ଶୀତ ଲହରୀରେ ବ୍ରେକ୍, ଫେରିଲା କୁହୁଡି
Advertisement
Article Detail0/zeeodisha/odisha842029

ଶୀତ ଲହରୀରେ ବ୍ରେକ୍, ଫେରିଲା କୁହୁଡି

କେନ୍ଦ୍ରର ଆକଳନ ଅନୁଯାଇ ଆସନ୍ତା ସକାଳ ୮ଟା ୩୦ ମଧ୍ୟରେ ମାଲକାନାଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସଂହପୁର, କେନ୍ଦ୍ରାପଡା, ଓ ଭଦ୍ରକ ଜିଲ୍ଲାରେ ହାଲୁକା କୁହୁଡି ସମ୍ଭାବନା ରହିଛି । 

ଶୀତ ଲହରୀରେ ବ୍ରେକ୍, ଫେରିଲା କୁହୁଡି

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ରାଜ୍ୟରେ ଲଗାତର ଜାଡୁଆ ଶୀତରୁ ସାମାନ୍ୟ ତ୍ରାହି ମିଳିବ । ଆଜି ଠାରୁ ଶୀତ କମିବା ସହ କୁହୁଡି ଫେରିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାସହ ଆଜି ଠାରୁ ପାରଦ ଉପରମୁହାଁ ହେବ । ସେପଟେ ଆଜି ରାଜ୍ୟର ୯ ଟି ସ୍ଥାନରେ ୧୦ ଡିଗ୍ରୀ ତଳେ ପାରଦ ରେକର୍ଡ ହୋଇଛି ।

ଅଧିକ ପଢ଼ନ୍ତୁ:-ପୁଣି ସୁନା-ରୁପା ମୂଲ୍ୟରେ ବଡ଼ ଧରଣର ହ୍ରାସ, ଜାଣି ନିଅନ୍ତୁ ଆଜିର ରେଟ୍

କେନ୍ଦ୍ରର ଆକଳନ ଅନୁଯାଇ ଆସନ୍ତା ସକାଳ ୮ଟା ୩୦ ମଧ୍ୟରେ ମାଲକାନାଗିରି, କୋରାପୁଟ, ରାୟଗଡା, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା, କଟକ, ଜଗତସଂହପୁର, କେନ୍ଦ୍ରାପଡା, ଓ ଭଦ୍ରକ ଜିଲ୍ଲାରେ ହାଲୁକା କୁହୁଡି ସମ୍ଭାବନା ରହିଛି । ଆସନ୍ତାକାଲି ମଧ୍ୟ ଉତ୍ତର-ଉପକୂଳ ଜିଲ୍ଲା ଗୁଡିକରେ ହାଲୁକା କୁହୁଡି ଦେଖାଦେବାର ସମ୍ଭାବନା ରହିଛି । ଏହାପରେ ୬ ତାରିଖରୁ କୁହୁଡି ପରିମାଣ ବୃଦ୍ଧି ହୋଇ ୭ ଜିଲ୍ଲାରେ ଘନ କୁହୁଡି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଏପରି ବିଭିନ୍ନ ଜିଲ୍ଲାରେ କୁହୁଡି ଦେଖାଦେବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ:-ଗେହଲଟଙ୍କ ଆଗରେ ଅସହାୟ ସୋନିଆ! ମାକନ ମଧ୍ୟ ମନାଇବାରେ ବିଫଳ

ତେବେ ଆଜି ଠାରୁ ରାତିର ସର୍ବନିମ୍ନ ତାପମାତ୍ରା ଆସନ୍ତା ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ଧିରେ ଧିରେ ୩-୪ ଡିଗ୍ରୀ ଯାଏଁ ବୃଦ୍ଧି ପାଇବ । ଏହାପରେ ୮ ତାରିଖରୁ ପୁଣି ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିବା ନେଇ କେନ୍ଦ୍ର ଆକଳନ କରିଛି । ସେପଟେ ଆଜି ୯ ସ୍ଥାନରେ ୧୦ ଡ଼ିଗ୍ରୀ ତଳେ ପାରଦ ରେକର୍ଡ ହୋଇଛି । କନ୍ଧମାଳ ଜିଲ୍ଲାର ଜି.ଉଦୟଗିରି ଠାରେ ୩.୦ ଡ଼ିଗ୍ରୀ  ସର୍ବନିମ୍ନ ତାପମାତ୍ରା ସହ ଫୁଲବାଣୀରେ ୫.୫ ଡ଼ିଗ୍ରୀ, ଦାରିଙ୍ଗବାଡିରେ ୮, କୋରାପୁଟରେ ୮.୫, ଝାରସୁଗୁଡାରେ ୯.୨, କେନ୍ଦୁଝରରେ ୯.୪, ବଲାଙ୍ଗୀରରେ ୯.୫, ସୁନ୍ଦରଗଡରେ ୯.୫ ଏବଂ ଭବାନୀପାଟଣାରେ ୯.୮ ଡିଗ୍ରୀ ରାତିର ସର୍ବନିମ୍ନ ତାପମାତ୍ର ରେକର୍ଡ ହୋଇଛି । ଏହାସହ ଭୁବନେଶ୍ୱର ରେ ୧୪.୭ ଏବଂ କଟକ ରେ ୧୩.୪ ଡ଼ିଗ୍ରୀ ରାତି ତାପମାତ୍ରା ରେକର୍ଡ ହୋଇଛି ।