demolish illegal constructions: ବେଆଇନ ନିର୍ମାଣ ଭାଙ୍ଗିବାକୁ ଜୋର ଧରିଲାଣି ଦାବି
Advertisement
Article Detail0/zeeodisha/odisha1325851

demolish illegal constructions: ବେଆଇନ ନିର୍ମାଣ ଭାଙ୍ଗିବାକୁ ଜୋର ଧରିଲାଣି ଦାବି

ଏମାନଙ୍କ ମଧ୍ୟରୁ ଅନେକ କୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ଆଉ କିଛି ସର୍ବକ୍ଷମା ମଧ୍ୟରେ ଛାଡ ପାଇଛନ୍ତି । ତେବେ ବଳକା କୋଠା ଭାଙ୍ଗିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ସରକାରୀ ଉଦାସିନାତ ପାଇଁ ଏହା ଶୀତଳ ଭଣ୍ଡାରରେ ପଡିଛି । 

demolish illegal constructions: ବେଆଇନ ନିର୍ମାଣ ଭାଙ୍ଗିବାକୁ ଜୋର ଧରିଲାଣି ଦାବି

demolish illegal constructions: ଭୁବନେଶ୍ୱର: ନୋଇଡା ଟ୍ବିନ୍ ଟାୱାର ଭାଙ୍ଗାଯିବା ପରେ ଏବେ ରାଜ୍ୟରେ ଜୋର ଧରିଛି ଓଡିଶାରେ କେବେ ଭଙ୍ଗାଯିବ ବେଆଇନ୍ ନିର୍ମାଣ । ରାଜ୍ୟରେ ପ୍ରାୟ 1683ଟି ଏଭଳି ବେଆଇନ୍ ନିର୍ମାଣ ଚିହ୍ନଟ ହୋଇଥିବା ବେଳେ ଏହାକୁ କେବେ ଭଂଗା ଯିବ ତାହା ଅନିଶ୍ଚିତତା ଭିତରେ । କାରଣ ଏମାନଙ୍କ ମଧ୍ୟରୁ ଅନେକ କୋର୍ଟର ଦ୍ବାରସ୍ଥ ହୋଇଥିବା ବେଳେ ଆଉ କିଛି ସର୍ବକ୍ଷମା ମଧ୍ୟରେ ଛାଡ ପାଇଛନ୍ତି । ତେବେ ବଳକା କୋଠା ଭାଙ୍ଗିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ସରକାରୀ ଉଦାସିନାତ ପାଇଁ ଏହା ଶୀତଳ ଭଣ୍ଡାରରେ ପଡିଛି । ଏପରି ସ୍ଥିତିରେ ବିଭାଗୀୟ ମନ୍ତ୍ରୀ କହିଚନ୍ତି ମନ ଇଚ୍ଛା ଭାଙ୍ଗି ଦେଲେ ହେବନି। ନିୟମ ଅନୁସାରେ ଭଙ୍ଗା ଯିବା ହେବା ଉଚିତ୍। ମନ୍ତ୍ରୀଙ୍କ ଏପରି ଉତ୍ତରକୁ ତାଛଲ୍ୟ କରିଛନ୍ତି ବିରୋଧୀ ।

କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇ ତିଆରି ହୋଇଥିବା ଟ୍ବିନ୍ ଟାୱାର । ଏହାର ଅନେକ ଫ୍ଲାଟ୍ ବି ବୁକ୍ ହୋଇ ସାରିଥିଲା । ହେଲେ ଆଇନ୍ କୁ ଉଲଘଂନ କରି ନିର୍ମାଣ ହୋଇଥିବାରୁ ଏହାକୁ ମାଟିରେ ମିଶାଇ ଦିଆଗଲା । ଏପରି ଅନେକ ବେଆଇନ୍ ନି୍ର୍ମାଣ ଆମ ରାଜ୍ୟରେ ବି ଅଛି । ବିଧାନ ସଭାରେ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁସାରେ 1683ଟି ବେଆଇନ୍ କୋଠା ନିର୍ମାଣ ହୋଇଛି । ଏଥିରୁ କିଛି ସର୍ବକ୍ଷମା ନିୟମ ଅନୁସାରେ ଅନୁମତି ପାରିସାରିଛନ୍ତି । ବାକି 487ଟି କୋଠା ନିଜର ସ୍ଥିତି ବଜାୟ ରଖିବା ପାଇଁ କୋର୍ଟର ଆଶ୍ରୟ ନେଇଛନ୍ତି । ମାତ୍ର 194ଟିକୁ ଭାଙ୍ଗିବା ପାଇଁ ଅନୁମତି ମିଳିସାରିଛି । ହେଲେ ଏହି 194ଟି ଭାଙ୍ଗିବାକୁ ସରକାର ଏ ଯାଏଁ ନିର୍ଦ୍ଦେଶ ଦେଉ ନାହାନ୍ତି । କେଉଁ କାରଣ ପାଇଁ ସରକାର ଓ ସରକାରୀ ବିଭାଗ ଚୁପ୍ ବସିଛି ତାହା ଜଣା ନାହିଁ । ବିରୋଧୀ ଅଭିଯୋଗ କରିଛନ୍ତି ଏପରି ବେଆଇନ୍ ନିର୍ମାଣ କରିବାକୁ ସରକାରୀ କଳ ଅନୁମତି ଦେଉଛି । ଏହା ପଛରେ ଶାସକ ଦଳର ନେତା ରହିଛନ୍ତି । ତେଣୁ କୋଠାଘର ଭାଙ୍ଗିବାକୁ ଅନୁମତି ଥିଲେ ବି ନିର୍ଦ୍ଦେଶନାମା ବାହାରି ପାରୁନି ।

ସେପଟେ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କହିଛନ୍ତି, ମନ ଇଚ୍ଛା ଭାଙ୍ଗି ଦେଲେ ହେବନି। ନିୟମ ଅନୁସାରେ ଭଙ୍ଗାଯିବା ହେବା ଉଚିତ୍। ଅଣସ୍ବୀକୃତି ପ୍ରାପ୍ତ ଅନେକ କୋଠା ଆମ ରାଜ୍ୟରେ ଅଛି। କିଛି ମାମଲା କୋର୍ଟରେ ଅଛି, ତେଣୁ ସବୁ ଦୃଷ୍ଟିରୁ ବିଚାର କରି ସମୟ ଆସିଲେ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦିଆଯ଼ିବ । ବିଡିଏ କହିଛି ରାଜଧାନୀରେ ଅନେକ ବେଆଇନ୍ ନିର୍ମାଣ ଅଛି । କିଛି ରହିତାଦେଶ ପାଇଛନ୍ତି, କିଛି କୋର୍ଟ ଦ୍ବାରସ୍ଥ ହୋଇଛନ୍ତି । କିନ୍ତୁ 2018 ପରଠାରୁ ବିଏମସି ନିଜ ୱାର୍ଡ ଅଧୀନରେ ଥିବା ସମସ୍ତ ନିର୍ମାଣ କାମ ଅନୁମତି ପ୍ରଦାନ କରୁଛି । ତେଣୁ ଚିହ୍ନଟ ହୋଇଥିବା ବେଆଇନ୍ କୋଠାକୁ ଏବେ କେବଳ ବିଏମସି ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇପାରିବ ।

ବେଆଇନ୍ ନିର୍ମାଣକୁ ଯଦି ପ୍ରଥମରୁ ଚିହ୍ନଟ କରି ଏହି କାର୍ଯ୍ୟ ବନ୍ଦ କରି ଦିଆଯାଅନ୍ତା ତାହାଲେ ଏପରି ସମସ୍ୟା ଆଉ ଉପୁଜନ୍ତା ନାହିଁ ।