ପାରିଲେନି ନବୀନ, ସୁନ୍ଦରୀକୁ ଫେରାଇ ନେବେ ଶିବରାଜ
Advertisement
Article Detail0/zeeodisha/odisha803273

ପାରିଲେନି ନବୀନ, ସୁନ୍ଦରୀକୁ ଫେରାଇ ନେବେ ଶିବରାଜ

ବନ୍ୟଜନ୍ତୁ ପରିଚାଳନାରେ ଅବହେଳା ହେତୁ ଅଣ୍ଡିରା ବାଘର ମୃତ୍ୟୁ ଘଟିଥିଲା। ବାଘୁଣୀ ସୁନ୍ଦରୀକୁ ସେଠାରେ ସଠିକ୍ ଯତ୍ନ ନିଆଯାଉନାହିଁ।

ଫେରିଯିବ ସୁନ୍ଦରୀ

ସରୋଜ ବେହେରା, ଭୁବନେଶ୍ବର: ଓଡିଶାରେ ବ୍ୟାଘ୍ର ପ୍ରକଳ୍ପକୁ ବୃଦ୍ଧି କରିବା ସହ ବାଘ ସଂଖ୍ୟା ବୃଦ୍ଧି ଯୋଜନା ଫେଲ ମାରିଛି। ଫଳରେ ମଧ୍ୟପ୍ରଦେଶରୁ ଆସିଥିବା ବାଘୁଣୀ ସୁନ୍ଦରୀ (tigeress sundari) ଫେରିଯିବା ସମ୍ଭାବନ ବୃଦ୍ଧି ପାଇଛି। ସୁନ୍ଦରୀର ପ୍ରତ୍ୟାବର୍ତ୍ତନ ନେଇ ଗୁରୁବାର ନବୀନ ପଟ୍ଟନାୟକଙ୍କୁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ (Sivraj singh chauhan) ଚିଠି ଲେଖିଛନ୍ତି। ସାତକୋସିଆ ବାଘର ମୃତ୍ୟୁକୁ ନେଇ ମଧ୍ୟ ସେ ଦୁଃଖ ପ୍ରକାଶ କରିଛନ୍ତି। 

ସୁନ୍ଦରୀ (Sundari) କୁ ଫେରାଇ ନେବା ପାଇଁ ମଧ୍ୟପ୍ରଦେଶ ବନ ବିଭାଗ ଆଗରୁ ଅନେକବାର ପ୍ରସ୍ତାବ ଦେଇଥିଲା। କିନ୍ତୁ ଏବେ ଏହା ରାଜ୍ୟ ମୁଖିଆସ୍ତରରେ ପହଞ୍ଚିଛି। ମଧ୍ୟପ୍ରଦେଶ ଫେରିବା ପରେ କାହ୍ନା (Kanha tiger reserve) , ବାନ୍ଧବଗଡ଼ କିମ୍ବା ପେଞ୍ଚ ଟାଇଗର ରିଜର୍ଭରେ ସୁନ୍ଦରୀ ରହିବ। ଏହି ୩ଟି ରିଜର୍ଭରେ ସଫାରି ନିର୍ମାଣ ନହେବା ପର୍ଯ୍ୟନ୍ତ ସୁନ୍ଦରୀକୁ କାହ୍ନା ଟାଇଗର ରିଜର୍ଭର ଗୋରଲା କେନ୍ଦ୍ରରେ ରଖାଯିବ। ବର୍ତ୍ତମାନ, ଗୋରଲା କେନ୍ଦ୍ରରେ ଏକ ଅନାଥ ବାଘ ଛୁଆର ଟ୍ରେନିଂ ଚାଲିଛି । ତାହାକୁ ଉପଯୁକ୍ତ ଜଙ୍ଗଲରେ ଛଡାଯିବା ପରେ ସୁନ୍ଦରୀଙ୍କୁ ଏହି କେନ୍ଦ୍ରରେ ରଖାଯିବ। 

Also Read: ସୁନ୍ଦରୀକୁ ନେଇ ବଢିଲା ଟେନସନ, କେଉଁଠି ରହିବ ବାଘୁଣୀ?

ଓଡିଶା (Odisha tiger reserve) ର ଅନୁରୋଧ କ୍ରମେ ମଧ୍ୟପ୍ରଦେଶ ସରକାର ୨ଟି ବାଘ ପଠାଇଥିଲେ। କିନ୍ତୁ ବନ୍ୟଜନ୍ତୁ ପରିଚାଳନାରେ ଅବହେଳା ହେତୁ ଅଣ୍ଡିରା ବାଘର ମୃତ୍ୟୁ ଘଟିଥିଲା। ବାଘୁଣୀ ସୁନ୍ଦରୀକୁ ସେଠାରେ ସଠିକ୍ ଯତ୍ନ ନିଆଯାଉନାହିଁ। ଲୋକଙ୍କ ଜୀବନ ହାନୀ ସନ୍ଦେହରେ ୨୦୧୮ରୁ ସୁନ୍ଦରୀକୁ ଏନକ୍ଲୋଜରରେ ରଖାଯାଇଛିଯ ଧିରେ ଧିରେ ସେ ଶିକାର କରିବା ବି ଭୁଲି ଗଲାଣି। ତେଣୁ ଓଡିଶାରେ ସୁନ୍ଦରୀ ପ୍ରତି ବିପଦ ଥିବା ଆଶଙ୍କା କରି ଶିବରାଜ ମୁଖ୍ୟମନ୍ତ୍ରୀ (Naveen Pattnaik) ଙ୍କୁ ଚିଠି ଲେଖିଛନ୍ତି। ମଧ୍ୟପ୍ରଦେଶରେ ଉପଯୁକ୍ତ ଭିତ୍ତିଭୂମି ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଓଡିଶାରେ ବାଘୁଣୀର ଯତ୍ନ ନେବାକୁ ସେ ଅପିଲ କରିଛନ୍ତି।