କଳିଙ୍ଗ ଷ୍ଟାଡିୟମକୁ ପୁଣି ଫେରିଛି ହକି କ୍ରେଜ୍, ମୁହାଁମୁହିଁ ହେଲେ ପୋଲିସ ହକି ଟିମ୍
topStories0hindi610901

କଳିଙ୍ଗ ଷ୍ଟାଡିୟମକୁ ପୁଣି ଫେରିଛି ହକି କ୍ରେଜ୍, ମୁହାଁମୁହିଁ ହେଲେ ପୋଲିସ ହକି ଟିମ୍

 ଭୁବନେଶ୍ୱରରେ ଆରମ୍ଭ ହୋଇଛି ୬୮ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗୀତା 

କଳିଙ୍ଗ ଷ୍ଟାଡିୟମକୁ ପୁଣି ଫେରିଛି ହକି କ୍ରେଜ୍, ମୁହାଁମୁହିଁ ହେଲେ ପୋଲିସ ହକି ଟିମ୍

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମକୁ ପୁଣି ଫେରିଛି ହକି କ୍ରେଜ୍ । ମୁହାଁମୁହିଁ ହେଲେ ପୋଲିସ ହକି ଟିମ୍ । ଭୁବନେଶ୍ୱରରେ ଆରମ୍ଭ ହୋଇଛି ୬୮ତମ ସର୍ବଭାରତୀୟ ପୋଲିସ ହକି ପ୍ରତିଯୋଗୀତା । ଆନୁଷ୍ଠାନିକ ଭାବେ ସପ୍ତମ ବାଟାଲିୟନରେ ଏହାର ଉଦଘାଟନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଆୟୋଜକ ଭାବେ ଓଡ଼ିଶା ପୋଲିସ ପ୍ରଥମ ଥର ପାଇଁ ଏହି ପ୍ରତିଯୋଗୀତା ଭୁବନେଶ୍ୱରରେ ଆୟୋଜନ କରିଛି । ଆଜିଠାରୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଏହାର ସମସ୍ତ ମ୍ୟାଚ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ଯାହାକୁ ନେଇ ଖେଳାଳୀଙ୍କ ମଧ୍ୟରେ ବେଶ୍ ଉତ୍ସୁକତା ଦେଖିବାକୁ ମିଳିଛି ।

ଏହାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ପୋଲିସ ମହାନିର୍ଦ୍ଦେଶକ ତଥା ପ୍ରତିଯୋଗୀତା ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀ ଅଭୟ ଯୋଗ ଦେଇ ପ୍ରଥମେ ପରେଡ୍ ଅଭିବାଦନ ଗ୍ରହଣ କରିଥିଲେ । ଏହାସହ ଖେଳୀଳିଙ୍କୁ ସ୍ୱାଗତ କରିବା ସହ ଶୁଭେଚ୍ଛା ଜଣାଇଲେ ।ଏଥିରେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ବଳର ମୋଟ ୨୫ ଟିମ ଭାଗ ଦେଇଛନ୍ତି । ମୋଟ ୫୦୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିବା ବେଳେ ରାଜ୍ୟ ପୋଲିସ ଦଳ ଓ କେନ୍ଦ୍ରୀୟ ପୋଲିସ ଦଳରୁ ମଧ୍ୟ ପ୍ରାୟ ୨୦୦ ଜଣ ପ୍ରଶିକ୍ଷକ ଓ ଅଧିକାରୀ ସାମିଲ ରହିଥିବା ଆଇଜି ଅପରେସନ ଅମିତାଭ୍ ଠାକୁର କହିଛନ୍ତି ।

ଏହି ପ୍ରତିଯୋଗୀତା ଲିଗ୍ କମ୍ ନକ୍ ଆଉଟ୍ ଆଧାରରେ ଖେଳାଯିବ । ସେପଟେ ଖେଳାଳିମାନେ ମଧ୍ୟ ମ୍ୟାଚ ପୂର୍ବରୁ କଳିଙ୍ଗ ଷ୍ଟାଡିୟମରେ ଦମଦାର ଅଭ୍ୟାସ ଆରମ୍ଭ କରିଦେଇଥିଲେ । ବିଶେଷ କରି ହକି ବିଶ୍ୱକପର ସଫଳ ଆୟୋଜନ କରି ଇତିହାସ ରଚିଥିବା କଳିଙ୍ଗ ଷ୍ଟାଡିୟମରେ ଖେଳିବାର ସୁଯୋଗ ପାଇଥିବାରୁ ଗର୍ବିତ ଓ ପରସ୍ପର ମଧ୍ୟରେ ଉତ୍ତମ ବନ୍ଧୁତ୍ୱପୂର୍ଣ୍ଣ ବାତାବରଣ ରଖି ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଥିବା ବିଭିନ୍ନ ଟିମର ଖେଳାଳିମାନେ କହିଛନ୍ତି ।

ତେବେ ଭାରତୀୟ ହକି ଟିମ୍ ର କ୍ୟାପଟେନ ମନପ୍ରିତ ସିଂଙ୍ଗଙ୍କ ସମେତ ଆଉ ଦୁଇ ଜଣ ଜାତୀୟ ସ୍ତରର ଖେଳାଳୀ ପଞ୍ଜାବ ଟିମରେ ଖେଳିବାର ସମ୍ଭାବନା ଥିବା ଜଣାପଡିଛି । ଆସନ୍ତା ୨୪ ତାରିଖରେ ଏହାର ଫାଇନାଲ ମ୍ୟାଚ ଖେଳାଯିବା ସହ ଉଦଯାପନ ହେବ ।

Trending news