Advertisement
Article Detail0/zeeodisha/odisha695195
Zee OdishaBhubneshwar୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୨୨୫ ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ

୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୨୨୫ ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ

ରାଜ୍ୟରେ ମୋଟ ୩୭୨୩ ମାମଲା

୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୨୨୫ ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟକ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି। ବିଗତ ଦିନ ଅପେକ୍ଷା ଗତ ୨୪ ଘଣ୍ଟାରେ ସର୍ବାଧିକ ୨୨୫ଟି ମାମଲା ସାମ୍ନାକୁ ଆସିଛି। ଏହା ମଧ୍ୟରେ ସର୍ବାଧିକ କଟକ ଜିଲ୍ଲାରୁ ରହିଛନ୍ତି। କଟକରୁ ସର୍ବାଧିକ ୯୨ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟର କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୭୨୩ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। 

ବିଭାଗ ଦେଇଥିବା ସୂଚନା ମୁତାବକ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧୯୬ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳର ୨୯ ଜଣ ରହିଛନ୍ତି। ସର୍ବାଧିକ ୯୨ ଜଣ କଟକରୁ ଚିହ୍ନଟ ହୋଇଛନ୍ତି। ସେହିପରି ଜଗତସିଂହପୁରରୁ ୧୩ଟି ମାମଲା, ଖୋର୍ଦ୍ଧାରୁ ୯୨ଟି ମାମଲା, ଗଞ୍ଜାମରୁ ୨୦ଟି, ପୁରୀ ଓ କନ୍ଧମାଳରୁ ୧୫, ବଲାଙ୍ଗୀରରୁ ୧୨, ନୟାଗଡ଼ ଓ ଢେଙ୍କାନାଳରୁ ୭ଟି, ବାଲେଶ୍ୱରରୁ ୨, ଭଦ୍ରକରୁ ୫ଟି, କଳାହାଣ୍ଡିରୁ ୩ଟି, ଅନୁଗୋଳ ଓ ସୁନ୍ଦରଗଡ଼ରୁ ଗୋଟିଏ ଲେଖାଏଁ, କେନ୍ଦ୍ରାପଡ଼ାରୁ ୪ଟି, ମୟୂରଭଞ୍ଜରୁ ୯ଟି ମାମଲା ସାମ୍ନାକୁ ଆସିଛି। 

ସେହିପରି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୨୩୬ଟି ମାମଲା ସକ୍ରିୟ ରହିଛି। ୨୪୭୪ଟି ମାମଲା ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୪ ଘଣ୍ଟା ମଧ୍ୟରେ ୧୯୬୪୫୬ଟି କୋରୋନା ପରୀକ୍ଷା ହୋଇଥିଲା। ସେଥି ମଧ୍ୟରୁ ୨୨୫ଟି ମାମଲା ସାମ୍ନାକୁ ଆସିଥିଲା। 

Add Zee News as a Preferred Source

 

About the Author