କୋୱିନ ଆପରେ ପଞ୍ଜିକରଣ କରି ଟିକା ନେଉନଥିବାରୁ ଏଭଳି ପଦକ୍ଷେପ ସ୍ବାସ୍ଥ୍ୟ ବିଭାଗ ନେଇଥିବା ସୂଚନା ରହିଛି । ଯଦି ୧୦ତାରିଖ ମଧ୍ୟରେ ଟିକା ନନିଅନ୍ତି ତେବେ ଦରମା କଟାଯିବାର ସମ୍ଭାବନା ଅଧିକ ରହିଛି ।
Trending Photos
କଟକ: ଟିକା ନନେଲେ ମିଳିବ ନାହିଁ ଦରମା । ଯଦି ଆପଣ ପଞ୍ଜିକରଣ କରିଛନ୍ତି ତେବେ ଟିକା ନେବା ଜରୁରୀ ନହେଲେ ଦରମା କଟାଯାଇପାରେ । ଏନେଇ ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଚେତାବନୀ ଦେଇଛି ସ୍ୱାସ୍ଥ୍ୟ ବିଭାଗ । କୋୱିନ ଆପରେ ପଞ୍ଜିକରଣ କରି ଟିକା ନେଉନଥିବାରୁ ଏଭଳି ପଦକ୍ଷେପ ସ୍ବାସ୍ଥ୍ୟ ବିଭାଗ ନେଇଥିବା ସୂଚନା ରହିଛି । ଯଦି ୧୦ତାରିଖ ମଧ୍ୟରେ ଟିକା ନନିଅନ୍ତି ତେବେ ଦରମା କଟାଯିବାର ସମ୍ଭାବନା ଅଧିକ ରହିଛି ।
ସ୍ୱାସ୍ଥ୍ୟ ବିଭାଗ (Health Department) ର ପଦକ୍ଷେପ ଅନୁସାରେ, କିଛି କିଛି ଜିଲ୍ଲାରେ ଟିକାଦାନ ହାର କମୁଛି । ଯାହାକୁ ନଜରରେ ରଖି ଏହି ପଦକ୍ଷେପ ନେବାକୁ ଯାଉଛି ସ୍ବାସ୍ଥ୍ୟବିଭାଗ ! କେବଳ ଦରମା (Salary) ନୁହେଁ ଷ୍ଟାଇପେଣ୍ଡ (Stipend) ମଧ୍ୟ ଦେବନି ସ୍ୱାସ୍ଥ୍ୟବିଭାଗ ।
Also Read: ବିଏମସିକୁ ରାଜସ୍ୱ ଟେନସନ: ଟାର୍ଗେଟ ପୁରା କରିପାରିବେ ତ କିନ୍ନର ?
ସେପଟେ ରାଜ୍ୟରେ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ବିତୀୟ ପର୍ଯ୍ୟାୟ କୋଭିଡ ଟିକାକରଣ (Covid Vaccination) କାର୍ଯ୍ୟକ୍ରମ । ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କ ପରେ ଏଥର ସମ୍ମୁଖ କୋଭିଡ ଯୋଦ୍ଧା (Front line Covid Warrior) ଙ୍କ ପାଳି । ଏଥିପାଇଁ ଭୁବନେଶ୍ବରରେ ୧୫ରୁ ୨୦ ହଜାର ନାମ ପଞ୍ଜିକରଣ ହୋଇଥିବା ବିଏମସି କମିଶନର କହିଛନ୍ତି । ସେପଟେ ପୋଲିସ ଅଧିକାରୀ ଓ କର୍ମଚାରୀ ମାନେ ଏଥିରେ ସାମିଲ ହୋଇଥିବାରୁ ସେମାନଙ୍କ ଲାଗି ଟ୍ବିନ୍ ସିଟି( Twin City)ରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବା ପୋଲିସ କମିଶନର କହିଛନ୍ତି ।
Also Read: ଫ୍ଲପ୍ ଟ୍ୟାଗକୁ ଭୟ: ଆସନ୍ତାକାଲି ଏହି ଦୁଇ ରାଜ୍ୟରେ ହେବନି ଚକାଜାମ୍
ପ୍ରଥମେ ସ୍ବାସ୍ଥ୍ୟକର୍ମୀଙ୍କ ପରେ ଏଥର ଗୃହ, ନଗର ଉନ୍ନୟନ ବିଭାଗ ଏବଂ ରାଜସ୍ୱ ବିଭାର ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକାକରଣରେ ସାମିଲ କରାଯିବ । ତେବେ ରାଜଧାନୀରେ ଦ୍ୱିତୀୟ ପର୍ଯ୍ୟାୟ ହସ୍ପିଟାଲ ପରିବର୍ତ୍ତେ ବିଭିନ୍ନ କଲ୍ୟାଣ ମଣ୍ଡପ ଓ ଗୋଷ୍ଠୀ କେନ୍ଦ୍ରରେ ଟିକା ଦିଆଯିବ ବୋଲି ବିଏମସି କମିଶନ (Bmc Commissioner) ର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି । ଏଥିପାଇଁ ୧୫ ହଜାରରୁ ୨୦ ହଜାର ନାମ ପଞ୍ଜୀକୃତ ହୋଇଛି । ଏଥିରେ ପୋଲିସ ବିଭାଗର ସର୍ବାଧିକ ରହିଛି । ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ (Vaccination)କାର୍ଯ୍ୟକ୍ରମ ବିଏମସି ଅଞ୍ଚଳରେ ୮ ରୁ ୧୦ ଦିନ ମଧ୍ୟରେ ଶେଷ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ପୋଲିସ ପାଇଁ ୭ ଟି ସେସନ୍ ଏବଂ ବିଏମସି (BMC) ଓ ରାଜସ୍ବ ବିଭାଗ ପାଇଁ ୪ ଟି ସେସନ୍ ରେ କରାଯିବ ଟିକାକରଣ । ସେଥିପାଇଁ ମାଇକ୍ରୋ ପ୍ଲାନ୍ ପ୍ରସ୍ତୁତ ହୋଇଥିବା କମିଶନର କହିଛନ୍ତି ।
Also Read: ଆସନ୍ତାକାଲିଠୁ ବାବୁଙ୍କ ପାଳି, କେବେ ନେବେ ନେତା-ମନ୍ତ୍ରୀ?
ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ୮୦ ପ୍ରତିଶତ ସ୍ବାସ୍ଥ୍ୟକର୍ମୀ କୋରୋନା ଟିକା ନେଇଛନ୍ତି ।