Advertisement

Odisha

alt
Feb 17,2025, 18:29 PM IST
alt
Odisha News: ଡାଇଲୋସିସ ର କଷ୍ଟ ସହି ନପାରି ମେଡିକାଲ ଛାତ ରୁ ଡେଇଁ ଆତ୍ମହତ୍ୟା କଲେ ଜଣେ ରୋଗୀ।କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟ ରେ ଦୀର୍ଘ ଦେଢ଼ ବର୍ଷରୁ ଉର୍ଦ୍ଧ ହେବ କଣ୍ଟିପାଳ ଗାଁର ବିଜୟ ବେହେରା ନାମକ ଜଣେ କିଡ଼ନୀ ରୋଗୀ ଡାଇଲୋସିସ ହେଉଥିଲେ। ଦିନକୁ ଦିନ ପରିବାର ପରିସ୍ଥିତି ସହିତ ତାଙ୍କ ରୋଗର କଷ୍ଟ ଅସହନୀୟ ହୋଇଥିଲା। ଆଜି ସକାଳୁ ସେ ମେଡିକାଲ କୁ ଡାଇଲୋସିସ ହେବା ପାଇଁ ଆସିଥିଲେ। ସେହି ସମୟରେ ମେଡିକାଲ କର୍ମଚାରୀ କେହି ଆସି ନଥିବା ବେଳେ ନିଜ ପତ୍ନୀ କୁ ଜଳଖିଆ ଆଣିବାକୁ ପଠାଇ ନିଜେ ଛାତ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ। ସେଠାରୁ ତାଙ୍କୁ ଉଦ୍ଧାର କରି ମେଡିକାଲ ରେ ଚିକିତ୍ସା କରୁଥିବା ସମୟରେ ତାଙ୍କର ମୃତ୍ୟୁ ହୋଇଛି।  
Feb 17,2025, 16:16 PM IST
View More

Trending news

;