ଭୁବନେଶ୍ୱରରେ ଦେଶର ପ୍ରଥମ ଆଇନଜୀବୀ ପ୍ରଶିକ୍ଷଣ ସଂସ୍ଥାନ
Advertisement
Article Detail0/zeeodisha/odisha838106

ଭୁବନେଶ୍ୱରରେ ଦେଶର ପ୍ରଥମ ଆଇନଜୀବୀ ପ୍ରଶିକ୍ଷଣ ସଂସ୍ଥାନ

BCI ଅଧ୍ୟକ୍ଷ ମନନ କୁମାର ମିଶ୍ରା ଓ KIIT ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ପ୍ରେସ କନଫରେନ୍ସରେ ଚୁକ୍ତି ସ୍ୱାକ୍ଷର ନେଇ ସୂଚନା ଦେଇଛନ୍ତି।

 ଭୁବନେଶ୍ୱରରେ ଦେଶର ପ୍ରଥମ ଆଇନଜୀବୀ ପ୍ରଶିକ୍ଷଣ ସଂସ୍ଥାନ

ପ୍ରକାଶ ପରିଡା, ନୂଆଦିଲ୍ଲୀ: ଭୁବନେଶ୍ୱରରେ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି ଆଇନଜୀବୀ ଓ ଆଇନ ଶିକ୍ଷକଙ୍କ ତାଲିମ ସଂସ୍ଥା Indian Institution Of Law। ଏନେଇ Bar Council Of India ଓ KIIT ମଧ୍ୟରେ MoU ସ୍ୱାକ୍ଷରିତ ହୋଇଛି । BCI ଅଧ୍ୟକ୍ଷ ମନନ କୁମାର ମିଶ୍ରା ଓ KIIT ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ପ୍ରେସ କନଫରେନ୍ସରେ ଚୁକ୍ତି ସ୍ୱାକ୍ଷର ନେଇ ସୂଚନା ଦେଇଛନ୍ତି।

ଏଯାଏ ଦେଶର ଆଇନଜୀବୀ ଓ ଆଇନ ଶିକ୍ଷକଙ୍କୁ ତାମିଲ ଦେବା ପାଇଁ କୌଣସି ସଂସ୍ଥା ନାହିଁ। ରାଜଧାନୀ ଭୁବନେଶ୍ୱରରେ Indian Institution Of Law ପ୍ରତିଷ୍ଠା ହେବାକୁ ଯାଉଛି। ତେବେ ଏହା ଦେଶରେ ଆଇନ ପ୍ରଶିକ୍ଷଣ ଦେଉଥିବା ପ୍ରଥମ ସଂସ୍ଥା ହେବ।

Also Read: ବଦଳିବ ଓଡିଶାର ପରିଚୟ

IIL ପାଇଁ KIIT ୧.୫ ଲକ୍ଷ ବର୍ଗଫୁଟ ଜମି ଯୋଗାଇ ଦେଇଛି। ପ୍ରଥମ ପର୍ଯ୍ୟାୟରେ ୫ଟି ୟୁନିଟ ପ୍ରତିଷ୍ଠା ହେବା ସହିତ ସଂସ୍ଥା ପରିଚାଳନା ପାଇଁ ୩ଟି ବିଭାଗ ଗଠନ କରାଯିବ। ପ୍ରଥମ ୩ ବର୍ଷ ଯାଏ BCI ସଂସ୍ଥାର ସମ୍ପୂର୍ଣ୍ଣ କାର୍ଯ୍ୟ ପରିଚାଳନା କରିବ। ଏହା ପରେ ଦେଶର କିଛି NLU ଓ ଅନ୍ୟ ସଂସ୍ଥାନର ପାଠ୍ୟକ୍ରମ ମଧ୍ୟ IILରେ ସାମିଲ କରାଯିବ।