ଶୀତର ଥାର୍ଡ ଡିଗ୍ରୀ; ଥରାଉଛି ଓ କନ୍ଦାଉଛି
Advertisement
Article Detail0/zeeodisha/odisha616596

ଶୀତର ଥାର୍ଡ ଡିଗ୍ରୀ; ଥରାଉଛି ଓ କନ୍ଦାଉଛି

ଶୀତ ଲହରୀକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।

ଶୀତର ଥାର୍ଡ ଡିଗ୍ରୀ; ଥରାଉଛି ଓ କନ୍ଦାଉଛି

ଭୁବନେଶ୍ୱର: ରାଜ୍ୟରେ ଆଜିଠୁ ବଢିଛି ଶୀତ, କମିବ ୬ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା, ତିନି ଜିଲ୍ଲାକୁ କୋଲ୍ଡ ୱେଭ ୟେଲୋ ୱାର୍ଣ୍ଣି । ଆଜିଠାରୁ ରାଜ୍ୟରେ ଅଧିକ ଶୀତ ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ୧୨ ଘଣ୍ଟା ମଧ୍ୟରେ ମୟୂରଭଞ୍ଜ , ସୁନ୍ଦରଗଡ, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ ଆଦି ଜିଲ୍ଲାରେ ସ୍ୱଳ୍ପ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ୨୮ରୁ ୩୦ ତାରିଖ ମଧ୍ୟରେ ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି କେନ୍ଦ୍ର ସୂଚନା ଦେଇଛି । ଏହା ସହ ଶୀତ ଲହରୀକୁ ଦୃଷ୍ଟିରେ ରଖି ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।

ସୁନ୍ଦରଗଡ, ଦେଓଗଡ ଓ ଅନୁଗୁଳ ଜିଲ୍ଲାରେ ଶୀତ ଲହରୀ ସତର୍କତା ଜାରି କରାଯାଇଥିବା ବେଳେ ଏସବୁ ଜିଲ୍ଲା ସମତେ ମୟୂରଭଞ୍ଜ ଜିଲ୍ଲାରେ ଦିନ ବେଳା ମଧ୍ୟ ତାପମାତ୍ର କମ୍ ରହିବ, ସେଥିପାଇଁ କୋଲ୍ଡ ଡେ’ ୱାର୍ଣ୍ଣିଂ ଜାରି କରାଯାଇଛି । ଯୋଡ଼ାରେ ବରଫ ପଡ଼ିଥିବା ଦେଖିବାକୁ ମିଳିଛି । ସେଭଳି ଜାନୁଆରୀ ୧ ଓ ୨ ତାରିଖରେ ଉତ୍ତର ଓଡିଶାର ଅଧିକାଂଶ ସ୍ଥାନ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରପଡା, କଟକ, ମୟୂରଭଞ୍ଜ କେଉଁଝର, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହ ବର୍ଷା ହେବାର ସମ୍ଭାବନା ଥିବା କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ସେପଟେ ଦିଲ୍ଲୀରେ ରେକର୍ଡ ଭାଙ୍ଗିଲା ଶୀତ । ଆଜି ସକାଳେ ଗତ ଶହେ ବର୍ଷ ମଧ୍ୟରେ ଦିଲ୍ଲୀରେ ସବୁଠାରୁ କମ ତାପମାତ୍ରା ରେକର୍ଡ କରାଯାଇଛି । ଲୋଧିରୋଡରେ ସର୍ବନିମ୍ନ ତାପମାତ୍ରା ୧.୭ ଡିଗ୍ରୀ, ଆୟା ନଗରରେ ୧.୯ ଡିଗ୍ରୀ ରେକର୍ଡ ହୋଇଛି । ସେହିପରି ପାଲମରେ ତାପମାତ୍ରା ୪.୮ ଡିଗ୍ରୀ ସେଲସିୟସରେ ପହଞ୍ଚିଛି । ଦିଲ୍ଲୀ ବ୍ୟତୀତ ପଞ୍ଜାବ, ହରିୟାଣା ଓ ଉତ୍ତର ପ୍ରଦେଶରେ ପ୍ରବଳ ଶୀତ ଯୋଗୁଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଆସନ୍ତା ୨ ଦିନରେ ମଧ୍ୟ ତାପମାତ୍ରା ଆହୁରି କମିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।