ଓଡିଶାରେ ପହଞ୍ଚିଲା କୋରୋନା ଟିକା, ୧୬ ଜାନୁଆରୀକୁ ଟିକାକରଣ
Advertisement
Article Detail0/zeeodisha/odisha826648

ଓଡିଶାରେ ପହଞ୍ଚିଲା କୋରୋନା ଟିକା, ୧୬ ଜାନୁଆରୀକୁ ଟିକାକରଣ

ରାଜ୍ୟର ପହଞ୍ଚିଛି କୋଭିସିଲିଡ ନିର୍ମିତ ୪୦ ହଜାର ୮୦୦ ସିସି କୋରୋନା ଭ୍ୟାକସିନ। ଆସନ୍ତା ୧୬ ତାରିଖରେ ରାଜ୍ୟର ୧୬୦ଟି ସ୍ଥାନରେ ଏକକାଳୀନ ଟିକାକରଣ କରାଯିବ। 

ଓଡିଶାରେ ପହଞ୍ଚିଲା କୋରୋନା ଟିକା, ୧୬ ଜାନୁଆରୀକୁ ଟିକାକରଣ

ସରୋଜ ବେହେରା,ଭୁବନେଶ୍ବର: ଶେଷରେ ରାଜ୍ୟର ପହଞ୍ଚିଛି କୋରୋନା ଭ୍ୟାକସିନ। ଟିକା ପାଇଁ ଯେଉଁ ଅପେକ୍ଷା ରହିଥିଲା ତାହା ଏବେ ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ ଆସିଛି କୋଭିସିଲିଡର ୪୦ ହଜାର ୮୦୦ ସିସି (Small Bottle)। ସ୍ବତନ୍ତ୍ର ସ୍ପାଇସ ଜେଟ ବିମାନ ଜରିଆରେ ଏହି ଭ୍ୟାକସିନ ସିଧାସଳଖ କମ୍ପାନୀରୁ ଭୁବନେଶ୍ୱରରେ ଆସି ପହଞ୍ଚିଛି। କଡା ସୁରକ୍ଷା ବଳୟରେ ଏହି ଭ୍ୟାକସିକୁ ରାଜ୍ୟ ଔଷଧ ଷ୍ଟୋର ହାଉସକୁ ଅଣାଯାଇଛି।

ଗୋଟିଏ ବୋତଲରୁ ୧୦ଟି ଡୋଜ ଦିଆଯାଇ ପାରିବ। ସେହି  ଅନୁସାରେ ମଙ୍ଗଳବାର ଯେତିକି ଟୀକା ପହଁଚିଛି ତାହା କେବଳ ୧ ଲକ୍ଷ ୯୧ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଇପାରିବ। ପ୍ରଥମ ପର୍ଯ୍ୟାୟ ଟିକାକରଣ ଲାଗି ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ପ୍ରାଧାନ୍ୟ ଦିଆଯିବ। ଯେଉଁମାନଙ୍କୁ ଟିକା ଦିଆଯିବ ସେମାନଙ୍କୁ ପାଖକୁ ମେସେଜ ଯିବ। ଯେଉଁ ଜିଲ୍ଲାରେ କୋଭିଡ ସ୍ଥିତି ସଙ୍ଗିନ ଥିଲା ସେ ସ୍ଥାନକୁ ଗୁରୁତ୍ୱ ଦିଆଯିବ। ରାଜ୍ୟ ଭ୍ୟାକ୍ସିନ ଷ୍ଟୋରରେ ଟୀକା ପହଁଚିବା ପରେ ଜିଲ୍ଲା ସ୍ତରକୁ ନେବା ଲାଗି ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଛି।

fallback

ସେମାନେ ଆଜି କିମ୍ବା ଆସନ୍ତାକାଲି ମଧ୍ୟରେ ଗାଡି ପଠେଇ ଟିକା ନେଇଯିବେ। କୋଭାକ୍ସିନ ମଧ୍ୟ ୨୦ ହଜାର ରାଜ୍ୟକୁ ଆସିବ ବୋଲି କେନ୍ଦ୍ର ସରକାର ଜଣାଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଡାଟା ପ୍ରସ୍ତୁତ କରିବା ଲାଗି ଗୃହ, ରାଜସ୍ୱ ଏବଂ ନଗର ଉନ୍ନୟନ ବିଭାଗକୁ ଚିଠି କରାଯାଇଛି। ଜାନୁଆରୀ ୨୫ ସୁଦ୍ଧା ଡାଟା ବେସ ପ୍ରସ୍ତୁତ କରାଯିବ। ଆସନ୍ତା ୧୬ ତାରିଖରେ ରାଜ୍ୟର ୧୬୦ଟି ସ୍ଥାନରେ ଏକକାଳୀନ ଭ୍ୟାକସିନ ଦିଆଯିବା କାର୍ଯ୍ୟକ୍ରମ ଆରମ୍ଭ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି।

ପ୍ରଥମ ପର୍ଯ୍ୟାୟରେ ଆଜି ସନ୍ଧ୍ୟା ସୁଦ୍ଧା ପୁରୀକୁ ୭, ନୟାଗଡକୁ ୪, କଟକକୁ ୧୯ ହଜାର ୧୦୦ ଡୋଜ କୋରୋନା ଭ୍ୟାକସିନ ପଠାଯାଇଛି। ଆସନ୍ତା କାଲି ସୁଦ୍ଧା ସମସ୍ତ ଜିଲ୍ଲାକୁ କୋଭିଡ ଭ୍ୟାକସିନ ପଠାଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ବିଭାଗ ନିର୍ଦେଶକ ବିଜୟ ପାଣିଗ୍ରାହୀ। ରାଜଧାନୀ ଭୁବନେଶ୍ବରରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜଧାନୀର ସବୁଠାରୁ ବଡ ସରକାରୀ ହସ୍ପିଟାଲ କ୍ୟାପିଟାଲ ହସ୍ପିଟାଲରେ ଏଥିପାଇଁ ସବୁ ବ୍ୟବସ୍ଥା ଶେଷ ହୋଇଛି। 

fallback

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର  ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଏବଂ ଆଗଧାଡିର କର୍ମଚାରୀଙ୍କ ତାଲିକା ରାଜ୍ୟ ସରକାରଙ୍କୁ ଦିଆଯାଇଛି। ମଙ୍ଗଳବାର ସଂଧ୍ୟା ପର୍ଯ୍ୟନ୍ତ ପଞ୍ଜୀକରଣ ଲାଗି ସମୟ ରହିଛି। ମୋଟ  ୨୭ଟି ସରକାରୀ ଏବଂ ୧୮ଟି ଘରୋଇ ହସ୍ପିଟାଲରେ ଟିକାକରଣ କେନ୍ଦ୍ର (Vaccine Centre) କରିବା ପାଇଁ ନିଷ୍ପତ୍ତି ହୋଇଛି। ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। ଆସନ୍ତା ୧୬ ତାରିଖରେ ଭୁବନେଶ୍ୱରର ୫ଟି ସ୍ଥାନରେ  କୋଭିଡ୍ ୧୯ ଭ୍ୟାକସିନ୍ ଲଞ୍ଚ କରାଯାଉଛି। 

fallback

କ୍ୟାପିଟାଲ ହସ୍ପିଟାଲ, ୟୁନିଟ୍ ୪ ସରକାରୀ ହସ୍ପିଟାଲ, ବିଏମସି ହସ୍ପିଟାଲ, ସମ୍ ହସ୍ପିଟାଲ ଏବଂ କିମ୍ସ ହସ୍ପିଟାଲରେ ଲଞ୍ଚ କରାଯିବ ବୋଲି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି। କ୍ୟାପିଟାଲ ହସ୍ପିଟାଲରେ ଗତ ୨ ତାରିଖରେ ଡ୍ରାଏ ରନ୍ ହୋଇଥିଲା। ଭ୍ୟାକସିନ୍ ପାଇଁ ପୋର୍ଟାଲରେ ନାଁ ରେଜିଷ୍ଟ୍ରେସନ ହୋଇଛି। କୋରୋନା ସମୟରେ କ୍ୟାପିଟାଲ ହସ୍ପିଟାଲରେ ୧୫୦୦ ଲୋକ କାମ କରୁଥିଲେ। କ୍ୟାପିଟାଲ ହସ୍ପିଟାଲକୁ ଟୁ- ୱେ କମ୍ୟୁନିକେସନ୍ ସେଣ୍ଟର (Two Way Communication Centre) କରାଯାଇଛି।

fallback

ସେଥିପାଇଁ ହସ୍ପିଟାଲର ବିଭିନ୍ନ ବିଭାଗର ୧୫ ଜଣ କର୍ମଚାରୀଙ୍କୁ ଚିହ୍ନଟ କରାଯାଇଛି। ଯେଉଁମାନେ ଭ୍ୟାକ୍ସିନ ତଦାରଖରେ ସାହାଯ୍ୟ କରିବେ। ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧରୀ। ରାଜ୍ୟରେ ଗୋଟାଏ ପଟେ ଭ୍ୟାକସିନକୁ ନେଇ ଉତ୍ସାହ ଥିବା ବେଳେ ପ୍ରାଥମିକ ପର୍ଯ୍ୟାୟରେ ବୟସରେ ଅଧିକ ଥିବା ସ୍ବାସ୍ଥ୍ୟକର୍ମୀ, ଡାକ୍ତର, ଅଙ୍ଗନବାଡିକର୍ମୀଙ୍କୁ ପ୍ରାଧାନ୍ୟ ଦିଆଯିବ।