Bhubaneswar Patha Utsav: କୋରୋନାକୁ ଆଖିଠାର, ପଥୋତ୍ସବ କରି ସଂକ୍ରମଣକୁ ହାତ ଠାରି ଡ଼ାକୁଛନ୍ତି ରାଜ୍ୟ ସରକାର!
Advertisement

Bhubaneswar Patha Utsav: କୋରୋନାକୁ ଆଖିଠାର, ପଥୋତ୍ସବ କରି ସଂକ୍ରମଣକୁ ହାତ ଠାରି ଡ଼ାକୁଛନ୍ତି ରାଜ୍ୟ ସରକାର!

Patha Utsav 2022: ୮ ତାରିଖରୁ ପୁଣି ପଥୋତ୍ସବ କାର୍ଯ୍ୟକ୍ରମ ଚାଲିବ । ପୂର୍ବରୁ ଦୁଇଟି ମଞ୍ଚ ହେଉଥିବାବେଳେ ଏଥର ତିନୋଟି ମଞ୍ଚର ଆୟୋଜନ କରାଯାଉଛି। ଏଠାରେ କହିରଖୁଛୁ ଯେ, ତୃତୀୟ ମଞ୍ଚ କେବଳ ଭୁବନେଶ୍ୱରର ନୂଆ ଟ୍ୟାଲେଣ୍ଟଙ୍କ ପାଇଁ ସମର୍ପିତ ହେବ। ପଥୋତ୍ସବରେ ନିଜ ନିଜର ଟ୍ୟାଲେଣ୍ଟ ଦେଖାଇବେ ଭୁବନେଶ୍ୱର ବାସୀ।

Bhubaneswar Patha Utsav: କୋରୋନାକୁ ଆଖିଠାର, ପଥୋତ୍ସବ କରି ସଂକ୍ରମଣକୁ ହାତ ଠାରି ଡ଼ାକୁଛନ୍ତି ରାଜ୍ୟ ସରକାର!

Bhubaneswar Patha Utsav: ଗତ କିଛିଦିନ ହେଲାଣି ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି କୋରୋନା ଖବର । ଚୀନରେ କୋରୋନାର ତାଣ୍ଡବ ପରେ ଏବେ ଭାରତ ସରକାର ଏହାକୁ ନେଇ ବେଶ ସଜାଗ ଅଛନ୍ତି । କେନ୍ଦ୍ରରୁ ଘନ ଘନ ସତର୍କତାର ଚିଠି ମିଳିବା ପରେ ବି ରାଜ୍ୟ ସରକାର ପୁଣି ଆୟୋଜନ କରିବାକୁ ଯାଉଛନ୍ତି ପଥୋତ୍ସବ । କାରଣ ଆସନ୍ତକାଲିଠୁ ଆରମ୍ଭ ହେବାକୁ ଯାଉଛି ପଥୋତ୍ସବ । ଏଥିପାଇଁ ବିଏମସିର ପ୍ରସ୍ତୁତି ଶେଷ ହୋଇଛି । ପ୍ରଥମ ପଥୋତ୍ସବ ମାଷ୍ଟର କ୍ୟାଣ୍ଟିନରୁ ରାମମନ୍ଦିର ଜନପଥରେ ସାଢେ ୬ଟାରୁ ୯ଟା ୩୦ ପର୍ଯ୍ୟନ୍ତ ଆୟୋଜିତ ହେବ । 

ସେହିପରି ଦ୍ୱିତୀୟ ଉତ୍ତର ନିର୍ବାଚନ ମଣ୍ଡଳୀର କିଟ୍‌ ଛକ ଓ ତୃତୀୟ ରାହାଗିରି ବା ପଥୋତ୍ସବ (Patha Utsav), ଏକାମ୍ର ନିର୍ବାଚନଣ୍ଡଳୀ ଅଞ୍ଚଳରେ ହେବାକୁ ସ୍ଥିର ହୋଇଛି । ୧ ତାରିଖ ଦିନ ନୂଆବର୍ଷ ପଡୁଥିବାରୁ ଏହାକୁ ବନ୍ଦ ରଖାଯାଇଛି । ଏହାପରେ ୮ ତାରିଖରୁ ପୁଣି ପଥୋତ୍ସବ କାର୍ଯ୍ୟକ୍ରମ ଚାଲିବ । ପୂର୍ବରୁ ଦୁଇଟି ମଞ୍ଚ ହେଉଥିବାବେଳେ ଏଥର ତିନୋଟି ମଞ୍ଚର ଆୟୋଜନ କରାଯାଉଛି। ଏଠାରେ କହିରଖୁଛୁ ଯେ, ତୃତୀୟ ମଞ୍ଚ କେବଳ ଭୁବନେଶ୍ୱରର ନୂଆ ଟ୍ୟାଲେଣ୍ଟଙ୍କ ପାଇଁ ସମର୍ପିତ ହେବ ବୋଲି ବିଏମସିରେ ଆଯୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମେୟର ସୁଲୋଚନା ଦାସ ସୂଚନା ଦେଇଛନ୍ତି । 

Also Read: Anubhav Mohanty Video: ଯେବେ ବର୍ଷାଙ୍କୁ ଡିଭୋର୍ସ ଦେବି, ସେବେ ମୁଁ ପୁଣି ଜନ୍ମ ନେବି ଜନ୍ମଦିନ ପାଳିବି

ହେଲେ ଏଠାରେ ପ୍ରଶ୍ନ ଉଠୁଛି ଗତ କିଛିଦିନ ତଳେ କୋରୋନାର ଓମିକ୍ରନ ଭାରିଏଣ୍ଟର (Omicron Variant) ସବ BF.7 ଓଡ଼ିଶାରୁ ଚିହ୍ନଟ ହୋଇଥିବା ବେଳେ କେମିତି ଏତେ ଲୋକଙ୍କୁ ନେଇ ପଥୋତ୍ସବ ଆୟୋଜନ କରାଯିବ । ସେପଟେ ପ୍ରତି ମୂହୁର୍ତ୍ତରେ କେନ୍ଦ୍ର ସରକାର ଓ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଚିଠି ଉପରେ ଚିଠି ଲେଖୁଛନ୍ତି । ଆଜି ଦୁଇ ଦୁଇଟି ବଡ଼ ନିଷ୍ପତ୍ତି ନିଆଯାଇଛି। ଆଜିଠୁ ଦେଶର ସମସ୍ତ ଆନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ବିମାନବନ୍ଦରରେ ରାଣ୍ଡମ କୋରୋନା ପରୀକ୍ଷା କରାଯିବ। କେବଳ ଟେଷ୍ଟିଂ ନୁହେଁ ଥର୍ମାଲ ଟେଷ୍ଟିଂ କୁ ମଧ୍ୟ ବାଧ୍ୟତା ମୂଳକ କରାଯାଇଛି । 

Also Read: HBD Anubhav Mohanty: ଅଭିନେତାରୁ ସାଂସଦ, ବର୍ଷାଙ୍କ ସହ ବିବାହ ଆଣିଦେଲା କ୍ୟାରିୟରରେ ବିପଦ !

ସଂକ୍ରମଣ ଚୀନରେ ବଢୁଥିଲେ (China Corona) ହେଁ ଆମର ଏଠି ଆତଙ୍କିତ ହେବାର କାରଣ ନାହିଁ । ଗତ ୨ ବର୍ଷ ହେଲା BF-7 ଭାରିଏଣ୍ଟ (BF.7 Variant) ଦେଖାଦେଇଛି । ସେହିପରି BF.7ର ସଂକ୍ରମଣ କ୍ଷମତା ଅଧିକ, ମାତ୍ର ଫାଟାଲିଟି ଓ ମୋର୍ଟାଲିଟି ବିଶେଷ ନାହିଁ ବୋଲି ବିଶେଷଜ୍ଞ କହିଛନ୍ତି। ଅନ୍ୟପଟେ ଓଡ଼଼ିଶାରେ ଓମିକ୍ରନ ସବ ଭାରିଏଣ୍ଟ BF.7 ମାମଲା ଚିହ୍ନଟ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ (Government Health Department) ତତ୍ପର ହୋଇ ଉଠିଛି । ତଥାପି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭିଡ଼ ଠାରୁ ଦୂରେଇ ରହିବା ସହ ମାସ୍କ ପରିଧାନ କରିବାକୁ କହିଛନ୍ତି। ହେଲେ ପଥୋତ୍ସବରେ ଶହ ଶହ ଲୋକଙ୍କ ଜନସମାଗମ ହେବାକୁ ଯାଉଥିବା ବେଳେ କୋରୋନାକୁ ନେଇ ଏହାର ପରବର୍ତ୍ତୀ ସ୍ଥିତି ଉପରେ ନଜର ରହିବ।