Govt Contractual Employees: ଲୋକସେବା ଭବନରେ ହଲଚଲ ଆରମ୍ଭ, ଦଶହରା ପୂର୍ବରୁ ମିଳିପାରେ ଖୁସି ଖବର
Advertisement
Article Detail0/zeeodisha/odisha1372417

Govt Contractual Employees: ଲୋକସେବା ଭବନରେ ହଲଚଲ ଆରମ୍ଭ, ଦଶହରା ପୂର୍ବରୁ ମିଳିପାରେ ଖୁସି ଖବର

Govt Contractual Employees: ଚୁକ୍ତି ଭିତ୍ତିକ ନିଯୁକ୍ତି ମାମଲାରେ ରାଜ୍ୟ ସରକାର ଯେକୌଣସି ସମୟରେ ଏକ ବଡ ଘୋଷଣା କରିପାରନ୍ତି। ଲୋକସେବା ଭବନରେ ପ୍ରସ୍ତୁତି ଆରମ୍ଭ ପରେ ବୁଧବାର ସକାଳୁ ଲୋକସେବା ଭବନ ଆଗରେ ରାଜ୍ୟ ସରକରୀ ଠିକା କର୍ମଚାରୀଙ୍କ ମେଳି ଲାଗିଛି। 

Govt Contractual Employees: ଲୋକସେବା ଭବନରେ ହଲଚଲ ଆରମ୍ଭ, ଦଶହରା ପୂର୍ବରୁ ମିଳିପାରେ ଖୁସି ଖବର

Govt Contractual Employees, ଭୁବନେଶ୍ୱର: ଖୁବଶୀଘ୍ର ରାଜ୍ୟ ସରକରଙ୍କ ଠିକା କର୍ମଚାରୀଙ୍କୁ ଖୁସି ଖବର ମିଳିବାକୁ ଯାଉଛି। ସୂତ୍ରାନୁସାରେ, ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ନେଇ ଲୋକସେବା ଭବନରେ ହଲଚଲ ଆରମ୍ଭ ହୋଇଯାଇଛି। ପୂଜା ପୂର୍ବରୁ ଏହି ପ୍ରସଙ୍ଗରେ ସରକାର କୌଣସି ବଡ ନିଷ୍ପତ୍ତି ନେବେ ବୋଲି ଅନୁମାନ କରାଯାଇଛି। ଗତ ଦୁଇ ଦିନ ହେଲା ୯ ତାଲାରେ ଫାଇଲ କାମ ଯୋରସୋରରେ ଚାଲିଛି। ଚୁକ୍ତି ଭିତ୍ତିକ ନିଯୁକ୍ତି ଉଚ୍ଛେଦ ଗୁରୁବାର ରାଜ୍ୟ କ୍ୟାବିନେଟ ବସିବାର ସମ୍ଭାବନା ଅଛି।

ଚୁକ୍ତି ଭିତ୍ତିକ ନିଯୁକ୍ତି ମାମଲାରେ ରାଜ୍ୟ ସରକାର ଯେକୌଣସି ସମୟରେ ଏକ ବଡ ଘୋଷଣା କରିପାରନ୍ତି। ଲୋକସେବା ଭବନରେ ପ୍ରସ୍ତୁତି ଆରମ୍ଭ ପରେ ବୁଧବାର ସକାଳୁ ଲୋକସେବା ଭବନ ଆଗରେ ରାଜ୍ୟ ସରକରୀ ଠିକା କର୍ମଚାରୀଙ୍କ ମେଳି ଲାଗିଛି। ଖୁସି ଖବର ଶୁଣିବାକୁ କର୍ମଚାରୀମାନେ ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ୯ ମହଲା ବାହାରେ ଅପେକ୍ଷା କରିଥିଲେ। କିନ୍ତୁ କୌଣସି ଖବର ନ ପାଇଁ ନିରାଶ ହୋଇ ଫେରିଯାଇଥିଲେ। ହେଲେ ତାଙ୍କର ଉତ୍ସାହ କମ ହୋଇନାହିଁ। ଗୁରୁବାର ପୁଣି ଥରେ ଲୋକସେବା ଭବନ ଆଗରେ ଅପେକ୍ଷା କରିବେ ବୋଲି ରାଜ୍ୟ ଚୁକ୍ତି ଭିତ୍ତିକ ସରକାରୀ କର୍ମଚାରୀ ସଙ୍ଘର ସଭାପତି ବିଜୟ ମଲ୍ଲ ସୂଚନା ଦେଇଛନ୍ତି।

Also Read: Govt Contractual Employees: କଣ୍ଟ ପୁରିଲା କିନ୍ତୁ କଣ୍ଟା ବାହାରିଲା ନାହିଁ, ଏବେ ନବୀନ ସରକାରଙ୍କ ସର୍ପ୍ରାଇଜକୁ ଅପେକ୍ଷା

ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁସାରେ, ଠିକା କର୍ମଚାରୀଙ୍କ ଦାବିକୁ ନେଇ ଲୋକସେବା ଭବନରେ ଆଲୋଚନା ଆରମ୍ଭ ହୋଇଯାଇଛି। ଫାଇଲ କାର୍ଯ୍ୟ ଚାଲିଛି। ଠିକା ନିଯୁକ୍ତି ନୀତି ଉଚ୍ଛେଦ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ଚୂଡାନ୍ତ ନିଷ୍ପତ୍ତି ନିଆଯାଇନାହିଁ। ଗୁରୁବାର କ୍ୟାବିନେଟ ବୈଠକ ବସିପାରେ। ସେପଟେ ଗତ ଦୁଇ ଦିନ ହେଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଅସୁସ୍ଥ ହୋଇ ବିଶ୍ରାମ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ 5T ସଚିବ ଭିକେ ପାଣ୍ଡିଆନ, ବେଙ୍ଗାଲୁରୁ ଗସ୍ତରେ ଅଛନ୍ତି। ଗୁରୁବାର ବରମୁଣ୍ଡା ପଡିଆରେ ବିଜେଡିର ଏକ ଦୁଇ ଦିନିଆ ତାଲିମ ଶିବିରର ଉଦ୍ଘାଟନ ହେବ। ତେଣୁ ମନ୍ତ୍ରୀମାନେ ସେଠାରେ ବ୍ୟସ୍ତ ରହିପାରନ୍ତି। ଏଭଳି ସ୍ଥିତିରେ କିଭଳି ଠିକା କର୍ମଚାରୀଙ୍କ ଭବିଷ୍ୟତ ଉପରେ ଆଲୋଚନା ହେବ ତାହାକୁ ନେଇ ପ୍ରଶ୍ନ ଉଙ୍କିମାରୁଛି।

ତଥାପି ଆଶା କରାଯାଉଛି ଯେ, ଦୂର୍ଗାପୂଜା ପୂର୍ବରୁ ରାଜ୍ୟ ସରକାରଙ୍କ ୭୦ ହାଜାର ଚୁକ୍ତି ଭିତ୍ତିକ କର୍ମଚାରୀଙ୍କୁ ଖୁସି ଖବର ମିଳିବ। ନବୀନ ସରକାର ଲୋକଙ୍କୁ ସର୍ପ୍ରାଇଜ ଦେବାକୁ ମାହିର। ତେଣୁ ସେ ସମୟ ଦେଖି ନିଷ୍ପତ୍ତି ନେବେ ବୋଲି କୁହାଯାଉଛି। ସବୁଠୁ ବଡ କଥା ହେଲେ ଠିକା କର୍ମଚାରୀଙ୍କୁ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଯେଉଁ ୧୫ ଦିନ ସମୟ ମାଗିଥିଲେ, ତାହା ବିତିଯାଇଛି। ଅବଧି ପୂର୍ବରୁ ନିଷ୍ପତ୍ତି ନ ନେଇ ରାଜ୍ୟ ସରକାର ତାଙ୍କର ପ୍ରତିଶ୍ରୁତି ରକ୍ଷା କରିବାରେ ବିଫଳ ହୋଇଛନ୍ତି। କିନ୍ତୁ ଏବେ ମଧ୍ୟ ସମୟ ଅଧିକ ହୋଇନାହିଁ। ତେଣୁ ନିଜର ସ୍ୱଚ୍ଛ ଭାବମୂର୍ତ୍ତିକୁ ବଜାୟ ରଖିବାକୁ ମୁଖ୍ୟମନ୍ତ୍ରୀ ନିହାତି ଭାବେ ରାଜ୍ୟର ଏକ ବଡ ଭାଗକୁ ଅସନ୍ତୁଷ୍ଟ କରିବେ ନାହିଁ।