Covishield ପରେ ଭୁବନେଶ୍ୱର ପହଞ୍ଚିଲା Covaxin
Advertisement

Covishield ପରେ ଭୁବନେଶ୍ୱର ପହଞ୍ଚିଲା Covaxin

୨୯୫ ଟଙ୍କା ହିସାବରେ ୩୮ ଲକ୍ଷ ୫୦ ହଜାର ଡୋଜ ଟିକା କିଣିବାକୁ କେନ୍ଦ୍ର ସରକାର କିଣିବେ। ସେପଟେ ୧୬ ଲକ୍ଷ ୫୦ ହଜାର ଟିକା ମାଗଣାରେ ଦେବ ବୋଲି ଭାରତ ବାୟୋଟେକ ଘୋଷଣା କରିଛି।

Covishield ପରେ ଭୁବନେଶ୍ୱର ପହଞ୍ଚିଲା Covaxin

ଭୁବନେଶ୍ୱର: ରାଜ୍ୟରେ ଜୋରସୋରରେ କୋରୋନା ଟିକାକରଣ ପ୍ରକ୍ରିୟା ଚାଲିଛି। Covishield ପରେ ବୁଧବାର ଭୁବନେଶ୍ୱର ପହଞ୍ଚିଲା ଶତ ପ୍ରତିଶତ ସ୍ୱଦେଶୀ ଟିକା Covaxin। ହାଇଦ୍ରାବାଦରୁ ପ୍ରାୟ ୨୦ ହଜାର ଡୋଜ୍ ଓଡିଶାକୁ ଆସିଥିବା ସୂଚନା ମିଳିଛି।

ବୁଧବାର ସକାଳେ ସ୍ୱତନ୍ତ୍ର ବିମାନ ଯୋଗେ Covaxin ର ପ୍ରାୟ ୨୦ ହଜାର ଡୋଜ୍ ଭୁବନେଶ୍ୱର ପହଞ୍ଚଥିଲା। ପରେ ସୁରକ୍ଷିତ ଭାବେ ଭ୍ୟାକ୍ସିନ ଷ୍ଟୋରକୁ ନିଆଯିବା ସହ ବଣ୍ଟନ ପ୍ରକ୍ରିୟା ଚାଲିଛି। ଭାରତ ବାୟୋଟେକ ଓ ICMR ମିଶଳିତ ଭାବେ Covaxin କୋରୋନା ଟିକା (Corona Vaccine) କୁ ବିକଶିତ କରିଛନ୍ତି। ୨୯୫ ଟଙ୍କା ହିସାବରେ ୩୮ ଲକ୍ଷ ୫୦ ହଜାର ଡୋଜ ଟିକା କିଣିବାକୁ କେନ୍ଦ୍ର ସରକାର କିଣିବେ। ସେପଟେ ୧୬ ଲକ୍ଷ ୫୦ ହଜାର ଟିକା ମାଗଣାରେ ଦେବ ବୋଲି ଭାରତ ବାୟୋଟେକ ଘୋଷଣା କରିଛି। 

Also Read: କୋରୋନା ଅପେକ୍ଷା ଏହି ୬ଟି ରୋଗ ଅଧିକ ବିପଜ୍ଜନକ, କାହିଁକି ଏହାକୁ ନେଇ ଚେତାବନୀ ଦେଉଛନ୍ତି ବୈଜ୍ଞାନିକ?

ପ୍ରଥମ ପର୍ଯ୍ୟାୟରେ ଓଡିଶାର ୩ ଲକ୍ଷ ୨୮ ହଜାର ୬୫୦ ସ୍ୱାସ୍ଥ୍ୟକର୍ମୀଙ୍କ ଟିକାକରଣ ହେବ। ଅଞ୍ଚଳ ଅନୁସାରେ ଉଭୟ Covishield ଓ Covaxin ଟିକା ଦିଆଯିବ। ମଙ୍ଗଳବାର ପୁଣେର Serum Instituteରୁ ଭୁବନେଶ୍ୱର (Bhubaneswar) କୁ ୪୦ ହଜାର  ୮ ଶହ ଭାୟାଲ Covishield ଟିକା ଆସିଛି। ଆଉ ଭ୍ୟାକ୍ସିନ ଷ୍ଟୋରକୁ ଏହାକୁ ସୁରକ୍ଷିତ ଭାବେ ବିଭିନ୍ନ ଜିଲ୍ଲାକୁ ବଣ୍ଟନ କରାଯାଉଛି।