ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷ ହେବ ପରୀକ୍ଷା

ଦ୍ବିତୀୟ ବର୍ଷକୁ ଯିବାଲାଗି ଛାତ୍ରଛାତ୍ରୀଙ୍କୁ ସର୍ବନିମ୍ନ ୩୩ପ୍ରତିଶତ ମାର୍କ ରଖିବା ବାଧ୍ୟତା ମୂଳକ ।

ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷ ହେବ ପରୀକ୍ଷା

ଭୁବନେଶ୍ୱର: ଏଣିକି ଯୁକ୍ତ ଦୁଇ ପ୍ରଥମ ବର୍ଷରେ ହେବ ପରୀକ୍ଷା । ଦ୍ବିତୀୟ ବର୍ଷକୁ ଯିବାଲାଗି ଛାତ୍ରଛାତ୍ରୀଙ୍କୁ ସର୍ବନିମ୍ନ ୩୩ପ୍ରତିଶତ ମାର୍କ ରଖିବା ବାଧ୍ୟତା ମୂଳକ । ଏ ନେଇ ନିଷ୍ପତି ନେଇଛି ଗଣ ଶିକ୍ଷା ବିଭାଗ ।

ଫେବୃଆରୀ ୧୫ରୁ ୨୯ ଯାଏ +୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଥମ ପରୀକ୍ଷା ଦେବାର ସୁଯୋଗ ମିଳିବ । ତେବେ ପ୍ରଥମ ବର୍ଷରେ ଫେଲ ହୋଇଥିବା ଛାତ୍ରଛାତ୍ରୀ ମେ ମାସ ଶେଷ ସପ୍ତାହରେ ପୁଣି ଥରେ ସୁଯୋଗ ଦିଆଯିବ ଆଉ ଏଥିରେ ଯଦି ପରୀକ୍ଷାର୍ଥୀମାନେ ଫେଲ ହେବେ ତେବେ ତାଙ୍କୁ ପୁଣି ଥରେ ପ୍ରଥମ ବର୍ଷରେ ରହିବାକୁ ପଡିବ । 
୩୩ପ୍ରତିଶତ ରୁ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀ ଙ୍କର ରିମେଡ଼ିଆଲ୍ କ୍ଲାସ କରାଯିବ । ଚଳିତ ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରାଯିବା ନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।