ଦୁଷ୍କର୍ମକାରୀ ଶିକ୍ଷକକୁ ଓଡ଼ିଶାରେ ଖୋଜୁଛି ସିବିଆଇ
Advertisement

ଦୁଷ୍କର୍ମକାରୀ ଶିକ୍ଷକକୁ ଓଡ଼ିଶାରେ ଖୋଜୁଛି ସିବିଆଇ

ଓଡ଼ିଶାରେ ଲୁଚିଛି ନାବାଳିକା ଦୁଷ୍କର୍ମକାରୀ ଶିକ୍ଷକ

ଦୁଷ୍କର୍ମକାରୀକୁ ଓଡ଼ିଶାରେ ଖୋଜୁଛି ପୋଲିସ

ଭୁବନେଶ୍ୱର, ସରୋଜ ବେହେରା: ଓଡ଼ିଶାରେ ଲୁଚିଛି ନାବାଳିକା ଦୁଷ୍କର୍ମକାରୀ ଶିକ୍ଷକ । ଶିକ୍ଷାନୁଷ୍ଠାନରେ ଥିବା ନାବାଳିକାଙ୍କୁ ନିଜ କାମନାର ଶିକାର କରି ଫେରାର ଥିବା ଏଭଳି ଜଣେ ଶିକ୍ଷକ ଓଡ଼ିଶାରେ ଲୁଚି ରହିଥବା ସନ୍ଦେହ କରିଛି ସିବିଆଇର ସ୍ୱତନ୍ତ୍ର କ୍ରାଇମବ୍ରାଞ୍ଚ । ଅଭିଯୁକ୍ତ ଦୁଷ୍କର୍ମକାରୀ ଧବଲ ତ୍ରିବେଦୀ ଦେଶର ବିଭିନ୍ନ ରାଜ୍ୟରେ ଶିକ୍ଷାନୁଷ୍ଠାନକୁ ଟାର୍ଗେଟ କରିଥାଏ । ସେଠାରେ ପଢୁଥିବା ଯୁବତୀ ଓ ନାବାଳିକାକୁ ନିଜ ଶିକାର କରିଥାଏ । ୨୦୧୨ରେ ଗୁଜରାଟର ପଢାରୀ ଥାନାରେ ତାଙ୍କୁ ଏଭଳି ଏକ ଦୁଷ୍କର୍ମ ଘଟଣାରେ ଗିରଫ କରାଯାଇଥିଲା । ହେଲେ ଜାମିନରେ ପାରୋଲରେ ଫେରିବା ପରେ ସେ ଫେରାର ହୋଇଯାଇଥିଲେ । ପରେ ପୁଣି ଏଭଳି ଘଟଣା ଘଟାଇ ସେ ଗୁଜରାଟର ନୀଧି ଖକ୍କରଙ୍କୁ ଅପହରଣ କରି ନେଇ ଫେରାର ହୋଇଯାଇଥିଲା ।  

୨୦୧୪ରେ ସମ୍ପୃକ୍ତ ଅଭିଯୁକ୍ତ ନିଜ ନାଁକୁ ବଦଳାଇ ଟିଡିକେ ଚନ୍ଦ୍ରା କରି ହରିୟାଣାରେ ମଧ୍ୟ ଅନୁରୂପ ଘଟଣା ଘଟାଇଥିଲା । ଗୁଜରାଟର ନୀଧି ଖକ୍କର ଅପହରଣ ପରେ ରାଜ୍ୟ ସରକାର ଏହାର ସିବିଆଇ ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବା ପାଇଁ କୁହାଯାଇଥିଲା । ସେବେଠାରୁ ସିବିଆଇର ସ୍ୱତନ୍ତ୍ର ଅପରାଧ ଶାଖା ଅଭିଯୁକ୍ତ ଧବଲ ତ୍ରିବେଦୀଙ୍କୁ ଖୋଜିବାରେ ଲାଗିଛି । ସେ ଓଡ଼ିଶାର କୌଣସି ସ୍କୁଲରେ ଶିକ୍ଷକ ଭାବେ ଲୁଚି ରହିଥିବା ସନ୍ଦେହ କରି ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣ ଶିକ୍ଷା ବିଭାଗକୁ ଚିଠି ଲେଖିଛି ସିବିଆଇ । ସିବିଆଇର ଚିଠି ମିଳିବା ପରେ ଏ ନେଇ ବିଭାଗୀୟ କର୍ତ୍ତୃପକ୍ଷ ରାଜ୍ୟର ସମସ୍ତ ବ୍ଲକ ଏଜୁକେସନ ଅଫିସରଙ୍କୁ ଏ ନେଇ ଅବଗତ କରିଛନ୍ତି । ଯଦି ଏ ଭଳି କୌଣସି ଲୋକ ଦୃଷ୍ଟିକୁ ଆସେ ସେ ନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।