ଓବିସି ଦରଦ କେତେ ଦିନିଆ ?
Advertisement

ଓବିସି ଦରଦ କେତେ ଦିନିଆ ?

ରାଜ୍ୟ ଜନସଂଖ୍ୟାର ୫୦ ପ୍ରତିଶତରୁ ଅଧିକ ପଛୁଆ ବର୍ଗ କାହା ସପକ୍ଷରେ ରହିବେ ?

ପ୍ରତୀକାତ୍ମକ ଫଟୋ

ମଳୟ ରଞ୍ଜନ ମହାନ୍ତି; ଭୁବନେଶ୍ୱର: ରାଜ୍ୟ ଜନସଂଖ୍ୟାର ୫୦ ପ୍ରତିଶତରୁ ଅଧିକ ପଛୁଆ ବର୍ଗ କାହା ସପକ୍ଷରେ ରହିବେ ? କାହାକୁ ମିଳିବ ଏମାନଙ୍କ ସମର୍ଥନ ? ଏହାକୁ ନେଇ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଛି ଯୁଦ୍ଧ । ଜାତି ଭିତ୍ତିକ ଗଣନା କରି ପଛୁଆ ବର୍ଗଙ୍କୁ ଚିହ୍ନଟ କରିବାକୁ ସଂସଦରେ ଜୋରଦାର ଦାବି ଉପସ୍ଥାପନ କରିବାକୁ ବିଜେଡି ସ୍ଥିର କରିଛି । ଏପରିକି ରାଜ୍ୟରେ ଥିବା ଓବିସି ଲୋକଙ୍କୁ ଚିହ୍ନଟ କରିବାକୁ ଦୃଢ ଦାବି କରିବ ବିଜେଡି । 

ବିଜେଡି ସଂସଦୀୟ ଦଳ ବୈଠକରେ ଏହି ନିଷ୍ପତ୍ତି ନିଆଯିବା ପରେ ବିରୋଧୀ ଶାସକ ଦଳ ଉପରେ ବର୍ଷିବା ଆରମ୍ଭ କରିଛନ୍ତି । ଦୀର୍ଘବର୍ଷ ଧରି ଓଡିଶାରେ ଶାସନରେ ଥିବା ବେଳେ ଏଯାଏ କାହିଁକି ଓବିସି କମିଶନ ଗଠନ କରାଗଲା ନାହିଁ ଏବଂ ନିୟମ ଥିଲେ ମଧ୍ୟ ଶିକ୍ଷା ନିଯୁକ୍ତି କ୍ଷେତ୍ରରେ କାହିଁକି ୨୭ ପ୍ରତିଶତ ସଂରକ୍ଷଣ ଲାଗୁ କରାଯାଇ ନାହିଁ ବୋଲି ବିଜେପି ସିଧାସଳଖ ପ୍ରଶ୍ନ କରିଛି । ଏପରିକି ଏ ପ୍ରସଙ୍ଗକୁ ସଂସଦର ଉଭୟ ଗୃହ ଏବଂ ବିଧାନସଭାରେ ପ୍ରସଙ୍ଗ କରାଯିବ ବୋଲି ବିଜେପି କହିଛି । 

ଅନ୍ୟପଟେ ଉଭୟ ବିଜେଡି ଓ ବିଜେପି ଏକ ଏବଂ ସେମାନଙ୍କ ମଧ୍ୟରେ ବିରୋଧ ଲୋକ ଦେଖାଣିଆ ବୋଲି କହିଛି କଂଗ୍ରେସ । ଓବିସି ଏବଂ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ କଂଗ୍ରେସ ହିଁ କାର୍ଯ୍ୟ କରିଛି ଏବଂ ଆଗକୁ କଂଗ୍ରେସ ହିଁ ସେମାନଙ୍କ ପାଇଁ କାର୍ଯ୍ୟ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି । ସେପଟେ ଓବିସି ବର୍ଗ ପାଇଁ ବହୁ ପୂର୍ବରୁ ବିଜେଡି କାର୍ଯ୍ୟ କରି ଆସିଛି । ଏପରିକି ଜନତା ଦଳ ସମୟରୁ ହିଁ ଓବିସି ବର୍ଗ ପାଇଁ ବହୁ କାର୍ଯ୍ୟ କରାଯାଇଛି । ତେଣୁ ବର୍ତ୍ତମାନ ଜାତିଭିତ୍ତିକ ଗଣନା ହେଉ କିମ୍ବା ଓବିସି ତଥା ପଛୁଆ ବର୍ଗଙ୍କ ପାଇଁ ସମସ୍ତ ପ୍ରଗତିମୂଳକ କାର୍ଯ୍ୟ ବିଜେଡି କରିବ ବୋଲି କହିଛି । ତେଣୁ ବିରୋଧୀଙ୍କ ବିରୋଧର କିଛି ମାନେ ନାହିଁ ବୋଲି ଦଳ ପକ୍ଷରୁ କୁହାଯାଇଛି । 

ଆହୁରି ପଢ଼ନ୍ତୁ; ଳରୁ ବିଦା ହେଲେ, ଶୁଭେଚ୍ଛା ଜଣାଇଲେ...