ସୋମବାର ମଧ୍ୟାହ୍ନ ସୁଦ୍ଧା ଲଘୁଚାପ, ଆଜି ୮ ଜଲ୍ଲାରକୁ ଅରେଞ୍ଜ ୱାର୍ଣ୍ଣଂ
Advertisement

ସୋମବାର ମଧ୍ୟାହ୍ନ ସୁଦ୍ଧା ଲଘୁଚାପ, ଆଜି ୮ ଜଲ୍ଲାରକୁ ଅରେଞ୍ଜ ୱାର୍ଣ୍ଣଂ

ବର୍ଷା କୃଷକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଜୁନ ମାସରେ ନିଅଣ୍ଟିଆ ବର୍ଷା ଯୋଗୁଁ କୃଷକମାନେ ଚିନ୍ତାରେ ଅଛନ୍ତି। କିନ୍ତୁ ଲଘୁଚାପ ବର୍ଷା ଖରିଫ ଫସଲ ପାଇଁ ଉତ୍କୃଷ୍ଟ ହେବ। 

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ପୁଣି ବଙ୍ଗୋପସାଗର ଅସାନ୍ତ ହୋଇଛି। ସୋମବାର ମଧ୍ୟାହ୍ନ ସୁଦ୍ଧା ଆଉ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଫଳରେ ଆସନ୍ତା ତିନି ଦିନ ରାଜ୍ୟର କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ରବିବାର ରାଜ୍ୟର ଅର୍ଦ୍ଧାଧିକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ସମ୍ଭାବନା ଥିବା ବେଳେ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ପାଣିପାଗ କେନ୍ଦ୍ରର ସୂଚନାନୁସାରେ, ବାଂଲାଦେଶ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ବୁଲୁଛି। ଏହା ଦକ୍ଷିଣ ପଶ୍ଚିମରେ ସମୂଦ୍ର ପତ୍ତନ ଠାରୁ ପ୍ରାୟ ସାଢେ ସାତ କିଲୋମିଟର ଉପରେ ଅଛି। ଯାହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡିଶା କିମ୍ବା ତାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଆସନ୍ତା ଚାରି ଦିନରେ ରାଜ୍ୟର ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି, ବଜ୍ରପାତ ସହ ପ୍ରବଳ ବର୍ଷା ହେବା ସମ୍ଭାବନା ଅଛି।

Also Read: ବାସଭବନକୁ ଟମାଟୋ ମାଡ ପରେ ଏକାନ୍ତବାସରେ ଉଚ୍ଚଶିକ୍ଷା ମନ୍ତ୍ରୀ, ଏମିତି କହିଲେ ଅନୁଭବ ମହାନ୍ତି

ଏହି ବର୍ଷା କୃଷକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇପାରେ ବୋଲି ପାଣିପାଗ ବିଭାଗ କହିଛି। ଜୁନ ମାସରେ ନିଅଣ୍ଟିଆ ବର୍ଷା ଯୋଗୁଁ କୃଷକମାନେ ଚିନ୍ତାରେ ଅଛନ୍ତି। କିନ୍ତୁ ଲଘୁଚାପ ବର୍ଷା ଖରିଫ ଫସଲ ପାଇଁ ଉତ୍କୃଷ୍ଟ ହେବ। ଏହି ସମୟରେ କିଛି ସହରାଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇପାରେ। ଫଳରେ ଟ୍ରାଫିକ ସମସ୍ୟା ଦେଖାଦେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରି ପ୍ରଶାସନକୁ ସତର୍କ କରିଛି।

ରବିବାର:

ପ୍ରବଳରୁ ଅତିପ୍ରବଳ ବର୍ଷା (ଅରେଞ୍ଜ ୱାର୍ଣ୍ଣିଂ)- ବରଗଡ, ସମ୍ବଲପୁର, କେନ୍ଦୁଝର, ଦେବଗଡ, ଭଦ୍ରକ, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ।

ପ୍ରବଳ ବର୍ଷା (ୟେଲୋ ୱାର୍ଣ୍ଣିଂ)- ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର, ନୂଆପଡା, କନ୍ଧମାଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଟକ, ମୟୂରଭଞ୍ଜ, ଝାରସୁଗୁଡା, ସୋନପୁର, ସୁନ୍ଦରଗଡ ଓ ବାଲେଶ୍ୱର।

ସୋମବାର: 

ପ୍ରବଳରୁ ଅତିପ୍ରବଳ ବର୍ଷା (ଅରେଞ୍ଜ ୱାର୍ଣ୍ଣିଂ)- ଭଦ୍ରକ, କନ୍ଧମାଳ, ନୟାଗଡ. କଟକ, ଯୋଜପୁର, ଢେଙ୍କାନାଳ ଓ ଅନୁଗୁଳ।

ପ୍ରବଳ ବର୍ଷା (ୟେଲୋ ୱାର୍ଣ୍ଣିଂ)- ବାଲେଶ୍ୱର, କନ୍ଦ୍ରାପଡା, ଜଗତସିଂହପୁର, ସୋନପୁର, ବଲାଙ୍ଗିର, ନୂଆପଡା, ଝାରସୁଗୁଡା, କଳାହାଣ୍ଡି, ସୁନ୍ଦରଗଡ, ଖୋର୍ଦ୍ଧା, ବୌଦ୍ଧ, ପୁରୀ, ସମ୍ବଲପୁର, ବରଗଡ, ଦେବଗଡ, ମୟୂରଭଞ୍ଜ ଓ କେନ୍ଦୁଝର।

Also Read: ବିଜେଡି ବିଧାୟକଙ୍କୁ ବିବାହ ଜିଦ୍ କରି ଆଉ କାହା ହାତ ଧରିନେଲେ ଯୁବତୀ

ମଙ୍ଗଳବାର:

ପ୍ରବଳରୁ ଅତିପ୍ରବଳ ବର୍ଷା (ଅରେଞ୍ଜ ୱାର୍ଣ୍ଣିଂ)- ଗଜପତି, ଗଞ୍ଜାମ, କନ୍ଧମାଳ ଓ ନୟାଗଡ।

ପ୍ରବଳ ବର୍ଷା (ୟେଲୋ ୱାର୍ଣ୍ଣିଂ)- ବୌଦ୍ଧ, ସୋନପୁର, ଖୋର୍ଦ୍ଧା, ସୁନ୍ଦରଗଡ, ବରଗଡ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଝାରସୁଗୁଡା, ସମ୍ବଲପୁର, କଟକ, ଯାଜପୁର ଓ ଦେବଗଡ।

ବୁଧବାର:

ପ୍ରବଳ ବର୍ଷା (ୟେଲୋ ୱାର୍ଣ୍ଣିଂ)- ନବରଙ୍ଗପୁର, କଳାହାଣ୍ଡି, ବରଗଡ, ବଲାଙ୍ଗିର, ନୂଆପଡା, କନ୍ଧମାଳ, ଯାଜପୁର, କେନ୍ଦ୍ରାପଡା, ଭଦ୍ରକ, ଗଜପତି, ଗଞ୍ଜାମ, ମାଲକାନଗିରି ଓ ରାୟଗଡା।