ତେଲ ବଜାରରେ ନିଆଁ, ୧୦ ରାଜ୍ୟକୁ ପଛରେ ପକାଇଲା ମାଲକାନଗିରି ତେଲ ଦର
Advertisement

ତେଲ ବଜାରରେ ନିଆଁ, ୧୦ ରାଜ୍ୟକୁ ପଛରେ ପକାଇଲା ମାଲକାନଗିରି ତେଲ ଦର

ତୈଳ କମ୍ପାନୀ ଗୁଡ଼ିକ ଆଜି ପୁଣି ଉଭୟେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ କରିଛନ୍ତି । ଯଥାକ୍ରମେ ପେଟ୍ରୋଲ ଦର ୩୪ ପଇସାରୁ ୩୫ ପଇସାକୁ ବୃଦ୍ଧି କରିଥିବା ବେଳେ ଡିଜେଲ ଦର ୩୫ରୁ ୩୮ ପଇସାକୁ ବୃଦ୍ଧି କରିଛନ୍ତି । 

ତେଲ ବଜାରରେ ନିଆଁ, ୧୦ ରାଜ୍ୟକୁ ପଛରେ ପକାଇଲା ମାଲକାନଗିରି ତେଲ ଦର

ନୂଆଦିଲ୍ଲୀ: ଦୁଇଦିନର ସ୍ଥିରତା ପରେ ପୁନର୍ବାର ତୈଳଦରରେ ବୃଦ୍ଧି ଘଟିଛି । ତୈଳ କମ୍ପାନୀ ଗୁଡ଼ିକ ଆଜି ପୁଣି ଉଭୟେ ପେଟ୍ରୋଲ ଓ ଡିଜେଲ ଦରରେ ପରିବର୍ତ୍ତନ କରିଛନ୍ତି । ଯଥାକ୍ରମେ ପେଟ୍ରୋଲ ଦର ୩୪ ପଇସାରୁ ୩୫ ପଇସାକୁ ବୃଦ୍ଧି କରିଥିବା ବେଳେ ଡିଜେଲ ଦର ୩୫ରୁ ୩୮ ପଇସାକୁ ବୃଦ୍ଧି କରିଛନ୍ତି । ଫଳରେ ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, କୋଲକାତାରେ ପେଟ୍ରୋଲ ଦର ୯୦ ଡେଇଁଛି । ଏପରିକି ଦିଲ୍ଲୀ ଓ ମୁମ୍ବାଇରେ ପେଟ୍ରୋଲ ଦର ସର୍ବକାଳୀନ ରେକର୍ଡ ମଧ୍ୟ କରିଥିବା ଜଣାପଡ଼ିଛି । 

ଅଧିକ ପଢନ୍ତୁ: ମୁଣ୍ଡ ଫଟାଇବ ଖରା

ଦିଲ୍ଲୀରେ ପେଟ୍ରୋଲ ଦର ୯୦.୯୩ ଟଙ୍କା ରହିଥିବା ବେଳେ ଡିଜେଲ ଦର ୮୧.୩୨ ଟଙ୍କା ରହିଛି। ସେପଟେ ମୁମ୍ବାଇରେ ପେଟ୍ରୋଲ ଦର ୯୭.୩୪ ଥିବା ବେଳେ ଡିଜେଲ ଦର ୮୮.୪୪ ଟଙ୍କା ରହିଥିଲା । ସେହିପରି ଚେନ୍ନାଇରେ ପେଟ୍ରୋଲ ଦାମ ୩୧ ପଇସା ବୃଦ୍ଧି ପାଇଁ ୯୨.୯୦ ଟଙ୍କା ହୋଇଥିବା ବେଳେ ଡିଜେଲ ଲିଟର ପ୍ରତି ୩୩ ପଇସା ବୃଦ୍ଧି ପାଇ ୮୬.୩୧ ଟଙ୍କା ରହିଛି । ସେହିପରି ବେଙ୍ଗାଲୁରୁରେ ପେଟ୍ରୋଲ ଓ ଡିଜେଲ ଦର ୩୭ ପଇସା ବୃଦ୍ଧି ଘଟିଛି । ଏହି ଦର ବୃଦ୍ଧି ପରେ ପେଟ୍ରୋଲ ୯୩.୯୮ ଟଙ୍କା ହୋଇଥିବା ବେଳେ ଡିଜେଲ ୮୬.୨୧ ଟଙ୍କାରେ ପହଞ୍ଚିଛି । 

ଅଧିକ ପଢନ୍ତୁ: ପାକିସ୍ତାନକୁ ପୁଣି ସହଯୋଗର ହାତ ବଢାଇବ ଭାରତ !

ସେପଟେ ଭୁବନେଶ୍ୱରରେ ମଧ୍ୟ ତୈଳ ଦର ବୃଦ୍ଧି ଘଟିବା ସହିତ ୯୨ ଟଙ୍କାରେ ପହଞ୍ଚିଛି ପେଟ୍ରୋଲ ଦର । ସେହିପରି କଟକରେ ୯୧.୮୧ ଟଙ୍କା ରହିଥିବା ବେଳେ ମାଲକାନଗିରିରେ ସର୍ବାଧିକ ୯୬.୩୧ ଟଙ୍କାରେ ବିକ୍ରି ହେଉଛି । ମାଲକାନଗିରିରେ ଆଜିର ଦର ଦେଶର ପ୍ରମୁଖ ସହର ଗୁଡ଼ିକୁ ପଛରେ ପକାଇଛି । 

ଅଧିକ ପଢନ୍ତୁ: LPG ସବସିଡିର ଟଙ୍କା ଯଦି ଆପଣଙ୍କ ଆକାଉଣ୍ଟରେ ଆସୁନାହିଁ, ତେବେ କରନ୍ତୁ ଏହି କାମ

ଫେବୃଆରୀ ମାସରେ ବର୍ତ୍ତମାନ ସୁଦ୍ଧା ୧୫ ଥର ତୈଳଦରରେ ପରିବର୍ତ୍ତନ ହୋଇଛି । ୧୫ ଥର ତୈଳଦର ବୃଦ୍ଧି ଘଟିଥିବା ବେଳେ ଜାନୁଆରୀ ମାସରେ ୧୦ ଥର ତୈଳଦର ବୃଦ୍ଧି ଘଟିଥିଲା । ତେବେ ଏହାରି ମଧ୍ୟରେ ପେଟ୍ରୋଲ ଦରରେ ୨.୫୯ ଟଙ୍କା ବୃଦ୍ଧି ଘଟିଥିବା ବେଳେ ଡିଜେଲ ଦରରେ ୨.୬୧ ପଇସା ବୃଦ୍ଧି ଘଟିଛି । ଚଳିତ ବର୍ଷ ବର୍ତ୍ତମାନ ପର୍ଯ୍ୟନ୍ତ ତେଲ ଦର ୨୬ତମ ଦିନ ପାଇଁ ବୃଦ୍ଧି ଘଟିଛି । ଏହି ସମୟରେ ପେଟ୍ରୋଲ ଦର ୭.୨୨ ଟଙ୍କା ମହଙ୍ଗା ହୋଇଛି । ୧ ଜାନୁଆରୀରେ ପେଟ୍ରୋଲ ଦର ୮୩.୭୧ ଟଙ୍କା ଥିଲା । ବର୍ତ୍ତମାନ ତୈଳଦରରେ ବୃଦ୍ଧି ଘଟି ୯୦ ଟଙ୍କା ଡେଇଁଛି ।