ବଢୁଛି ତେଲ ତାତି, ସାଇକେଲ ସାଜିଲା କଂଗ୍ରେସ ବିଧାୟକଙ୍କ ସାଥୀ...
Advertisement

ବଢୁଛି ତେଲ ତାତି, ସାଇକେଲ ସାଜିଲା କଂଗ୍ରେସ ବିଧାୟକଙ୍କ ସାଥୀ...

ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତାରେ ପେଟ୍ରୋଲ ଦର ୯୦ ଡେଇଁଛି । ଏପରିକି ଦିଲ୍ଲୀ ଓ ମୁମ୍ବାଇରେ ପେଟ୍ରୋଲ ଦର ସର୍ବକାଳୀନ ରେକର୍ଡ ମଧ୍ୟ କରିଥିବା ଜଣାପଡ଼ିଛି । 

ବଢୁଛି ତେଲ ତାତି, ସାଇକେଲ ସାଜିଲା କଂଗ୍ରେସ ବିଧାୟକଙ୍କ ସାଥୀ...

ଭୁବନେଶ୍ବର:  ଦେଶରେ ଦିନକୁ ଦିନ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର । ତୈଳ କମ୍ପାନୀ ଗୁଡ଼ିକ ଆଜି ପୁଣି ଉଭୟେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ କରିଛନ୍ତି । ଯାହା ଫଳରେ ପେଟ୍ରୋଲ ଦର ୩୪ ପଇସାରୁ ୩୫ ପଇସାକୁ ବୃଦ୍ଧି କରିଥିବା ବେଳେ ଡିଜେଲ ଦର ୩୫ରୁ ୩୮ ପଇସାକୁ ବୃଦ୍ଧି କରିଛନ୍ତି । ଫଳରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତାରେ ପେଟ୍ରୋଲ ଦର ୯୦ ଡେଇଁଛି । ଏପରିକି ଦିଲ୍ଲୀ ଓ ମୁମ୍ବାଇରେ ପେଟ୍ରୋଲ ଦର ସର୍ବକାଳୀନ ରେକର୍ଡ ମଧ୍ୟ କରିଥିବା ଜଣାପଡ଼ିଛି ।  

କେବଳ ଏତିକି ନୁହେଁ,  ଆମ ରାଜ୍ୟରେ ମଧ୍ୟ ଦିନକୁ ଦିନ ତେଲ ଦର ବୃଦ୍ଧି (Fuel Price Hike) ପାଇବାରେ ଲାଗିଛି । ୯୦ ଉପରେ ପେଟ୍ରୋଲ ଦର (Petrol Price) ରହିଥିବା ବେଳେ ଟେନସନରେ ଖାଉଟି । ଯେତିକି ଚୁନା ସେତିକି ପିଠା ବଦଳରେ ପିଠା  ଏବେ ପାଣିଚିଆ ହୋଇଗଲାଣି। ଅର୍ଥାତ ଲୋକଙ୍କ ଆୟ ସବୁ ତେଲ ଦର ଟାଣିନେଉଛି । ଯାହାକୁ ନେଇ ବିଧାନସଭାରେ ହଙ୍ଗାମା ଦେଖିବାକୁ ମିଳୁଛି । ବଜେଟ ଅଧିବେଶନ (Budget Session) ଚାଲିଥିବା ବେଳେ ତେଲ ଦର ତାତିକୁ ନେଇ ଗୃହ ସୁରୁଖୁରୁରେ ଚାଲିପାରୁନ ନାହିଁ । 

Also Read: ପାକିସ୍ତାନକୁ ପୁଣି ସହଯୋଗର ହାତ ବଢାଇବ ଭାରତ !

ଯାହାକୁ ନେଇ ଗୃହରେ ହଟ୍ଟଗୋଳ ଦେଖିବାକୁ ମିଳୁଛି । ତେଲଦର ସେଞ୍ଚୁରୀ ମୁହାଁକୁ ନେଇ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ କରିଛି କଂଗ୍ରେସ (Congress) । କଂଗ୍ରେସ ସମୟରେ ତୈଳ ଗ୍ୟାସ ଦର କମ ଥିଲା । ମୋଦି ସରକାରଙ୍କ (Modi Government) ସମୟରେ ବଢ଼ିଲା। ମହାମାରୀ ସମୟରେ ମୋଦି ସରକାର ପେଟ୍ରୋଲରେ ୧୦ ଟଙ୍କା ଓ ଡିଜେଲ ୧୩ ଟଙ୍କା ବଢ଼ାଇଛନ୍ତି। ରନ୍ଧନ ଗ୍ୟାସ ଦର ୮୦୦ ଟଙ୍କାରେ ପହଂଚିଲାଣି। ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଉପରେ ୪ ଟଙ୍କା ବଢ଼ାଇଲେଣି।
 
Also Read: ତେଲ ବଜାରରେ ନିଆଁ, ୧୦ ରାଜ୍ୟକୁ ପଛରେ ପକାଇଲା ମାଲକାନଗିରି ତେଲ ଦର

ବିଜେପି ବିଜେଡି ଗ୍ୟାସ ଟାଙ୍କି ଧରି ଆନ୍ଦୋଳନ କରୁଥିଲେ ଏବେ କୁଆଡେ ଗଲେ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ତେଣୁ କେନ୍ଦ୍ର ସରକାର ବଢାଇଥିବା କେନ୍ଦ୍ର ଉତ୍ପାଦ ଶୁଳ୍କ ଓ ରାଜ୍ୟ ସରକାର ବଢାଇଥିବା ଭ୍ୟାଟ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। କେବଳ ଏତିକି ନୁହେଁ ତେଲ ଦର ବୃଦ୍ଧି ପାଉଥିବାରୁ ଆଜି କଂଗ୍ରେସ ବିଧାୟକଙ୍କୁ ବିଧାନସଭା (Odisha Assembly) ଆସିବା ବେଳେ ଏକ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିଥିଲା। ବିଧାୟକ ତାରା ପ୍ରସାଦ ବାହିନୀପତି ଓ ସୁର ରାଉତରାୟ ସାଇକେଲ ଚଲାଇ ବିଧାନସଭାରେ ପହଞ୍ଚିଥିଲେ ।