ରାଜଧାନୀରେ ଜନସଂଖ୍ୟା ବଢୁଛି ଆଉ ମୃତ୍ୟୁହାର ବଢିବା କ୍ଷଣି ଶ୍ମଶାନରେ ଜମୁଛି ଭିଡ। ବିଶେଷ କରି ସତ୍ୟନଗର ମଶାଣୀରେ ଗହଳି ହେଲେ ଶବଦାହ କରିବା ଲାଗି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ମଧ୍ୟ ପଡୁଥିଲା।
Trending Photos
ଶାନ୍ତସ୍ବରୂପ ରାଉତ,ଭୁବନେଶ୍ବର: ମୃତ୍ୟୁ ସଂଖ୍ୟା କମୁଛି ହେଲେ ଦୂର ହୋଇନି ଶ୍ମଶାନ (Crematorium) ସମସ୍ୟା। ରାଜ୍ୟ ରାଜଧାନୀରେ ଜନସଂଖ୍ୟା (Bhubaneswar Population) ଦ୍ରୁତ ଗତିରେ ବଢି ଚାଲିଥିବା ବେଳେ ମୃତ୍ୟୁ ପରେ ଶବ ସତ୍କାର (Last Ritual) କରିବା ଏବେ ବିରାଟ ସମସ୍ୟା ଭାବେ ଉଭା ହୋଇଛି। କୋରୋନା ମହାମାରୀ (Corona Pandemic) କାଳରେ ଘନ ଘନ ମୃତ୍ୟୁକୁ ନେଇ ଭୁବନେଶ୍ବରସ୍ଥିତ (Bhubaneswar) ସତ୍ୟନଗର ଶ୍ମଶାନ (Satyanagar Cemetery) ଉପରେ ବୋଝ ଭାରୀ ପଡିଯାଇଥିଲା।
ଏହାକୁ ଉପଶମ କରିବା ପାଇଁ ସହରର ଦୁଇ କୋଣ ପଟିଆ ଓ ଖଣ୍ଡଗିରି ଠାରେ ଥିବା ଦୁଇଟି ଶ୍ମଶାନରେ ଗ୍ୟାସ (Gas), ଇଲେକ୍ଟ୍ରିକ୍ ଚୁଲ୍ଲା (Electric Stove) ନିର୍ମାଣ କରିବାକୁ ଘୋଷଣା କରିଥିଲେ ବିଏମସି କମିଶନର (BMC Commissioner)। ମାସାଧିକ କାଳ ଅତିକ୍ରମ କରିଯାଇଥଲେ ମଧ୍ୟ ଏଯାବତ କାମ ଆରମ୍ଭ ହୋଇପାରିଲା ନାହିଁ। ଯାହାକୁ ନେଇ ବଢିଛି ଅସନ୍ତୋଷ।
ରାଜଧାନୀରେ ଜନସଂଖ୍ୟା ବଢୁଛି ଆଉ ମୃତ୍ୟୁହାର ବଢିବା କ୍ଷଣି ଶ୍ମଶାନରେ ଜମୁଛି ଭିଡ। ବିଶେଷ କରି ସତ୍ୟନଗର ମଶାଣୀରେ ଗହଳି ହେଲେ ଶବଦାହ କରିବା ଲାଗି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ମଧ୍ୟ ପଡୁଥିଲା। କୋଭିଡ ସମୟରେ ଏପରି ଭୟଙ୍କର ସ୍ଥିତିକୁ ଦେଖି ସହର ଦୁଇଟି ସ୍ଥାନ ପଟିଆ ଓ ଖଣ୍ଡଗିରି ଅଞ୍ଚଳର ଆଉ ଗୋଟିଏ ଗୋଟିଏ ଲେଖାଏଁ ଇଲେକ୍ଟ୍ରିକ୍ ଓ ଗ୍ୟାସ ଚୁଲ୍ଲା ନିର୍ମାଣ କରିବାକୁ ଘୋଷଣା କରିଥିଲେ କମିଶନର।
Also Read: ବିଏମସି ପରେ ଏଣିକି ପ୍ଲାଷ୍ଟିକ ପରିଚାଳନା କରିବେ ସ୍କୁଲ ପିଲା
ହେଲେ ମାସାଧିକ କାଳ ବିତିଗଲାଣି ହେଲେ ପଟିଆ ଶ୍ମଶାନରେ ଅଧାଗଢା କାମ ଚାଲିଥିବା ବେଳେ ଖଣ୍ଡଗିରି ଶ୍ମଶାନରେ ଖଣ୍ଡିଏ ଇଟା ଯୋଡାହୋଇନାହିଁ। ଯାହାକୁ ନେଇ ପୂର୍ବରୁ ଦାବି କରିଆସୁଥିବା ସତ୍ୟନଗର ଓ ମଶାଣୀ କଡରେ ରହୁଥିବା ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି। ଏନେଇ କମିଶନରଙ୍କୁ ଭେଟି ଅବଗତ କରିବାକୁ ବାରମ୍ବାର ଉଦ୍ୟମ ସତ୍ତ୍ୱେ ସମ୍ଭବ ହୋଇପାରୁନଥିବା କହିଛନ୍ତି ସତ୍ୟନଗର ଲେଡିଜ ଫୋରମ ସମ୍ପାଦିକା ଅନୁରାଧା ଦାଶ। ସତ୍ୟନଗର ପରେ ଏହି ଦୁଇଟି ନିର୍ମାଣ କାର୍ଯ୍ୟ ଶେଷ ହେଲେ ସହରର ଦ୍ବିତୀୟ ଗ୍ୟାସ ଓ ଇଲେକ୍ଟ୍ରିକ ଚୁଲ୍ଲା ଜନିତ ଶ୍ମଶାନ ଭାବେ ପରିଗଣିତ ହେବ। ରାଜ୍ୟ ରାଜଧାନୀକୁ କୋଭିଡ ସଂକଟରୁ ନିସ୍ତାର ମିଳି ମୁକ୍ତି ମିଳିଥିବା ବେଳେ ମୃତ୍ୟୁ ସଂଖ୍ୟା ନିୟାନ୍ତ୍ରଣାଧିନ ରହିଛି। ହେଲେ ନୂଆ ଇଲେକ୍ଟ୍ରି ଓ ଗ୍ୟାସ ଚୁଲ୍ଲା ନିର୍ମାଣ ଅଧାରେ ଅଟକିଯାଇଛି।
Also Read: ନୂଆବର୍ଷରେ ବଦଳିବ ସ୍ମାର୍ଟ ସିଟି ଜଳାଶୟ ଚିତ୍ର
ସେପଟେ ସତ୍ୟ ନଗର ଶ୍ମଶାନର ବୋଝ କମାଇବା ଲାଗି ୨ଟି ବିଦ୍ୟୁତ ଓ ଗ୍ୟାସ ଚାଳିତ ଚୁଲ୍ଲା ନିର୍ମାଣ କାର୍ଯ୍ୟ ଚାଲିଛି ଏବଂ ସହରର ବାକି ସ୍ଥାନୀୟ ଶ୍ମଶାନ ମଧ୍ୟ ପର୍ଯ୍ୟାୟ କ୍ରମେ ୨୦ ଲକ୍ଷରୁ ଅଧିକ ଟଙ୍କା ବ୍ୟୟ କରି ସୌନ୍ଦର୍ଯ୍ୟକରଣ ଓ ଆନୁଷଙ୍ଗୀକ ବିଶ୍ରାମକକ୍ଷ, ପାନୀୟ ଜଳ, ବିଦ୍ୟୁତ ଆଦି ବ୍ୟବସ୍ଥା କରିବାକୁ କହିଛନ୍ତି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧରୀ। ହେଲେ ଏହି ଘୋଷଣା କେତେ କାର୍ଯ୍ୟକାରୀ ହେଉଛି ନା ବିଏମସି ପକ୍ଷରୁ ମିଳିଥିବା ପ୍ରତିଶୃତି କଥାରେ ରହିଯାଉଛି ତାହା ଉପରେ ରହିଛି ନଜର।