରେ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

ମହାରାଷ୍ଟ୍ରରେ ପ୍ରାୟ ଚାରିମାସ ପରେ ୮,୮୦୭ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯେଉଁ କାରଣରୁ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୨୧ ଲକ୍ଷ ୨୧ ହଜାର ୧୧୯କୁ ବୃଦ୍ଧି ପାଇଛି । ଗୋଟିଏ ଦିନରେ ୮୦ କୋରୋନା ରୋଗୀଙ୍କ ମୃତ୍ୟୁ ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୧,୯୩୭କୁ ବୃଦ୍ଧି ପାଇଛି । ଏହାପୂର୍ବରୁ ମଙ୍ଗଳବାର ଦିନ ରାଜ୍ୟରେ କୋଭିଡ-19 (COVID-19) ର ୬,୨୧୮ ନୂଆ ମାମଲା ଚିହ୍ନଟ ହୋଇଥିଲା । ବୁଧବାର ୨,୭୭୨ କୋରୋନା ସଂକ୍ରମିତ ଆରୋଗ୍ୟ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ । ଯାହା ଫଳରେ ରାଜ୍ୟରେ ଏପର୍ଯ୍ୟନ୍ତ ୨୦,୦୮,୬୨୩ ରୋଗୀ ସୁସ୍ଥ ହୋଇଛନ୍ତି ।

ଅଧିକ ପଢ଼ନ୍ତୁ:-୨୦୨୦-୨୧ରେ ଏପ୍ରିଲରୁ ନଭେମ୍ବର ମଧ୍ୟରେ ଭାରତ ବିଦେଶରୁ ଯେତିକି ସାମଗ୍ରୀ କିଣିଛି, ସେଥିରେ ୧୮ ପ୍ରତିଶତ ଚାଇନାରୁ ଆସିଛି

ମହାରାଷ୍ଟ୍ରରେ ଦ୍ରୁତ ଗତିରେ ବଢୁଥିବା କୋରୋନା ମାମଲାକୁ ଦୃଷ୍ଟିରେ ରଖି ଅନେକ ସହରରେ ନାଇଟ କର୍ଫ୍ୟୁ ଘୋଷଣା କରାଯାଇଛି । କେତେକ ସହରରେ ୱିକେଣ୍ଡ ଲକଡାଉନ୍ ଘୋଷଣା କରାଯାଇଛି । ବୁଧବାର ରାଜ୍ୟରେ କୋରୋନା ଭାଇରସ ସଂକ୍ରମଣ ମାମଲା ବଢିବା କାରଣରୁ ଲାତୁର ଜିଲ୍ଲା ପ୍ରଶାସନ ଫେବୃଆରୀ ୨୭-୨୮ରେ 'ଜନତା କର୍ଫ୍ୟୁ' ଲାଗୁ କରିବାକୁ ନିଷ୍ପତ୍ତି ନେଇଛି ।