ସୋସିଆଲ ମିଡିଆରେ କ୍ରିକେଟ ଟିକଟ
Advertisement

ସୋସିଆଲ ମିଡିଆରେ କ୍ରିକେଟ ଟିକଟ

ଲୋକଙ୍କ ମଧ୍ୟରେ ମ୍ୟାଚକୁ ନେଇ ଉତ୍ସାହ ଜୋରଦାର ରହିଛି

ସୋସିଆଲ ମିଡିଆରେ କ୍ରିକେଟ ଟିକଟ

ଭୁବନେଶ୍ବର, ସରୋଜ ବେହେରା: ଭାରତ ୱେଷ୍ଟଇଣ୍ଡିଜ ମଧ୍ୟରେ ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ ପାଇଁ କଟକ ପୁରା ପ୍ରସ୍ତୁତ । ଲୋକଙ୍କ ମଧ୍ୟରେ ମ୍ୟାଚକୁ ନେଇ ଉତ୍ସାହ ଜୋରଦାର ରହିଛି । ଭାରତ ନିର୍ଣ୍ଣାୟକ ମ୍ୟାଚରେ ଭଲ ପ୍ରଦର୍ଶନ କରିବ ବୋଲି ପ୍ରଶଂସକ  ଆଶା ରଖିଛନ୍ତି । ଖେଳପ୍ରେମୀଙ୍କ ଉତ୍ସାହ ଏଥିରୁ ଜଣା ପଡୁଛି ଯେ ଉଭୟ ଅନ ଲାଇନ ଓ ଅଫ ଲାଇନ ଟିକଟ ଶେଷ ହୋଇଯାଇଛି । ଯାହାର ଫାଇଦା ସୋସିଆଲ ମିଡିଆରେ ଉଠାଉଛନ୍ତି ବ୍ଲାକର । ଭାରତ ୱେଷ୍ଟଇଣ୍ଡିଜ ଖେଳାଳି ଓଡିଶାରେ ପହଞ୍ଚିବା  ସହ ଖେଳପ୍ରେମୀଙ୍କ କ୍ରିକେଟ ଫିଭର ମୁଣ୍ଡ ଛୁଇଁଛି । 

ଯିଏ ଯେଭଳି ହେଲେ ଟିକଟ ଖଣ୍ଡିଏ ଆଣି ଖେଳ ଦେଖିବାକୁ ଲାଗି ପଡିଛନ୍ତି । ଏପରେ ଉଭୟ ଅଫ ଲାଇନ ଓ ଅନ ଲାଇନ ଟିକଟ ବିକ୍ରି ସରିଛି । ଖେଳପ୍ରେମୀଙ୍କ ଏଭଳି ଉତ୍ସାହର ଫାଇଦା ନେବାକୁ ଚେଷ୍ଟା କରିଛନ୍ତି ବ୍ଲାକର । ପୂର୍ବରୁ ଆଣିଥିବା ଟିକେଟକୁ ସେମାନେ ସୋସିଆଲ ମିଡିଆରେ ଚଢା ଦରରେ ବିକ୍ରି କରି ଟଙ୍କା ରୋଜଗାର କରୁଛନ୍ତି ।

 ଓଏଲଏକ୍ସ, କ୍କିକର ଭଳି ସୋସିଆଲ ମିଡିଆରେ ଏମାନେ ଖୁଲମ ଖୁଲା  ଏ ସବୁ ଟିକଟକୁ ଉଚ୍ଚା ଦରରେ ବିକ୍ରି କରିବାକୁ ବିଜ୍ଞାପନ ଦେଉଛନ୍ତି ।ତାହାପରେ ଗ୍ରାହକଙ୍କ ସହ କଥାବର୍ତା ହୋଇ ସେ ସବୁ ଟିକଟକୁ ସେମାନେ ଚଢା ଦରରେ ବିକ୍ରି କରୁଛନ୍ତି  । ଦୁଇ ଦିନ ତଳେ ଆମେ ଦେଖିଥିଲୁ କିଭଳି ଟିକଟ ପାଇଁ ଲମ୍ବା ଧାଡିରେ ଛିଡା ହୋଇମଧ୍ୟ ଖେଳପ୍ରେମୀ ଟିକଟ ପାଇନଥିଲେ  । କିଛି ସମୟ ପାଇଁ ଷ୍ଟାଡିୟମ ଆଗରେ ଉତ୍ତେଜନା ମଧ୍ୟ ଦେଖା ଦେଇଥିଲା  । ଏହାର ପାଇଦା ନେଇ ବ୍ଲାକର ମାନେ ୫ ଶହ ଟଙ୍କା ଟିକଟକୁ ୨ ହଜାର ଟଙ୍କାରେ ବିକ୍ରି କରୁଛନ୍ତି । ସମୟ ଗଡିବା ସହ ଟିକଟ ରେଡ ମଧ୍ୟ ବଢିବାରେ ଲାଗିଛି  ।