ସିଏଏକୁ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ
Advertisement
Article Detail0/zeeodisha/odisha617470

ସିଏଏକୁ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ

 ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ । 

ସିଏଏକୁ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ

ଭୁବନେଶ୍ୱର: ନାଗରିକତା ସଂଶୋଧନ ଆଇନ ବା ସିଏଏକୁ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ । ଧର୍ମ ଏବଂ ଜାତି ନାମରେ ବିଜେପି ଦେଶକୁ ବିଭାଜନ କରିବା ପାଇଁ ସିଏଏ, ଏନଆରସି ଏବଂ ଏନପିଆର ଆଦି ଯୋଜନା ଆଣୁଥିବା ଅଭିଯୋଗରେ କଂଗ୍ରେସ ସାରା ଦେଶରେ ଆନ୍ଦୋଳନ ଜୋରଦାର କରିଛି । ଏପରିକି ଓଡିଶାରେ ମଧ୍ଯ ବିଭିନ୍ନ ପର୍ଯାୟରେ ଆନ୍ଦୋଳନ ଜାରି ରଖିଛି କଂଗ୍ରେସ ।

ଆଗକୁ ଗାଁ ଗାଁରେ ବିଜେପି ବିରୋଧରେ ଆନ୍ଦୋଳନ କରିବାକୁ ଯୋଜନା କରିଛି କଂଗ୍ରେସ। ଅନ୍ଯପକ୍ଷରେ କଂଗ୍ରେସ ସିଏଏ ପ୍ରସଙ୍ଗରେ ମିଛ କହି ଓଡିଶାବାସୀଙ୍କୁ ବିଭ୍ରାନ୍ତି କରୁଥିବା ବିଜେପି ଅଭିଯୋଗ କରିଛି। ଏହାର ପ୍ରତିବାଦରେ ଓଡିଶାରେ ଜନଜାଗରଣ କାର୍ଯ୍ଯ଼କ୍ରମ ଆରମ୍ଭ କରିଛି ବିଜେପି । ବିଜେପି ପକ୍ଷରୁ ଟ୍ବିଟରରେ 10 ଲକ୍ଷ ଟ୍ବିଟ ମାଧ୍ଯମରେ ଇଣ୍ଡିଆ ସପୋର୍ଟ ସିଏଏ ଏବଂ ଓଡିଶା ସପୋର୍ଟ ସିଏଏ ହାସଟ୍ଯାଗ ମାଧ୍ଯମରେ ସଚେତନତା ଆରମ୍ଭ ହୋଇଛି। ନାଗରିକତା ସଂଶୋଧନ ଆଇନରେ ଭାରତରେ ଯେଉଁମାନେ ବସବାସ କରୁଛନ୍ତି ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ବିଜେପି ଲୋକଙ୍କୁ ଅବଗତ କରାଇବ। ବର୍ତ୍ତମାନ ଟ୍ବିଟର ଅଭିଯାନ ଆରମ୍ଭ ହୋଇଥିବାବେଳେ ନୂଆବର୍ଷ ଆରମ୍ଭ ଅର୍ଥାତ 1 ତାରିଖରୁ 15 ତାରିଖ ପର୍ଯ୍ଯ଼ନ୍ତ ସାରା ରାଜ୍ଯରେ ଜନଜାଗରଣ ଅଭିଯାନ ମାଧ୍ଯମରେ 15 ଲକ୍ଷ ପରିବାର ପାଖରେ କଂଗ୍ରେସର ବିଭ୍ରାନ୍ତି ଏବଂ ହିଂସାର ବାର୍ତ୍ତା ପହଞ୍ଚାଇବ ଦଳ। ରାଜ୍ଯବ୍ଯାପୀ ବୁଦ୍ଧିଜୀବୀ ସମ୍ମିଳନୀ, ପତ୍ରକାର ବାର୍ତ୍ତା ଆଦି ବିଭିନ୍ନ ମାଧ୍ଯମରେ ଦଳ ଏହି କାର୍ଯ୍ଯ଼କ୍ରମ କରିବାକୁ ସ୍ଥିର କରିଛି ।

ଅନ୍ଯପକ୍ଷରେ ସିଏଏ, ଏନଆରସି ଏବଂ ଏନପିଆର ମାଧ୍ଯମରେ ଦେଶରେ ଅଶାନ୍ତି ସୃଷ୍ଟି କରୁଥିବା କଂଗ୍ରେସ ଅଭିଯୋଗ କରିଛି । ଏପରିକି ସିଏଏକୁ ସଠିକ ଭାବେ ଖୋଦ ପ୍ରଧାନମନ୍ତ୍ରୀ ମୋଦି କିମ୍ବା ଗୃହମନ୍ତ୍ରୀ ଅମିତ ଶାହା ନିଜେ ଠିକ ଭାବେ ଜାଣିଛନ୍ତି କି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ସଂସଦରେ ନେତାମାନେ ବିଜେପିର ଏହି କଥାକୁ ବିଶ୍ବାସ କଲେନି ତୃଣମୂଳ ସ୍ତରରେ ଲୋକମାନେ ଏହାକୁ କଣ ବିଶ୍ବାସ କରିବେ ବୋଲି କଂଗ୍ରେସ କହିଛି । ଲୋକମାନଙ୍କ ଦ୍ବାରା ଏହା ଗ୍ରହଣୀୟ ହେବନି ଏବଂ ବିଜେପି ବିରୋଧରେ ଜନସ୍ରୋତ ବହିବାରୁ ଦଳ ଏଭଳି ଜନଜାଗରଣ ଅଭିଯାନ ଆରମ୍ଭ କରିଛି ବୋଲି କଂଗ୍ରେସ କହିଛି। ଲୋକମାନଙ୍କ ଦ୍ବାରା ଏହା ପ୍ରତ୍ଯାଖ୍ଯାତ ହେବ ବୋଲି କୁହାଯାଇଛି। ଅନ୍ଯପକ୍ଷରେ ଏ ପ୍ରସଙ୍ଗରେ ବିଜେଡି ମାପିଚୁପି ମନ୍ତବ୍ଯ ଦେଇଛି । ଦେଶରେ ଯେଉଁମାନେ ରହୁଛନ୍ତି ସେମାନଙ୍କ ପାଇଁ ସିଏଏରେ କିଛି ଅସୁବିଧା ନାହିଁ ବୋଲି ବିଜେଡି କହିଛି । ଏପରିକି ଏନଆରସି, ସିଏଏ ଏବଂ ଏନପିଆର ଅଲଗା ପ୍ରସଙ୍ଗ ବୋଲି ଦଳ କହିଛି । କିନ୍ତୁ ରାଜନୈତିକ ଦଳ ହିସାବରେ ବିଜେପି ଲୋକଙ୍କ ପାଖକୁ ଯିବାରେ କିଛି ଅସୁବିଧା ନାହିଁ ବୋଲି ବିଜେଡି କହିଛି ।