CHSE RESULT: ୧୨ରେ ବାହାରିବ ପରୀକ୍ଷା ଫଳ
Advertisement

CHSE RESULT: ୧୨ରେ ବାହାରିବ ପରୀକ୍ଷା ଫଳ

CHSE RESULT: ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। 

CHSE RESULT: ୧୨ରେ ବାହାରିବ ପରୀକ୍ଷା ଫଳ

ରାଜେଶ ସାମନ୍ତରାୟ, ଭୁବନେଶ୍ୱର

CHSE RESULT: ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଦିନ ୧୨ଟା ୩୦ ମିନିଟରେ CHSE ବା ଯୁକ୍ତ ୨ ପରିଷଦ କାର୍ଯ୍ୟାଳୟରେ ଫଳ ପ୍ରକାଶ କରାଯିବ । ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ଦାସ । ଛାତ୍ରଛାତ୍ରୀମାନେ ସେମାନଙ୍କ ରେଜଲ୍ଟ ଇଣ୍ଟରନେଟ୍,ଏସଏମଏସ୍ ମାଧ୍ୟମରେ ପାଇ ପାଇ ପାରିବେ । ଏ ନେଇ ଖୁବ୍ ଶୀଘ୍ର ୱେବସାଇଟ୍ ଓ ଏସଏମଏସ ନମ୍ବର ପ୍ରକାଶ କରାଯିବ । ସେହିପରି ଅଗଷ୍ଟ ମାସ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ବାଣିଜ୍ୟ ବା କମର୍ସ ଓ  ଶେଷ ସପ୍ତାହରେ କଳା ରେଜଲ୍ଟ ପ୍ରକାଶ ହେବ । ଚଳିତ ବର୍ଷ କୋରୋନା ମହାମାରୀ ପାଇଁ କଲେଜରେ ଶିକ୍ଷାଦାନ ସମେତ ପରୀକ୍ଷା ଓ ଖାତା ଦେଖା ବନ୍ଦ ରହିଥିଲା । ଅନେକ ଜିଲ୍ଲାରେ ବିଭିନ୍ନ ସମୟରେ ଲକଡାଉନ୍ ଓ ସଟଡାଉନ ରହିବାରୁ ଖାତା ଦେଖା ଅନେକାଂଶରେ ବାଧା ପ୍ରାପ୍ତ ହେଲା । ଫଳରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଖାତା ଦେଖା ସେଣ୍ଟରକୁ ଆସି ପାରିଲେ ନାହିଁ । ଯେଉଁଥିପାଇଁ ରେଜଲ୍ଟ ବାହାରିବା ଏତେ ବିଳମ୍ବ ହେଲା ବୋଲି ମନ୍ତ୍ରୀ କହିଛନ୍ତି । 

ସେହିପରି ସେପଟେମ୍ବର ୧୪ ତାରିଖରୁ ୨୨ ତାରିଖ ମଧ୍ୟରେ ଚଳିତ ବର୍ଷର ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ସେପଟେମ୍ବର ୧୪ ତାରିଖରୁ ୨୪ ତାରିଖ ମଧ୍ୟରେ ଓପନ୍ ଲର୍ଣ୍ଣିଂ ସ୍କୁଲର ପରୀକ୍ଷା କରାଯିବା ନେଇ ଯୋଜନା ରହିଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ତେଣୁ ଛାତ୍ରଛାତ୍ରୀମାନେ ମାନସିକ ଭାବେ ଏବେଠାରୁ ପ୍ରସ୍ତୁତ ରହିବାକୁ ସେ କହିଛନ୍ତି ।  

ଏହା ବାଦ ଆଉ ଏକ ବଡ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ରାଜ୍ୟର ୫୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଚଳିତ ମାସ ଶେଷ ସୁଦ୍ଧା ପଦୋନ୍ନତି ପାଇବେ । ପଡି ରହିଥିବା ଏହି ନିଷ୍ପତ୍ତି ବିଭାଗୀୟ ପ୍ରମୁଖ ସଚିବ ଯୋଗ ଦେବା ପରେ ନିଆଯାଇଛି । ଫଳରେ ୫୬ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଲାଭବାନ ହୋଇ ପାରିବେ । ଦୀର୍ଘ ଦିନ ଧରି ଶିକ୍ଷକ ଶିକ୍ଷୟିତ୍ରୀଙ୍କର ପ୍ରମୋସନ୍ ବା ପଦୋନ୍ନତୀ ହୋଇ ପାରି ନ ଥିଲା, ଫଳରେ ଦାବି ହୋଇ ଆସୁଥିଲା । କିନ୍ତୁ କୋରୋନା ମହାମାରୀ ବେଳେ ଚଳିତ ବର୍ଷ ପ୍ରମୋସନ୍ ହେବା ଏକ ପ୍ରକାର ଅନିଶ୍ଚିତ ଥିଲା । କିନ୍ତୁ ମନ୍ତ୍ରୀ ଓ ବିଭାଗ ପଦୋନ୍ନତୀ ପ୍ରସଙ୍ଗ ଘୋଷଣା କରି ଏକ ସରପ୍ରାଇଜ୍ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଦେଇଛନ୍ତି । ଯାହାକୁ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମହଲରେ ସ୍ବାଗତ କରାଯାଇଛି ।