କେନ୍ଦ୍ରୀୟ ବଜେଟ ସମ୍ପର୍କରେ ଲୋକଙ୍କୁ ବୁଝାଉଛି ବିଜେପି
Advertisement

କେନ୍ଦ୍ରୀୟ ବଜେଟ ସମ୍ପର୍କରେ ଲୋକଙ୍କୁ ବୁଝାଉଛି ବିଜେପି

ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ ଏନେଇ ସୂଚନା ଦେଇଛନ୍ତି...

କେନ୍ଦ୍ରୀୟ ବଜେଟ ସମ୍ପର୍କରେ ଲୋକଙ୍କୁ ବୁଝାଉଛି ବିଜେପି

ମଳୟ ମହାନ୍ତି,ଭୁବନେଶ୍ୱର: କେନ୍ଦ୍ରୀୟ ବଜେଟ ସମ୍ପର୍କରେ ବିଜେପି ଲୋକଙ୍କୁ ବୁଝାଇବା ଆରମ୍ଭ କରିଛି। ୨୦୨୦ କେନ୍ଦ୍ରୀୟ ବଜେଟ ସମସ୍ତ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କହିଛନ୍ତି ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ରାମ ମାଧବ। ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି ଚଳିତ କେନ୍ଦ୍ରୀୟ ବଜେଟ ଯେ ଲୋକାଭିମୂଖୀ ଏକଥା ଦର୍ଶାଇଛନ୍ତି ରାମ ମାଧବ।  

୨୦୨୦ କେନ୍ଦ୍ରୀୟ ବଜେଟ ଚାଷୀ ଯୁବକ, ମହିଳା ଏବଂ ସାମାଜିକ ପଛୁଆ ବର୍ଗଙ୍କ ପାଇଁ ବୋଲି ରାମ ମାଧବ କହିଛନ୍ତି। ଭିତ୍ତିଭୂମି ପାଇଁ ଏକ ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। ଅନୁସୂଚିତ ଜାତିଙ୍କ ପାଇଁ ୬୨୦୦ କୋଟି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ୪୦୯୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଦକ୍ଷତା ଆଧାରରେ ହିଁ କେନ୍ଦ୍ର ଅଧିକ ଅନୁଦାନ ଦେବ। ତେଣୁ ଓଡିଶା ଏହାର ଫାଇଦା ନେଉ ବୋଲି ରାମମାଧବ କହିଛନ୍ତି।  

ରାଜ୍ୟ ସରକାର ଭଲ ପ୍ରକଳ୍ପ ଆଣିଲେ କେନ୍ଦ୍ର ସହଯୋଗ ଦେବ ବୋଲି କୁହାଯାଇଛି। ଚଳିତ ବଜେଟର ବ୍ୟବସ୍ଥା ଅନୁଯାୟୀ ସୋଲାର ଏବଂ ଫିସେରୀରେ ଓଡିଶା ଲାଭ ନେଇପାରିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ବଜେଟରେ ଯେତିକି ଅର୍ଥବରାଦ କରାଯାଉଛି ଓଡିଶା ବିଭିନ୍ନ ପ୍ରକଳ୍ପରେ ମାତ୍ର ତିନିରୁ ଚାରି ପ୍ରତିଶତ ଖର୍ଚ୍ଚ କରିପାରୁଛି ବୋଲି ରାମ ମାଧବ କହିଛନ୍ତି।  

ଟ୍ରାନସମିସନ ପ୍ରକଳ୍ପରେ ଓଡିଶା ମାତ୍ର ୩ ପ୍ରତିଶତ ଖର୍ଚ୍ଚ କରିଥିବାବେଳେ ସ୍ୱଚ୍ଛ ଭାରତରେ ୨୮ ପ୍ରତିଶତ ଏବଂ ଉଚ୍ଚଶିକ୍ଷା କ୍ଷେତ୍ରରେ ମାତ୍ର ୧୬ ପ୍ରତିଶତ ଖର୍ଚ୍ଚ କରିପାରିଛି। ତେଣୁ କେନ୍ଦ୍ରକୁ ଦୋଷ ନ ଦେଇ ବିଭିନ୍ନ ପ୍ରକଳ୍ପରେ କରାଯାଉଥିବା ଅର୍ଥକୁ ସଠିକ ଭାବେ ବିନିଯୋଗ କରାଯାଉ ବୋଲି ବିଜେପି କହିଛି।