ରାଜ୍ୟରେ ଦିନକରେ ଆଉ ୪ ହଜାର ୮୪୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୨୮୧୫ ଓ ସ୍ଥାନୀୟ ଅଞ୍ଚଳରୁ ୨୦୨୮ ପଜିଟିଭ୍ ବାହାରିଛନ୍ତି।
Trending Photos
ଭୁବନେଶ୍ୱର: ଗତ କିଛି ଦିନ ହେବ ଜାତୀୟ ଓ ରାଜ୍ୟ ସ୍ତରରେ କୋରୋନାର ସଂକ୍ରମଣ ଗ୍ରାଫ୍ ଖସିବାରେ ଲାଗିଛି। ଦେଶରେ ଦୈନିକ ମାମଲା ୩ ଲକ୍ଷ ଓ ରାଜ୍ୟରେ ୫ ହଜାର ତଳେ ରହିଛି। କିନ୍ତୁ ଏହି ଏହି ସମୟରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି।
ରାଜ୍ୟରେ ଦିନକରେ ଆଉ ୪ ହଜାର ୮୪୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୨୮୧୫ ଓ ସ୍ଥାନୀୟ ଅଞ୍ଚଳରୁ ୨୦୨୮ ପଜିଟିଭ୍ ବାହାରିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୬୬୩ ଜଣ ଅଛନ୍ତି। ଖୋର୍ଦ୍ଧାରେ ସର୍ବାଧିକ ୧୦୨୩, କଟକରେ ୩୭୯, ନୟାଗଡ଼ରେ ୧୯୪ ସଂକ୍ରମିତ ଅଛନ୍ତି।
Also Read: ଦୁଇରୁ ଅଧିକ ସନ୍ତାନ ଜନ୍ମ କଲେ ମିଳୁଛି ଉପହାର, ଏହି ସବୁ ସୁବିଧା ଦେଉଛନ୍ତି ସରକାର
ସେପଟେ ୨୪ ଘଣ୍ଚାରେ ତୃତୀୟ ଲହରର ସର୍ବାଧିକ ଦୈନିକ କୋରୋନା ମୃତ୍ୟୁ ରେକର୍ଡ କରାଯାଇଛି। ଶନିବାର ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୫ ଥିଲା ବେଳେ ରବିବାର ଏହା ୧୯କୁ ପହଞ୍ଚିଛି। ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣଙ୍କ ଜୀବନ ନେଲା କୋରୋନା। ଗଞ୍ଜାମରୁ ୩, ଅନୁଗୁଳ ଓ ନବରଙ୍ଗପୁରରୁ ୨ ଜଣ ଲେଖାଏଁ ଓ ଭଦ୍ରକ, କଟକ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ, ପୁରୀରୁ ଜଣେ ଲେଖାଏଁ ମୃତ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା ୮ ହଜାର ୫୯୪କୁ ବୃଦ୍ଧି ପାଇଛି। ସଂକ୍ରମିତଙ୍କ ସଂଖ୍ୟା ସାଢେ ୧୨ ଲକ୍ଷ ନିକଟତର ହୋଇଥିବା ବେଳେ ଏଯାଏ ୧୧ ଲକ୍ଷ ୮୪ ହଜାର ୧୭୪ ଜଣ ରୋଗୀ ସୁସ୍ଥ ହେଲେଣି। ୫୩ ହଜାର ୯୦ ଜଣ କୋଭିଡ ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି।
Also Read: Fuel Price : Petrol-Dieselର ନୂଆ ଦର ଜାରି, ଦୁଇ ମାସ ହେଲା ବଢୁଛି ଅଶୋଧିତ ତେଲର ମୂଲ୍ୟ
ସେପଟେ, ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୮୯୩ ଜୀବନ ନେଇଛି। ଶନିବାର ଏହି ସଂଖ୍ୟା ୮୭୧ ଥିଲା। ଦିନକରେ ୨ ଲକ୍ଷ ୩୪ ହଜାର ୨୮୧ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦୈନିକ ସଂକ୍ରମଣ ହାର ୧୪.୫୦ ପ୍ରତିଶତ ରହିଛି। ୧୮ ଲକ୍ଷ ୮୪ ହଜାର ୯୩୭ କୋରୋନା ରୋଗୀ ଏବେ ବି ଚିକିତ୍ସାଧୀନ ଅଛନ୍ତି। ଦେଶରେ ୭୫ ପ୍ରତିଶତରୁ ଅଧିକ ଲୋକ କୋରୋନାର ଦୁଇଟି ଡୋଜ୍ ନେଇଛନ୍ତି ଓ ମୋଟ ୧୬୫ କୋଟି ୭୦ ଲକ୍ଷ ୬୦ ହଜାର ୬୯୨ ଡୋଜ ଟିକା ଦିଆଯାଇଛି।