Corona ଭ୍ୟାକସିନର ସିକ୍ରେଟ ଚୋରି କରୁଛି ଇରାନ୍ !
Advertisement
Article Detail0/zeeodisha/odisha676336

Corona ଭ୍ୟାକସିନର ସିକ୍ରେଟ ଚୋରି କରୁଛି ଇରାନ୍ !

ବ୍ରିଟେନର National Cyber Security ସେଣ୍ଟରର କହିବା କଥା, କୋରୋନା ସହିତ ଜଡ଼ିତ ଏକ୍ସପର୍ଟ ଓ ଅନୁଷ୍ଠାନ ଗୁଡ଼ିକରେ Cyber Attack ଘଟଣା ବଢିବାରେ ଲାଗିଛି । ସେଣ୍ଟର ସାଇବର ଆଟାକ୍ ସହିତ ଲଢେଇ କରିବା ପାଇଁ ୨୪ ଘଣ୍ଟା କାମ କରୁଛି ।

ପ୍ରତୀକାତ୍ମକ ଫଟୋ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର:  Covid-19ର ଭ୍ୟାକସିନ୍ ବାହାର କରିବା ପାଇଁ ସବୁ ଦେଶ ନିଜ ସ୍ତରରେ ଗବେଷଣା ଆରମ୍ଭ କରିଛନ୍ତି । ବ୍ରିଟେନ୍ ଓ ଆମେରିକା ସହିତ ଅନ୍ୟ ରାଷ୍ଟ୍ର ମଧ୍ୟ ଏ କ୍ଷେତ୍ରରେ ରିସର୍ଚ୍ଚ କରି ଆସୁଛନ୍ତି । ଏଭଳି ସ୍ଥଳେ ଭ୍ୟାକସିନର ସିକ୍ରେଟ ଚୋରି କରିବା ଉଦ୍ଦେଶ୍ୟର ଅଛନ୍ତି ଆଉ କିଛି ରାଷ୍ଟ୍ର । Covid-19  ଭ୍ୟାକସିନ୍ ରିସର୍ଚ୍ଚ କରୁଥିବା BRITISH INSTITUTES ରେ ସାଇବର ଆଟାକ୍ ହୋଇଛି । ଗବେଷଣାରତ କର୍ମଚାରୀଙ୍କ ଅଭିଯୋଗ ଇରାନ ଓ ଋଷ ହ୍ୟାକର୍ ଏଭଳି କାମ କରୁଛନ୍ତି ।

BRITISH INSTITUTES ରେ କରାଯାଇଥିବା ସାଇବର ଆଟାକରେ ସଫଳ ହୋଇ ନଥାନ୍ତି  ଦୁଇ ରାଷ୍ଟ୍ର ଇରାକ୍ ଓ ଋଷ । କୋରୋନା ଭାଇରସ୍ ଇରାନରେ ଆତଙ୍କ ମଚାଇଛି । ଇରାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୭,୪୨୪ ରହିଥିବା ବେଳେ ମୃତକଙ୍କ ସଂଖ୍ୟା ୬୨୦୦ରୁ ଅଧିକ ରହିଛି । ମୃତକଙ୍କ ସଂଖ୍ୟା ଇରାନ୍ ଲୁଚାଇ ଭୁଲ୍ ତଥ୍ୟ ଦେଉଥିବା ମଧ୍ୟ ଅଭିଯୋଗ ରହିଛି ।

fallback
 
ବ୍ରିଟେନର National Cyber Security ସେଣ୍ଟରର କହିବା କଥା, କୋରୋନା ସହିତ ଜଡ଼ିତ ଏକ୍ସପର୍ଟ ଓ ଅନୁଷ୍ଠାନ ଗୁଡ଼ିକରେ Cyber Attack ଘଟଣା ବଢିବାରେ ଲାଗିଛି । ସେଣ୍ଟର ସାଇବର ଆଟାକ୍ ସହିତ ଲଢେଇ କରିବା ପାଇଁ ୨୪ ଘଣ୍ଟା କାମ କରୁଛି । 

ଭାଇରସ ଉପରେ ରିସର୍ଚ୍ଚ କରୁଥିବା ଲୋକଙ୍କ E-mail ଓ ସର୍ଭର କୁ ହ୍ୟାକ୍ କରୁଛନ୍ତି  ଇରାନ୍ ଓ ଋଷ ହ୍ୟାକର୍ ।  ବିଶ୍ବ ଏଭଳି ଏକ ଘଡ଼ିସନ୍ଧି ମୂହୂର୍ତ୍ତ ଦେଇ ଗତି କରୁଥିବା ବେଳେ ସାଇବର ହ୍ୟାକରଙ୍କ ଏଭଳି ଅପରାଧ, ଆଦୌ କ୍ଷମଣୀୟ ନୁହେଁ । ଖାସ୍ କରି ଯେତେବେଳେ ବିଶ୍ୱବାସୀ ଭ୍ୟାକସିନ ଆସିବା ପାଇଁ ଅପେକ୍ଷା କରିଛନ୍ତି ।