ଆସନ୍ତାକାଲି ଠାରୁ ରାଜଧାନୀ ରାଜରାସ୍ତାରେ ଗଡି଼ବ ମୋ ବସ୍
Advertisement
Article Detail0/zeeodisha/odisha945039

ଆସନ୍ତାକାଲି ଠାରୁ ରାଜଧାନୀ ରାଜରାସ୍ତାରେ ଗଡି଼ବ ମୋ ବସ୍

ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ନିୟମିତ ବସ୍ ସେବା  ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ।

 ଆସନ୍ତାକାଲି ଠାରୁ ରାଜଧାନୀ ରାଜରାସ୍ତାରେ ଗଡି଼ବ ମୋ ବସ୍

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ରାଜଧାନୀ ରାଜରାସ୍ତାରେ ଗଡିବ ‘ମୋ ବସ୍’। ଦ୍ବିତୀୟ ଲହର ଆଂଶିକ ଲକ୍ ଡାଉନ କଟକଣାରେ ସରକାର ବସ୍ ଚଳାଚଳକୁ ଅନୁମତି ଦେବା ପରେ କ୍ରୁଟ୍ ପକ୍ଷରୁ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ୧୬ଟି ରୁଟରେ ୮୭ଟି ବସ୍ ଚଳାଚଳ କରିବାକୁ ଥିବା ବସକୁ ସଫେଇ ସହ ଡିପୋରେ ବିଶୋଧନ କରାଯାଇଛି।  

ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ନିୟମିତ ବସ୍ ସେବା (Mo Bus Service) ସୋମବାର ଠାରୁ ଶୁକ୍ରବାର ପର୍ଯ୍ୟନ୍ତ ଚାଲିବ। ପୂର୍ବ ଭଳି ଡିପୋ (Bhubaneswar Bus Depot) ଠାରୁ ଗାଡି ବାହାରିବା ପରେ ବିଶୋଧନ (Mo Bus Sanitization) କରାଯିବ ଏବଂ ମାଷ୍ଟରକାଣ୍ଟିନ ବସ୍ ଷ୍ଟାଣ୍ଡ (Master Canteen Bus Stand) ପରିସରରେ ମଧ୍ୟ ବିଶୋଧନର ବ୍ୟବସ୍ଥା (Sanitizing System) ରହିବ। ମୋ ବସ୍ ସମସ୍ତ କର୍ମଚାରୀ (Mo Bus Staff) ତଥା କ୍ୟାପଟେନ୍, ଗାଇଡ ସମ୍ପୂର୍ଣ୍ଣ କୋରୋନା ଟିକା ନେଇସାରିଛନ୍ତି। ସମସ୍ତ ଯାତ୍ରୀଙ୍କୁ କୋଭିଡ କଟକଣା ପାଳନ କରିବାକୁ ନିବେଦନ କରାଯିବା ସହ ଛିଡା ହୋଇ ଯାତ୍ରା କରିବା ମନା ଏବଂ ଯେତିକି ସିଟ୍ ସେତିକି ହିଁ ଯାତ୍ରୀ ଉଠାଇବାକୁ କ୍ୟାପିଟାଲ୍ ରିଜିୟନ ଅର୍ବାନ ଟ୍ରାନ୍ସପୋର୍ଟ (Capital Region Urban Transport) କ୍ରୁଟ (CRUT) ପକ୍ଷରୁ କୁହାଯାଇଛି।