ମୋତେ ଫସାଇ ଦିଆଯାଇଛି: ବିଜୟ
Advertisement
Article Detail0/zeeodisha/odisha618000

ମୋତେ ଫସାଇ ଦିଆଯାଇଛି: ବିଜୟ

ଉପରିସ୍ଥ ଅଧିକାରୀମାନେ ଷଡ଼ଯନ୍ତ୍ର କରି ମୋତେ ଫସାଇ ଦିଆଯାଇଛି ।

ମୋତେ ଫସାଇ ଦିଆଯାଇଛି: ବିଜୟ

ଭୁବନେଶ୍ୱର: ୨୦୦୯ ବ୍ୟାଚ ଆଇଏଏସ ଅଫିସର ତଥା ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ଲାଞ୍ଚ ନେବା ଅଭିଯୋଗରେ ଗତକାଲି ରାଜ୍ୟ ସରକାର ସସପେଣ୍ଡ କରିଥିଲେ । ତେବେ ଆଜି ପୋଲିସ ତାଙ୍କୁ ଗିରଫ କରିଛି ।

ତେବେ ବିଜୟ କହିଛନ୍ତି କି, ମୋତେ ଫସାଇ ଦିଆଯାଇଛି । ଉପରିସ୍ଥ ଅଧିକାରୀମାନେ ଷଡ଼ଯନ୍ତ୍ର କରି ମୋତେ ଫସାଇ ଦିଆଯାଇଛି । ଏହା ସହିତ ବଦନାମ କରିବାକୁ ମଧ୍ୟ ପ୍ରୟାସ କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।  

ସୂଚନାଯୋଗ୍ୟ ଗତକାଲି ବିଜୟଙ୍କୁ ଭିଜିଲାନ୍ସ ଲାଞ୍ଚ ନେବା ସମୟରେ ତାଙ୍କ କାର୍ଯ୍ୟାଳୟରୁ ଗିରଫ କରିଥିଲେ । କେତେକ ବିଲ ପାସ କରାଇଦେବା ପାଇଁ ସେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ଗିରଫ ପରେ ତାଙ୍କ ବିରୋଧରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଥିଲେ ।