ଦେଶରେ ପ୍ରଥମ; ‘ସଫାଇ ମିତ୍ର’ ପାଇଁ BMC ଜାରି କଲା Toll Free No
Advertisement
Article Detail0/zeeodisha/odisha805472

ଦେଶରେ ପ୍ରଥମ; ‘ସଫାଇ ମିତ୍ର’ ପାଇଁ BMC ଜାରି କଲା Toll Free No

ଗତ ନଭେମ୍ବର ୧୯ ତାରିଖରେ ଦେଶରେ ଲୋକାର୍ପଣ ହୋଇଥିବା ‘ସଫାଇ ମିତ୍ର’ ଯୋଜନାକୁ ତୁରନ୍ତ ଲାଗୁ କରିବାକୁ ବିଏମସି ଅଣ୍ଟା ଭିଡିଛି। ଏଥିପାଇଁ ଏକ ୨୪ ଘଣ୍ଟିଆ ଦେୟମୁକ୍ତ ନମ୍ବର ଜାରି କରାଯାଇଛି। 

୨୪ ଘଣ୍ଟିଆ ଫୋନ୍ ସେବା

ଶାନ୍ତସ୍ବରୂପ ରାଉତ, ଭୁବନେଶ୍ବର: ବିମସିଙ୍କୁ ଘାରିଛି ରାଙ୍କ ନିଶା। ଗୋଟିଏ ପରେ ଗୋଟିଏ ଯୋଜନାକୁ ଆଗୁଆ କାର୍ଯ୍ୟକାରୀ କରି ଦେଶରେ ପ୍ରଥମ ହେବା ଲକ୍ଷ୍ୟରେ ଆଗଭର ରାଜ୍ୟ ରାଜଧାନୀ ଭୁବନେଶ୍ବର ମହାନଗର ନିଗମ। ଗତ ନଭେମ୍ବର ୧୯ ତାରିଖରେ ଦେଶରେ ଲୋକାର୍ପଣ ହୋଇଥିବା ‘ସଫାଇ ମିତ୍ର’ ଯୋଜନାକୁ ତୁରନ୍ତ ଲାଗୁ କରିବାକୁ ବିଏମସି ଅଣ୍ଟା ଭିଡିଛି। ଏଥିପାଇଁ ଏକ ୨୪ ଘଣ୍ଟିଆ ଦେୟମୁକ୍ତ ନମ୍ବର ଜାରି କରାଯାଇଛି। ସହରବାସୀଙ୍କ ସେପ୍ଟେଜ ଟାଙ୍କି ଓ ସ୍ବରେଜ ଲାଇନର ସୁରକ୍ଷିତ ସଫେଇକୁ ପ୍ରୋତ୍ସାହିତ କରିବା ଲାଗି ଏହି ନମ୍ବର ଉସ୍ତ୍ରର୍ଗୀକୃତ୍ତ।

ନମ୍ବର ୱାନ୍ ନିଶାରେ Bhubaneswar ରେ ବିଏମସି ଏବେ ଆଗୁଆ ପଦକ୍ଷେପ ଗ୍ରହଣ କରିବାରେ ଆଗଭର। ନଭେମ୍ବର ୧୯ରେ ସାରାଦେଶରେ ଲୋକାର୍ପଣ ହୋଇଥିବା ‘safai mitra’ଯୋଜନାକୁ ସହରରେ ତୁରନ୍ତ ଲାଗି କରିବାକୁ BMC କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଏଥିଲାଗି ବିଏମସି ଏକ ଅହୋରାତ୍ର ୨୪ ଘଣ୍ଟିଆ ଫୋନ୍ ସେବା (toll free no) ୧୪୪୨୦ ନମ୍ବର ଜାରି କରିଛି। ଏହି କାର୍ଯ୍ୟକ୍ରମ ଜରିଆରେ ସହରରେ ଥିବା septic tankssewers ଲାଇନର ସୁରକ୍ଷିତ ସଫେଇ କରିବାରେ ସହାୟକ ହେବ।

Also Read: ଆଇଓସିଏଲ ଓ ଠିକା ସଂସ୍ଥା ଅବହେଳାରୁ ଘଟିଛି ବିସ୍ଫୋରଣ: ପୋଲିସ

ଆଧୁନିକ ଯୁଗରେ କମ୍ ଶ୍ରମିକ ବ୍ୟବହାର କରି ଯାନ୍ତ୍ରିକ ସଫେଇ ଓ ବିପଦପୂର୍ଣ୍ଣ ସଫେଇରୁ ଦୂରେଇ ରହିବା ଏବଂ ସମସ୍ୟାର ସମାଧାନ ପାଇଁ ରାଜଧାନୀବାସୀ ୧୪୪୨୦ ନମ୍ବର ଯୋଗେ ଫାଇଦା ଉଠାଇପାରିବେ। ଲୋକଙ୍କ ଆଚରଣଗତ ପରିବର୍ତ୍ତନ ଆଣିବା ପାଇଁ ଏହି କାର୍ଯ୍ୟକ୍ରମ ଜରିଆରେ ଶିକ୍ଷା, ସୂଚନା ଓ ଯୋଗୋଯୋଗ ଭଳି ପଦକ୍ଷେପ ମାନ ନେବାକୁ କୁହାଯାଇଛି। ସେହିପରି ଏହି ନମ୍ବର ଜରିଆରେ ଅଭିଯୋଗ ଆସିଲେ ସମାଧାନ ପର୍ଯ୍ୟନ୍ତ ଏହାକୁ କ୍ଲୋଜ କରାଯାଇପାରିବନାହିଁ।

fallback

ଅଧିକରୁ ଅଧିକ ଏଥିରେ ଜନସଂପୃକ୍ତି ଲାଗି ୱାର୍ଡସ୍ତରୀୟ ଓ ଜୋନସ୍ତରୀୟ ଶିକ୍ଷା ସୂଚନା କାର୍ଯ୍ୟକ୍ରମ ହେବ ବୋଲି ବିଏମସି ଡେପୁଟି କର୍ତ୍ତୁପକ୍ଷ କହିଛନ୍ତି। ବିଏମସିର ପଦକ୍ଷେପକୁ ସହରବାସୀ ସ୍ବାଗତ କରିଛନ୍ତି। ସେପଟେ ଏହାର ବାସ୍ତବତା ଓ ପ୍ରଚାରକୁ ନେଇ ଅର୍ବାନ ପ୍ଲାନର ପୀୟୁଷ ରାଉତ ପ୍ରଶ୍ନ ଉଠାଇଛନ୍ତି। କାରଣ ସ୍ବଚ୍ଛ ସର୍ବେକ୍ଷଣ ବା କୌଣସି ରାଙ୍କ ହାସଲ କରିବା ଭଳି ପ୍ରତିଯୋଗୀତା ଆସିଲେ ଦେଖାଣିଆ ଭାବେ ଟଙ୍କା ଖର୍ଚ୍ଚ କରି ଆଗୁଆ ପଦକ୍ଷେପ ମାନ ନିଆଯାଏ ହେଲେ ପରିସଂଖ୍ୟାନ ସରିଗଲେ ଯୋଜନା ସରିଯାଏ।

Also Read: ସ୍ମାର୍ଟସିଟିକୁ ମଶାଣି ଚିନ୍ତା; ଶବଦାହ ପାଇଁ ଅଭାବ ପଡୁଛି ଜାଗା

ସେହିପରି ଅନେକ ସମୟରେ ବିଏମସି ପକ୍ଷରୁ ପରିଚାଳିତ ସେସପୁଲ ଗାଡି ଏଣେତେଣେ ମଳ ନିଷ୍କାସନ କରୁଥିବା ଅଭିଯୋଗ ହେଉଥିଲା। ଏହାରି ଭିତରେ ଏହି ନୂଆ ପଦକ୍ଷେପ କେତେ ଗ୍ରହଣୀୟ ଓ ବାସ୍ତବ ରୂପ ନେଉଛି ତାହା ଆଗାମୀ ଦିନରେ ଜଣାପଡିବ।