କେତେ ଭୟଙ୍କର କୋରୋନାର ନୂଆ ଭ୍ୟାରିଏଣ୍ଟ? DMET ଦେଲେ ଏମିତି ଉତ୍ତର
Advertisement

କେତେ ଭୟଙ୍କର କୋରୋନାର ନୂଆ ଭ୍ୟାରିଏଣ୍ଟ? DMET ଦେଲେ ଏମିତି ଉତ୍ତର

DMET ସିବିକେ ମହାନ୍ତି କହିଛନ୍ତି ଯେ, ଯଦିଓ AY 4.2 ପ୍ରଥମେ ଡିଟେକ୍ଟ ହୋଇଛି ତାକୁ ଭ୍ୟାରିଏଣ୍ଟ ଅଫ ଇନଭେଷ୍ଟିଗେସନରେ ରଖାଯାଇଛି। ତାପରେ ଭ୍ୟାରିଏଣ୍ଟ ଅଫ ଇଣ୍ଟ୍ରେଷ୍ଟ ତାପରେ କନସର୍ଣ୍ଣ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ନୂଆ ଭ୍ୟାରିଏଣ୍ଟହେଉଛି ଡେଲଟା ଭାଇରସର ଉପପ୍ରଜାତି। AY 4.2 ଯାହା କୁହାଯାଉଛି ଇନ୍ଦୋରରେ ସାତଟି ଏବଂ ମହାରାଷ୍ଟ୍ରରେ କିଛି ଚିହ୍ନଟ ହୋଇଛି। ସଂଖ୍ୟା ଦୄଷ୍ଟିରୁ ଦେଖି ଲେ ଆଶଙ୍କା ସୄଷ୍ଟି କରିନାହିଁ ବୋଲି DMET ସିବିକେ ମହାନ୍ତି କହିଛନ୍ତି।

DMET ସିବିକେ ମହାନ୍ତି କହିଛନ୍ତି ଯେ, ଯଦିଓ AY 4.2 ପ୍ରଥମେ ଡିଟେକ୍ଟ ହୋଇଛି ତାକୁ ଭ୍ୟାରିଏଣ୍ଟ ଅଫ ଇନଭେଷ୍ଟିଗେସନରେ ରଖାଯାଇଛି। ତାପରେ ଭ୍ୟାରିଏଣ୍ଟ ଅଫ ଇଣ୍ଟ୍ରେଷ୍ଟ ତାପରେ କନସର୍ଣ୍ଣ। ଭ୍ୟାରିଏଣ୍ଟ ଅଫ କନସର୍ଣ୍ଣ ଷ୍ଟେଜ ବୋଲି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଘୋଷଣା କରିନାହିଁ। ଏହା ଭ୍ୟାରିଏଣ୍ଟ ଅଫ ଇନଭେଷ୍ଟିଗେସନ ୟୁ.କେ ବୋଲି ଘୋଷଣା କରିଛି। ଇଂଲଣ୍ଡରେ ୧୦ ପ୍ରତିଶତ ଲୋକଙ୍କ ପାଖରେ ଦେଖାଯାଉଛି।

Also Read: ଏହି କଳାକାରଙ୍କୁ ମିଳିଲା ଜାତୀୟ ପୁରସ୍କାର

ସେ ପୁଣି କହିଛନ୍ତି, 'ଭାରତରେ ଦେଖିଲେ ଏହା ଅତି ନଗଣ୍ୟ। ଵ୍ୟସ୍ତ ହେବାର ସମୟ ଆସିନି। ଡ଼ବ୍ଲୁଏଚଓ ଏବଂ ୟୁକେ ଏଜେନ୍ସି ସବୁ କହୁଛନ୍ତି ମାର୍ଜିନାଲି ଅଧିକ ସଂକ୍ରମଣ କରେ। ଏହା ଅଧିକ ସଂକ୍ରମଣକ୍ଷମ ନା ନାହିଁ ଜଣା ପଡିନି। ଏହା କେତେଦୂର ଅଧିକ ରୋଗାକ୍ରାନ୍ତ କରୁଛି ତଦନ୍ତ ସାପେକ୍ଷ। କେତେ ଦୂର ଏହାକୁ ଭ୍ୟାକ୍ସିନ ପ୍ରତିହତ କରିବ ସେ କଥା ବି ଡ଼ବ୍ଲୁଏଚଓ କହିନାହିଁ। ଭ୍ୟାରିଏଣ୍ଟ ଅଫ ଇନଭେଷ୍ଟିଗେସନ ଅଛି ସମୟ କହିବ କେତେଦୂର ପରିସ୍ଥିତିକୁ ବିଗାଡିବ।'

ଡେଲଟା ଭାଇରସର ୫୫ଟି ଉପପ୍ରଜାତି ରହିଛି। ତା ଭିତରୁ ଅଳ୍ପ କେତୋଟି ଲୋକଲୋଚନକୁ ଆସିଛି। ଜେନୋମିକ ଷ୍ଟଡି ଚାଲିଛି। ନୂଆ ଭାଇରସ ଯେତେବେଳେ ଆସୁଛି ତାହା କେତେ ପ୍ରଭାବ ପକାଉଛି ଜଣାପଡିବ। ପରୀକ୍ଷା ନିରୀକ୍ଷା ଚାଲିଛି। ବୁଷ୍ଟର ଡୋଜ ନେଇ ୟୁନିଭରସିଆଲି ଆକ୍ସେପ୍ଟ ହୋଇନି। ଭାରତର ଟିକାନୀତିରେ ବର୍ତ୍ତମାନ ଯାଏ ବୁଷ୍ଟରକୁ ଅନୁମତି ମିଳିନି ବୋଲି ଡାକ୍ତର ସିବିକେ ମହାନ୍ତି କହିଛନ୍ତି।