ବ୍ରାଉନ ସୁଗାର ଜବତ, ମହିଳା ଗିରଫ
Advertisement

ବ୍ରାଉନ ସୁଗାର ଜବତ, ମହିଳା ଗିରଫ

ସ୍ଥାନୀୟ ହଳଦି ପଡ଼ିଆ ବସ୍ତିରୁ ପୁଣି ଥରେ ବ୍ରାଉନ ସୁଗାର ଜବତ କରିଛି ଲକ୍ଷ୍ମିସାଗର ପୋଲିସ। ଜଣେ ମହିଳାଙ୍କ ନିକଟରୁ ଏହି ଧଳା ଜହରକୁ ଜବତ କରିଛି ପୋଲିସ। ଜବତ ବ୍ରାଉନ ସୁଗାରର ମୂଲ୍ୟ ପାଖାପାଖି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡ଼ିଛି।  

ବ୍ରାଉନ ସୁଗାର ଜବତ, ମହିଳା ଗିରଫ

ଭୁବନେଶ୍ୱର: ସ୍ଥାନୀୟ ହଳଦି ପଡ଼ିଆ ବସ୍ତିରୁ ପୁଣି ଥରେ ବ୍ରାଉନ ସୁଗାର ଜବତ କରିଛି ଲକ୍ଷ୍ମିସାଗର ପୋଲିସ। ଜଣେ ମହିଳାଙ୍କ ନିକଟରୁ ଏହି ଧଳା ଜହରକୁ ଜବତ କରିଛି ପୋଲିସ। ଜବତ ବ୍ରାଉନ ସୁଗାରର ମୂଲ୍ୟ ପାଖାପାଖି ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେବ ବୋଲି ଜଣାପଡ଼ିଛି।  

ମିଳିଥିବା ସୂଚନା ମୁତାବକ ଏହି ମହିଳା ଜଣକ ପ୍ରାୟ ୪୪ ଗ୍ରାମର ବ୍ରାଉନସୁଗାର ବିକ୍ରି କରିବାକୁ ଯାଉଥିବା ନେଇ ପୋଲିସ ସୂଚନା ପାଇଥିଲା। ପୋଲିସ ହଳଦି ପଡ଼ିଆରେ ଚଢାଉ କରି ଉକ୍ତ ମହିଳାଙ୍କୁ ଗିରଫ କରିଥିଲେ। ଗିରଫ ମହିଳାଙ୍କ ନାମ ବିୟୁଟି ପୋଦ୍ଦାର ବୋଲି ପୋଲିସ ସୂଚନା ଦେଇଛି। ପୋଲିସ ମୁତାବକ ବିୟୁଟି ପୂର୍ବରୁ ପୋଲିସ ଇନଫର୍ମର କହି ବ୍ରାଉନ ସୁଗାର ବିକ୍ରି କରୁଥିଲା।  

ସୂଚନା ଯୋଗ୍ୟ ଭୁବନେଶ୍ୱରର ହଳଦି ପଡ଼ିଆ ବସ୍ତି ଏହି ବ୍ରାଉନସୁଗାର ବେପାରର ହବ ପାଲଟିଛି। ଅଧିକାଂଶ ସମୟରେ ଏହିଠାରେ ବ୍ରାଉନସୁଗାର ସହିତ ବିଭିନ୍ନ ଅପରାଧିକ ଘଟଣା ପାଇଁ ପୋଲିସ ଏକାଧିକ ଅପରାଧିଙ୍କୁ ଗିରଫ କରିଛି।