ଦିନ ଦ୍ୱିପହରରେ ଜଳିଗଲା ବସ୍
Advertisement

ଦିନ ଦ୍ୱିପହରରେ ଜଳିଗଲା ବସ୍

 ଦିନ ଦ୍ୱିପହରରେ ଜଳିଗଲା ବସ୍ । କାଲି  ଅପରାହ୍ନରେ ଭୁବନେଶ୍ୱର ଶହୀଦ ନଗର ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଜଳିଯାଇଛି ଏକ ବସ୍ । ଘଟଣା ପରେ ସ୍ଥାନୀୟ ବାସିନ୍ଦା ଦମକଳ ବାହିନିକୁ ଖବର ଦେଇଥିଲା । ଏହାପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ।

ଦିନ ଦ୍ୱିପହରରେ ଜଳିଗଲା ବସ୍

ଭୁବନେଶ୍ୱର: ଦିନ ଦ୍ୱିପହରରେ ଜଳିଗଲା ବସ୍ । କାଲି  ଅପରାହ୍ନରେ ଭୁବନେଶ୍ୱର ଶହୀଦ ନଗର ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଜଳିଯାଇଛି ଏକ ବସ୍ । ଘଟଣା ପରେ ସ୍ଥାନୀୟ ବାସିନ୍ଦା ଦମକଳ ବାହିନିକୁ ଖବର ଦେଇଥିଲା । ଏହାପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ।

ସୂଚନା ମୁତାବକ ଆଜି ଅପରାହ୍ନ ୨ଟା ପରେ ଶହୀଦ ନଗର ଇମ୍ଫା ପାର୍କ ନିକଟସ୍ଥ ଏକ କଲୋନୀରେ ଛିଡା ହୋଇଥିବା ଏକ ବସରେ ହଠାତ ଧୂଆଁ ବାହାରି ଭୟଙ୍କର ନିଆଁ  ଲାଗିଥିଲା । ବସ କାଚ ଫାଟିବା ସହ ଜୋର ଶବ୍ଦ ହୋଇଥିଲା । ଏହାକୁ ଦେଇ କଲୋନୀ ବାସି ତୁରନ୍ତ ଦମକଳ ବାହିନୀଙ୍କୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଅଗ୍ନୀଶମ ବାହିନୀ କର୍ମଚାରୀ ପହଁଚି ନିଆଁକୁ ଆୟତ କରିଥିଲେ । ତେବେ ବସଟି ସେଠାରେ ଦୀର୍ଘଦିନ ହେବ ପରିତ୍ୟକ୍ତ ଅବସ୍ଥାରେ ପଡିଥିବା ସହ କେଉଁ କାରଣରୁ ନିଆଁ ଲାଗିଛି ତାହା ଜଣାପଡିନାହିଁ । ଏଥରେ କେହି ମୃତାହତ ହୋଇନଥିବା ଭୁବନେଶ୍ୱର କଳ୍ପନା ଦମକଳ ବାହିନୀ ସହକାରୀ ଅଧିକାରୀ ପ୍ରସନ୍ନ କୁମାର ବେହେରା ନିଆଁ ଲିଭାଇବା ପରେ କହିଛନ୍ତି ।

fallbackବସ ନମ୍ବର କେଏ ୦୧ ଡି ୫୧୮୦ ଥିବାରୁ ଏହା ବାହାର ରାଜ୍ୟର ଗାଡିଟି ବୋଲି ଜଣାପଡିଥିବା ବେଳେ କିଏ ମାଲିକ ତାହା ସ୍ପଷ୍ଟ ହୋଇନାହିଁ । ତେବେ ଏନେଇ ସ୍ଥାନୀୟ ବାସିନ୍ଦାଙ୍କ କହିବା ମୁତବାକ ୨୦୧୬ ମସିହାରେ ଗାଡିଟି ଏଠାରେ ପଡିରହିଛି । ଏନେଇ ଥାନାରେ ଅଭିଯୋଗ କରିଥିବା ବେଳେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା କହିଛନ୍ତି ସେମାନେ । ତେବେ ଦିନ ଦ୍ୱିପହରରେ ଅଜଣା ଅଚିହ୍ନା ବସ ଦୀର୍ଘ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ପଡିରହିବା ପରେ ହଠାତ ନିଆଁ ଲାଗିବା ଦ୍ୱାରା  କଲୋନୀରେ ଏକପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ଏଥିପ୍ରତି ପ୍ରଶାସନିକ ସ୍ତରରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।