ମୁଣ୍ଡ ବ୍ୟଥାର କାରଣ ପାଲଟିଛି MCC; ଦୁର୍ଗନ୍ଧରେ ଅତିଷ୍ଠ ହୋଇଠିଲେଣି ଲୋକେ
Advertisement
Article Detail0/zeeodisha/odisha989864

ମୁଣ୍ଡ ବ୍ୟଥାର କାରଣ ପାଲଟିଛି MCC; ଦୁର୍ଗନ୍ଧରେ ଅତିଷ୍ଠ ହୋଇଠିଲେଣି ଲୋକେ

ବିଏମସି ପକ୍ଷରୁ ପ୍ରତିଷ୍ଠା ହୋଇଥିବା ଏମସିସି ପରିସରରୁ ଆସୁଥିବା ବିକଟାଳ ଦୁର୍ଗନ୍ଧରେ ଫାଟିପଡୁଛି ପରିବେଶ।

ମୁଣ୍ଡ ବ୍ୟଥାର କାରଣ ପାଲଟିଛି MCC; ଦୁର୍ଗନ୍ଧରେ ଅତିଷ୍ଠ ହୋଇଠିଲେଣି ଲୋକେ

ଭୁବନେଶ୍ୱର: ରାଜ୍ୟ ରାଜଧାନୀରୁ ଦୈନିକ ନିର୍ଗତ ଅଳିଆ ଆବର୍ଜନାକୁ ପ୍ରକ୍ରିୟାକରଣ କରି ସାର ପ୍ରସ୍ତୁତ କରିବା ଏବଂ ଡମ୍ପିଂୟାର୍ଡ ସମସ୍ୟା ଦୂର କରିବା ଲାଗି  ସହରର ବିଭିନ୍ନ କୋଣ ଅନୁକୋଣରେ ବିଏମସି ପକ୍ଷରୁ ପ୍ରତିଷ୍ଠା ହେଉଛି ଏମସିସି।  ସହରବାସୀଙ୍କ ବିଭିନ୍ନ ପ୍ରକାର ଅଳିଆ ସଂଗ୍ରହ କରି ଏଠାରେ ରସାୟନିକ ପଦ୍ଧତିରେ ଏହାକୁ ପ୍ରକ୍ରିୟାକରଣ କରାଯାଉଛି। ହେଲେ ଏହା ଏବେ ସ୍ଥାନୀୟବାସିନ୍ଦାଙ୍କ ପାଇଁ କାଳ ପାଲଟିଛି।

ଭୁବନେଶ୍ୱର ମହାନଗର ନିଗମ (Bhubaneswar Municipal Corporation) ବିଏମସି (BMC) ପକ୍ଷରୁ ପ୍ରତିଷ୍ଠା ହୋଇଥିବା ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର (Micro Composting Centre) ଏମସିସି (MCC) ପରିସରରୁ ଆସୁଥିବା ବିକଟାଳ ଦୁର୍ଗନ୍ଧରେ ଫାଟିପଡୁଛି ପରିବେଶ। ଭୁବନେଶ୍ୱରସ୍ଥିତ (Bhubaneswar) କପିଳପ୍ରସାଦ (Kapila Prasad) ବିଡିଏ କୋଲୋନୀ (Kapila Prasad BDA Colony) ଆବାସିକ ସଂଘ (BDA Colony Residential Association) ପକ୍ଷରୁ ଏନେଇ ଘୋର ଅସନ୍ତୋଷ ଜାହିର କରିବା ସହ ତୁରନ୍ତ ଏହି ସମାଧାନ କରାନଗଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି।   

ଅଳିଆ କେନ୍ଦ୍ରର ଗନ୍ଧରେ ଫାଟି ପଡୁଛି ପରିବେଶ ଆଉ ଅଣାୟତ ହୋଇଉଠୁଛନ୍ତି ବରିଷ୍ଠ ନାଗରିକ। ଜନଗହଳିପୂର୍ଣ୍ଣ ଜନବସତି ଆବାସିକ ଅଞ୍ଚଳରେ ନିର୍ମିତ ହୋଇଛି କ୍ଷୁଦ୍ର ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର (Micro Composting Centre)। ଯାହାର ଉଦ୍ଦେଶ୍ୟ ହେଉଛି ସହରରୁ ଦୈନିକ ନିର୍ଗତ ହେଉଥିବା ଭିନ୍ନ ଭିନ୍ନ ଶୁଖିଲା ଓଦା ସହ ପ୍ଲାଷ୍ଟିକ ସମେତ ଅନ୍ୟ ଅଳିଆ ଆବର୍ଜନାକୁ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ରସାୟନିକ ପଦ୍ଧତିରେ ପ୍ରକ୍ରିୟାକରଣ କରି ବିଭିନ୍ନ ପ୍ରକାର ବର୍ଜ୍ୟବସ୍ତୁରୁ (Waistage) ଜୈବସାର (Organic Fertilizer) ପ୍ରସ୍ତୁତ କରିବା। 

Also Read: ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର ପରଦର୍ଶନ କଲେ ବିଏମସି କମିଶନର

ହେଲେ ଏହି କେନ୍ଦ୍ର ଯେଉଁଠାରେ ପ୍ରତିଷ୍ଠା କରାଯାଇଛି ତାହା ଏବେ ସେଠାକାର ଲୋକଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏହା ସ୍ଥାନୀୟ ଲୋକଙ୍କ ପାଇଁ ଅସାସ୍ଥ୍ୟକର ପରିସ୍ଥିତି ସୃଷ୍ଟି କରିଛି। ଭୁବନେଶ୍ବର କପିଳପ୍ରସାଦ ବିଡିଏ କୋଲୋନୀ ପାଶ୍ବରେ ଥିବା ଏହି କେନ୍ଦ୍ର (Kapila Prasad BDA Colony MCC) ମାତ୍ର ୨ ମାସ ହେବ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଆରମ୍ଭରୁ ହିଁ ଏହା ସ୍ଥାନୀୟ ବରିଷ୍ଠ ନାଗରିକଙ୍କ ପାଇଁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରୁଛି। ଦିନ ରାତି ଏହି କେନ୍ଦ୍ରରୁ ନିର୍ଗତ ହେଉଥିବା ବିକଟାଳ ଦୂର୍ଗନ୍ଧ କାରଣରୁ ଏଠାକାର ଲୋକ ଘର ଛାଡିବାକୁ ପ୍ରସ୍ତୁତ ହେଲେଣି। ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ଫଳ ଶୂନ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ।  

ବିଡିଏ କୋଲୋନୀ ଅଞ୍ଚଳରେ ୧୬୪ରୁ ଉର୍ଦ୍ଧ୍ବ ହାଇ ଇନକମ ଗ୍ରୁପ (High Income Group) ଏଚଆଇଜି ଘର (HIG) ସହ ଦୁଇଟି ପ୍ଲେ ସ୍କୁଲ (Play School) ମଧ୍ୟ ରହିଛି। ହେଲେ ଏଠାରେ ପ୍ରତିଷ୍ଠା କାରଯାଇଥିବା ଏମସିସି କାରଣରୁ ସୃଷ୍ଟି ହୋଇଥିବା ଦୁର୍ଗନ୍ଧମୟ ପରିବେଶ ଏଠାକାର ଅଧିକାଂଶ ବରିଷ୍ଠ ନାଗରିକ ଏବଂ ଶିଶୁଙ୍କ ପାଇଁ ଘାତକ ସାଜିଛି। ଏନେଇ ସ୍ଥାନୀୟବାସୀଙ୍କ ପକ୍ଷରୁ ବିଏମସି, ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟ ପ୍ରଦୂଷଣ ବୋର୍ଡକୁ ବାରମ୍ବାର ଚିଠି ଲେଖି ଅବଗତ କରାଯାଇଥିଲେ କୌଣସି ପଦକ୍ଷେପ ନିଆଯାଇନଥିବାରୁ ଆସନ୍ତା ୭ ଦିନ ମଧ୍ୟରେ ଏହି ସମାଧନ ନହେଲେ କେନ୍ଦ୍ର ଆଗରେ ଧାରଣା ଦେଇ ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି।

Also Read: ଏଣିକି ଡମ୍ପିୟାର୍ଡକୁ ଯିବନାହିଁ ଅଳିଆ; ପ୍ରସ୍ତୁତ ହେବ ଜୈବିକ ସାର

ସେପଟେ ବିଏମସି ଦକ୍ଷିଣ-ପୂର୍ବ ଜୋନାଲ ଡେପୁଟି କମିଶନରଙ୍କ କହିବା ମୁତାବକ ଅଭିଯୋଗ ପରେ ପଦକ୍ଷେପ ହାତକୁ ନିଆଯାଉଛି। ଟର୍ବୋ ଫ୍ୟାନ ଇନଷ୍ଟାଲେସନ ସହ ଆନୁଷଙ୍ଗୀକ ଭିତ୍ତିଭୂମିରେ ପରିବର୍ତ୍ତନ କରିବାକୁ ଏମସିସି ପରିଚାଳନା ଦାୟିତ୍ୱରେ ରହିଥିବା ସଂସ୍ଥାକୁ କୁହାଯାଇଥିବା ସେ କହିଛନ୍ତି। ବିଏମସି ଅଧିନସ୍ଥ ମୋଟ ୬୭ ୱାର୍ଡ ପାଇଁ ୪୩ ଏମସିସି ନିର୍ମାଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ଏ ପର୍ଯ୍ୟନ୍ତ ୨୩ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇସାରିଲାଣି। ହେଲେ ଜନବସତି ଅଞ୍ଚଳରେ ଏହାର ନିର୍ମାଣକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଦୂର ଜାଗାରେ ନିର୍ମାଣ କରିବାକୁ ଦାବି ହୋଇଛି।