ଓଡ଼ିଶା ମାଟିରେ ପହଞ୍ଚିଲେ ଟିମ୍ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ ଖେଳାଳି
Advertisement

ଓଡ଼ିଶା ମାଟିରେ ପହଞ୍ଚିଲେ ଟିମ୍ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ ଖେଳାଳି

ସେମାନଙ୍କ ରହଣୀ ପାଇଁ ହୋଟେଲରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି 

ଓଡ଼ିଶା ମାଟିରେ ପହଞ୍ଚିଲେ ଟିମ୍ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜ ଖେଳାଳି

ଭୁବନେଶ୍ୱର:  ଓଡ଼ିଶା ମାଟିରେ ପହଞ୍ଚିଛନ୍ତି ଟିମ୍ ଇଣ୍ଡିଆ ଓ ୱେଷ୍ଟଇଣ୍ଡିଜର ଖେଳାଳି । ଉଭୟ ଟିମଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ସେମାନଙ୍କ ରହଣୀ ପାଇଁ ହୋଟେଲରେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ଯେପରି ସେମାନଙ୍କ ଆତିଥ୍ୟରେ କୌଣସି ପ୍ରକାର ତ୍ରୁଟି ନ ହୁଏ ସେଥିପ୍ରତି କଡ଼ା ନଜର ରଖାଯାଇଛି । ଗତକାଲି ବିଶାଖାପାଟନା ମ୍ୟାଚରେ ବୃହତ୍ ବିଜୟ ହାସଲ କରି 'ମେନ୍ ଇନ୍ ବ୍ଲୁ' ଙ୍କ ଜୋସ୍ ହାଇ ଅଛି । ଆସନ୍ତା ରବିବାର ୱେଷ୍ଟଇଣ୍ଡିଜ ସହ ଟିମ୍ ଇଣ୍ଡିଆର ହେବାକୁ ଯାଉଛି ନିର୍ଣ୍ଣାୟକ ଲଢ଼େଇ । କାରଣ ଏହି ମ୍ୟାଚ୍ ହିଁ ସିରିଜର ବିଜେତା ନିର୍ଦ୍ଧାରଣ କରିବ।

ସେପଟେ ବାରବାଟୀ ମ୍ୟାଚକୁ ନେଇ କମିଶନରେଟ ପୋଲିସ ପକ୍ଷରୁ କାରକେଡ୍ ରିହରସାଲ କରାଯାଇଛି । ଖେଳାଳିଙ୍କୁ ଭୁବନେଶ୍ୱର ହୋଟେଲରୁ କିପରି ସୁରକ୍ଷିତ ଭାବରେ କଟକସ୍ଥିତ ବାରବାଟୀ ଷ୍ଟାଡିୟମକୁ ପହଞ୍ଚାଇବେ, ସେ ନେଇ ହୋଇଥିଲା କାରକେଡ୍ ରିହରସାଲ ।