ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇ ପତାକା ଉତ୍ତୋଳନ କରିବେନି ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha629774

ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇ ପତାକା ଉତ୍ତୋଳନ କରିବେନି ମୁଖ୍ୟମନ୍ତ୍ରୀ

ରାଜ୍ୟସ୍ତରୀୟ ଗଣତନ୍ତ୍ର ଉତ୍ସବରେ ରାଜ୍ୟପାଳ ପତାକା ଉତ୍ତୋଳନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କଟକରେ ପତାକା ଉତ୍ତୋ‌ଳନ କରିଥାନ୍ତି । ହେଲେ ଏଥର ମୁଖ୍ୟମନ୍ତ୍ରୀ ଅନ୍ୟ କେଉଁଠି କି ନଯାଇ ରାଜ୍ୟସ୍ତରୀୟ ଉତ୍ସବରେ ଉପସ୍ଥିତ ରହିବେ । 

ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇ ପତାକା ଉତ୍ତୋଳନ କରିବେନି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହୋଇ ପତାକା ଉତ୍ତୋଳନ କରିବେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟସ୍ତରୀୟ ପ୍ୟାରେଡ଼ ଉତ୍ସବରେ ସମ୍ମାନିତ ଅତିଥି ହୋଇ ଉପସ୍ଥିତ ରହିବେ । ସରକାରଙ୍କ ଏପରି ନିଷ୍ପତି ପରେ ଦୀର୍ଘ ଦିନ ଧରି ଚାଲିଥିବା ପରମ୍ପରାରେ ଯବନିକା ପଡ଼ିଛି । ସ୍ୱାଧୀନତା ଦିବସର ରାଜ୍ୟ ସ୍ତରୀୟ ଉତ୍ସବରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କୁ ସମ୍ବୋଧିତ କରିଥାନ୍ତି ।

ରାଜ୍ୟସ୍ତରୀୟ ଗଣତନ୍ତ୍ର ଉତ୍ସବରେ ରାଜ୍ୟପାଳ ପତାକା ଉତ୍ତୋଳନ କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କଟକରେ ପତାକା ଉତ୍ତୋ‌ଳନ କରିଥାନ୍ତି । ହେଲେ ଏଥର ମୁଖ୍ୟମନ୍ତ୍ରୀ ଅନ୍ୟ କେଉଁଠି କି ନଯାଇ ରାଜ୍ୟସ୍ତରୀୟ ଉତ୍ସବରେ ଉପସ୍ଥିତ ରହିବେ । ସରକାରଙ୍କ ଏପରି ନିଷ୍ପତିକୁ ସମୀକ୍ଷକମାନେ ସ୍ୱାଗତ କରିଛନ୍ତି ।

ଏଥର ରାଜ୍ୟସ୍ତରୀୟ ପ୍ୟାରେଡ଼ ଉତ୍ସବକୁ ଭିନ୍ନ ଢଙ୍ଗରେ ପାଳନ କରାଯାଉଛି । ଦିଲ୍ଲୀ ଢାଞ୍ଚାରେ ଭୁବନେଶ୍ୱରରେ ହେବ ପ୍ୟାରେଡ଼ ଉତ୍ସବ । ପ୍ରଥମ ଥର ପାଇଁ ସମସ୍ତ ପୋଲିସ ବାହିନୀ ଏଥିରେ ସାମିଲ ହେବା ସହ ଏସ୍‌ଓଜି ଜବାନମାନେ ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିବେ । ଦିଲ୍ଲୀରେ ଯେପରି ରାଷ୍ଟ୍ରପତି ପତାକା ଉତ୍ତୋଳନ କରନ୍ତି ଏବଂ ପ୍ରଧାନମନ୍ତ୍ରୀ ସେଠାରେ ଉପସ୍ଥିତ ରହି ଅତିଥିମାନଙ୍କୁ ସ୍ୱାଗତ କରନ୍ତି, ସେହି ଢାଂଚାରେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହି ରାଜ୍ୟପାଳଙ୍କୁ ସ୍ୱାଗତ କରିବା ସହ ରାଜ୍ୟସ୍ତରୀୟ ପ୍ୟାରେଡ଼ ଉତ୍ସବରେ ସମ୍ମାନିତ ଅତିଥି ଭାବେ ଯୋଗ ଦେବେ । 

ଏହାକୁ ସମସ୍ତେ ସ୍ୱାଗତ କରିଥିଲେ ମଧ୍ୟ କଟକରେ ମୁଖ୍ୟମନ୍ତ୍ରୀ ପତାକା ଉତ୍ତୋଳନ କରିବାର ପରମ୍ପରାକୁ କାହିଁକି ବନ୍ଦ କରାଯାଉଛି । ଏହାର ଯୁକ୍ତିଯୁକ୍ତ କାରଣ ସରକାର ଦେବା ଦରକାର ବୋଲି ସମୀକ୍ଷକ କହିଛନ୍ତି । କାହିଁ କେବେଠାରୁ କଟକରେ ମୁଖ୍ୟମନ୍ତ୍ରୀଙ୍କ ଅଭିବାଦନ ଗ୍ରହଣ ପରମ୍ପରା ରହିଆସିଛି । ହେଲେ ଏଥର ସରକାରଙ୍କ ନୂଆ ନିଷ୍ପତି ଫଳରେ ମୁଖ୍ୟମନ୍ତ୍ରୀ ଆଉ କେଉଁଠି ପତାକା ଉତ୍ତୋଳନ କରିବେ ନାହିଁ କି ଅଭିବାଦନ ଗ୍ରହଣ କରିବେ ନାହିଁ ।