ଆଜି ରାଜ୍ୟ ବଜେଟ
Advertisement
Article Detail0/zeeodisha/odisha853065

ଆଜି ରାଜ୍ୟ ବଜେଟ

ଆଜି ଆସିବାକୁ ଯାଉଛି ରାଜ୍ୟ ବଜେଟ ।

ଆଜି ରାଜ୍ୟ ବଜେଟ

ଭୁବନେଶ୍ୱର: ଆଜି ଆସିବାକୁ ଯାଉଛି ରାଜ୍ୟ ବଜେଟ । ବିଧାନସଭାରେ ଆଜି ଏକ ଲକ୍ଷ ୭୦ ହଜାର କୋଟି ଟଙ୍କାର ପେପରଲେସ ବଜେଟ ଉପସ୍ଥାପନ କରିବାକୁ ଯାଉଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଗତବର୍ଷ ଅପେକ୍ଷା ଏ ବର୍ଷ ୧୩ ପ୍ରତିଶତ ବଜେଟ ପରିମାଣ ବଢିଥିବା ବେଳେ କୋଭିଡ଼ ପାଇଁ ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ବିଭିନ୍ନ କ୍ଷେତ୍ରରେ ବର୍ଦ୍ଧିତ କର୍ଚ୍ଚକୁ ସରକାର କିପରି ପରିଚାଳନା କରୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି । 

୨୦୨୦-୨୧ର ଅର୍ଥନୈତିକ ସର୍ଭେ ରିପୋର୍ଟରେ ରାଜ୍ୟର ବିକଳ ଚିତ୍ର ଆସିବା ପରେ ଏହାକୁ ରକାର କେମିତି ଟ୍ରାକକୁ ଆଣିବେ, ଏଥିପାଇଁ କଣ ପଦକ୍ଷେପ ଗ୍ରହଣ କରିବେ, କେଉଁ ବିଭାଗକୁ ପ୍ରାଥମିକତା ଦେବେ, କେଉଁ  କ୍ଷେତ୍ରକୁ ସ୍ୱତନ୍ତ୍ର ଗୁରୁତ୍ୱ ଦେବେ  ସେନେଇ କଳ୍ପନାଜଳ୍ପନା ଦେଖାଦେଇଛି । ଏପଟେ ମୁଣ୍ଡ ପିଛା ଆୟ କମିଥିବା ବେଳେ ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ଚିନ୍ତାକୁ ବଢାଇଦେଇଛି ।ତେଣୁ ମହାମାରୀ କୋରୋନା ପରେ ଆସୁଥିବା ଏହି ବଜେଟ ଉପରେ ବିଭିନ୍ନ ବର୍ଗର ଲୋକ ଆଶା ରଖିଛନ୍ତି । 

ସେପଟେ ପେଟ୍ରୋଲ ଦର ଶହେ ମୁହାଁ ହୋଇଥିବା ବେଳେ ଏହା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ସରକାର କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଉପରେ ସର୍ବସାଧାରଣଙ୍କ ନଜର ରହିଛି ।