JEE Main 2021 ପରୀକ୍ଷା ଫଳ ପ୍ରକାଶିତ
Advertisement
Article Detail0/zeeodisha/odisha862177

JEE Main 2021 ପରୀକ୍ଷା ଫଳ ପ୍ରକାଶିତ

 ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ମେନ ପରୀକ୍ଷା ଆୟୋଜନ ମାର୍ଚ୍ଚ ୧୫-୧୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। 

JEE Main 2021 ପରୀକ୍ଷା ଫଳ ପ୍ରକାଶିତ

ନୂଆଦିଲ୍ଲୀ: ଜଏଣ୍ଟ ଏଣ୍ଟ୍ରାସ ଏଗଜାମିନେଶନ ମେନ ୨୦୨୧ ବର୍ଷର ପରୀକ୍ଷା ଫଳ ମାର୍ଚ୍ଚ ୮ ତାରିଖ ସୋମବାର ପ୍ରକାଶ ପାଇଛି। ଏଥର ୬ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ମାର୍କ ରଖି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି।  
ସେହି ପରୀକ୍ଷାର୍ଥୀ ହେଉଛନ୍ତି ସାକେତ ଝା, ପ୍ରବର କଟାରିଆ, ରଞ୍ଜିମ ପ୍ରବଳ ଦାସ, ଗୁରଅମ୍ରିତ ସିଂହ, ସିଦ୍ଧାନ୍ତ ମୁଖାର୍ଜୀ, ଅନନ୍ତ କ୍ରୀଷ୍ଣା କିଦାମ୍ବୀ।  

ନେସନାଲ ଟେଷ୍ଟିଂ ଏଜେନ୍ସି-ଏନଟିଏ (National Testing Agency-NTA) ପକ୍ଷରୁ ୨୦୨୧ ଫେବୃଆରୀ ସେସନ (Februaray Session 2021) ଜଏଣ୍ଟ ଏଣ୍ଟ୍ରାସ ଏଗଜାମିନେଶନ (Joint Entrance Examination) ଜେଇ ମେନ୍ ପରୀକ୍ଷା (JEE Main Exam) ଗତ ମାସ ୨୩ ତାରିଖରୁ ୨୬ ପର୍ଯ୍ୟନ୍ତ ଦେଶର ବିଭିନ୍ନ ନିର୍ଦ୍ଧାରିତ କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୬ ଲକ୍ଷ ୬୧ ହଜାର ୭୭୬ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।  

Also Read: JEE Main 2021: ଆଉ ଅଳ୍ପ ସମୟ ପରେ ବାହାରିବ ପରୀକ୍ଷା ଫଳ

 

ଜେଇ ମେନ୍ ପରୀକ୍ଷା ଫଳ ଜାଣିବା ପାଇଁ ପରୀକ୍ଷାର୍ଥୀଙ୍କୁ ଜେଇମେନ ଡଟ୍ ଏନଟିଏ ଡଟ୍ ଏନଆଇସି ଡଟ୍ ଇନ (jeemain.nta.nic.in) ୱେବସାଇଟ ଭିଜିଟ (Website Visit) କରିବାକୁ ହେବ। ଏହା ପରେ ୱେବ ସାଇଟ ହୋମ ପେଜ (Website Home Page) ଠାରେ ଉପଲବ୍ଧ ଥିବା ରେଜଲ୍ଚ ଲିଙ୍କ (Result Link) ଉପରେ କ୍ଲିକ କରିବାକୁ ହେବ। ଏହା ବାଦ ଲଗ୍ ଇନ୍ ଡିଟେଲ୍ସ ଏଣ୍ଟର (Log in Details Enter) କରି ପରୀକ୍ଷା ଫଳ ଯାଞ୍ଚ କରିବାକୁ ହେବ।  

Also Read: ଫେବୃଆରୀ ୧୫ରୁ RRB-NTPC ୪ର୍ଥ ପର୍ଯ୍ୟାୟ ପରୀକ୍ଷା

 

ପରୀକ୍ଷା ସୁଚାରୁରୂପେ ପରିଚାଳନା କରିବା ଲାଗି ୭୪୨ ଅବଜରର୍ଭର, ୨୬୧ ସିଟି କୋର୍ଡିନେଟର, ୧୯ ରିଜିଓନାଲ କୋର୍ଡିନେଟର, ୬ ସ୍ପେଶାଲ କୋର୍ଡିନେଟର, ୨ ଜାତୀୟ ସଂଯୋଜକ ନିୟୋଜିତ ହୋଇଥିଲେ।  ଜେଇଇ ମେନ୍ ପରୀକ୍ଷା ହେବାର ୧୦ ଦିନ ମଧ୍ୟରେ ଫଳାଫଳ ପ୍ରକାଶ ହେବା ଏନଟିଏ ଲାଗି ଏକ ବଡ ସଫଳତା ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଚଳିତ ବର୍ଷ ଜେଇ ମେନ୍ କଟ୍ ଅଫ୍ ୯୦ ପ୍ରତିଶତରୁ ଅଧିକ ରହିପାରେ। ଏହି ପରୀକ୍ଷା ଦେଶର ୩୩୧ଟି ସହରର ୮୨୮ କେନ୍ଦ୍ରରେ ଏବଂ ବିଦେଶର ୧୦ଟି କେନ୍ଦ୍ର ଯଥା ବାହାରିନ୍, କଲୋମ୍ବୋ, ଦୋହା, ଦୁବାଇ, କାଠମାଣ୍ଡୁ, ମସ୍କଟ, ରିୟାଦ, ସାରଜା, ସିଙ୍ଗାପୁର, କ୍ୱଏତ ଠାରେ ଆନୁଷ୍ଠିତ ହୋଇଥିଲା।     

ଏନଟିଏ କାର୍ଯ୍ୟସୂଚୀ ଅନୁସାରେ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ମେନ ପରୀକ୍ଷା ଆୟୋଜନ ମାର୍ଚ୍ଚ ୧୫-୧୮ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ। ଏଥିଲାଗି ୫ ଲକ୍ଷ ୪ ହଜାର ୫୪୦ ପରୀକ୍ଷାର୍ଥୀ ପଞ୍ଜିକରଣ କରିଛନ୍ତି। ଚଳିତ ବର୍ଷ ଜେଇ ଆଡଭାନ୍ସଡ୍ ପରୀକ୍ଷା (JEE Advanced Exam 2021) ଜୁଲାଇ ୩ ତାରିଖରେ ଅନଲାଇନ ଅନୁଷ୍ଠିତ ହେବ।