President of India: ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ, ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ମକଡ୍ରିଲ କଲା କମିଶନରେଟ ପୋଲିସ
Advertisement

President of India: ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ, ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ମକଡ୍ରିଲ କଲା କମିଶନରେଟ ପୋଲିସ

Odisha Tour of President: ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ବ୍ଲୁ ବୁକ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ମହାମହିମଙ୍କ ସୁରକ୍ଷା ପାଇଁ ମୁତୟନ ହେବେ ୫୫ ପ୍ଲାଟୁନ ପୋଲିସ ଫୋର୍ସ । ୩ ଶହ ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ। ବିମାନ ବନ୍ଦର ଠାରୁ  ରାଜଭବନ ପର୍ଯନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ। 

President of India: ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ, ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ମକଡ୍ରିଲ କଲା କମିଶନରେଟ ପୋଲିସ

President Draupadi Murmu: ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତି ଦ୍ରୌପଦୀ ମୁର୍ମୁ। ଗୁରୁବାର ସକାଳ ୧୦ଟା ୫୦ ମିନିଟ ସମୟରେ ବାୟୁସେନାର ସ୍ଵତନ୍ତ୍ର ବିମାନରେ ଆସି ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ ମହାମହିମ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ ପୋଲିସ ପକ୍ଷରୁ  ପ୍ରସ୍ତୁତି ଶେଷ ହୋଇଛି। ବୁଧବାର ଭୁବନେଶ୍ୱର ବିମାନବନ୍ଦର ପରିସରରେ କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛି। ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ବେଳେ ଉପସ୍ଥିତ ଥିଲେ ସିଆଇଏସଏଫ ଅଧିକାରୀଙ୍କ ସହ ବିମାନ ବନ୍ଦର ନିର୍ଦେଶକ। ରାଷ୍ଟ୍ରପତିଙ୍କ ଗସ୍ତ ବେଳେ ବିମାନ ବନ୍ଦର  ଭିତରେ କିଭଳି ରହିବ ସୁରକ୍ଷା ସେ ନେଇ ଆଲୋଚନା କରାଯାଇଛି।

ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି ବ୍ଲୁ ବୁକ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ମହାମହିମଙ୍କ ସୁରକ୍ଷା ପାଇଁ ମୁତୟନ ହେବେ ୫୫ ପ୍ଲାଟୁନ ପୋଲିସ ଫୋର୍ସ । ୩ ଶହ ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ମୁତୟନ ହେବେ। ବିମାନ ବନ୍ଦର ଠାରୁ  ରାଜଭବନ ପର୍ଯନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ। ଭୁବନେଶ୍ୱରରେ ଯେଉଁଠାରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ରହିଛି ସେଠାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବ। ରାଷ୍ଟ୍ରପତି ପହଞ୍ଚିବା ପରେ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବ। ସେଥିପାଇଁ ରିହର୍ସାଲ୍ (Rehearsal) ମଧ୍ୟ କରାଯାଇଛି। ଆସନ୍ତା ଗୁରୁବାର ଏବଂ ଶୁକ୍ରବାର ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି।  

ଗୁରୁବାର ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମହାମହିମଙ୍କୁ ସ୍ଵାଗତ କରିବେ। ବିମାନ ବନ୍ଦରରୁ ରାଷ୍ଟ୍ରପତି ସିଧାସଳଖ ପୁରୀ ଅଭିମୁଖେ ଯାତ୍ରା କରିବେ। ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ରାଜଭବନରେ ରହିବା କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏହାକୁ ଦୃଷ୍ଟିରେ ରାଜଭବନ ପରିସରରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି ପୋଲିସ। ରାଷ୍ଟ୍ରପତିଙ୍କ କାର୍ଯ୍ୟସୂଚୀ ଅନୁସାରେ ଭୁବନେଶ୍ୱରରେ ରାଷ୍ଟ୍ରପତି ୧୦ଟା ୫୦ ମିନିଟରେ ପହଞ୍ଚିବେ। 

ଏହା ପରେ ୧୧ଟା ୧୦ ମିନିଟରେ ଭୁବନେଶ୍ୱର ବିମାନ ବନ୍ଦରରୁ ବାୟୁସେନାର ଏକ ସ୍ଵତନ୍ତ୍ର ହେଲିକ୍ୟାପ୍ଟର ଯୋଗେ ପୁରୀ ଗସ୍ତ କରିବେ। ପୁରୀରୁ ବାହାରି ୩ଟା ୩୦ ମିନିଟରେ ଭୁବନେଶ୍ୱର ପହଞ୍ଚି ସେଠାରୁ ରାସ୍ତା ଯୋଗେ ପ୍ରଥମେ ମ୍ୟୁଜିୟମ ଛକରେ ଥିବା ବକ୍ସି ଜଗବନ୍ଧୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ଏହା ପରେ ରାଜଭବନ ଛକରେ ଥିବା ଉତ୍କଳ ଗୌରବ ମଧୁସୂଦନ ଦାସ, ପରେ ଗୋପାବନ୍ଧୁ ଛକରେ ଗୋପବନ୍ଧୁ ଦାସ, ପାୱାର ହାଉସ ଛକରେ ଥିବା ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜ, ନାଲକୋ ଛକରେ ଥିବା ସ୍ୱଭାବ କବି ଗଙ୍ଗାଧର ମେହେର, ନାଲକୋ ଛକରେ ଥିବା  ସହିଦ ଲକ୍ଷ୍ମଣ ନାଏକ, ସାଲିଆସହି ହାତିଆଶୁଣି ବସ୍ତିରେ ଥିବା ବିର୍ସା ମୁଣ୍ଡା, ସିତାନାଥ ବସ୍ତିରେ ଥିବା ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ। ସେହିପରି ୧୧ ତାରିଖ ଦିନ ୧୦ଟାରୁ ୧୧ଟା ମଧ୍ୟରେ  ଖଣ୍ଡଗିରିରେ ଥିବା  ତପୋବନ ହାଇସ୍କୁଲ ଏବଂ ୟୁନିଟ 2 ଗାର୍ଲ୍ସ ହାଇସ୍କୁଲ ଯିବେ। ପରେ ଜୟଦେବ ଭବନ ଯାଇ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ।