ପୂର୍ବାହ୍ଣ ୯ଟାରୁ ମଧ୍ୟାହ୍ଣ ୧୨ଟା ପର୍ଯ୍ୟନ୍ତ ପ୍ରଥମ ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଦ୍ବିତୀୟ ସିଟିଂ ପରୀକ୍ଷା କରାଯିବ ।
Trending Photos
ଭୁବନେଶ୍ୱର: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ପାଇଁ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ହେଉଥିବା ଜେଇଇ ମେନ୍ ପରୀକ୍ଷା ଆଜିଠାରୁ ଆରମ୍ଭ ହୋଇଛି । ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ବାରା ପରିଚାଳିତ ଏହି ପରୀକ୍ଷା କମ୍ପ୍ୟୁଟର୍ ବେସ ଟେଷ୍ଟ ବା ସିବିଟି ମାଧ୍ୟମରେ କରାଯିବ। ଦେଶର ୩୩୧ ଟି ସହରରେ ହେବାକୁ ଥିବା ପରୀକ୍ଷା ୨୬ ତାରିଖ ପର୍ଯ୍ୟନ୍ତ ଜାରି ରହିବ। ପ୍ରତିଦିନ ଦୁଇଟି ସିଟିଂରେ ପରୀକ୍ଷା ହେବ । ପୂର୍ବାହ୍ଣ ୯ଟାରୁ ମଧ୍ୟାହ୍ଣ ୧୨ଟା ପର୍ଯ୍ୟନ୍ତ ପ୍ରଥମ ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଦ୍ବିତୀୟ ସିଟିଂ ପରୀକ୍ଷା କରାଯିବ ।
ପୂର୍ବାହ୍ଣରେ ହେବାକୁ ଥିବା ପରୀକ୍ଷା ପାଇଁ ପରୀକ୍ଷାର୍ଥୀ ସକାଳ ୭ଟା ୩୦ରୁ ୮ଟା ୩୦ ଏବଂ ଅପରାହ୍ଣ ସେକ୍ସନ ପାଇଁ ଅପରାହ୍ଣ ୨ଟାରୁ ୨ଟା ୩୦ ମଧ୍ୟରେ ପରୀକ୍ଷା କେନ୍ଦ୍ରକୁ (Exam Center) ପ୍ରବେଶ କରିପାରିବେ । ଓଡ଼ିଶାର ୧୭ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ସେଗୁଡ଼ିକ ହେଲା, ବାଲେଶ୍ବର, ବ୍ରହ୍ମପୁର, ଭୁବନେଶ୍ୱର, କଟକ, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ଅନୁଗୁଳ, ଭଦ୍ରକ, ବାରିପଦା, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ପୁରୀ, ଜଗତ୍ସିଂହପୁର, ଭବାନୀପାଟଣା ଓ ଜୟପୁର ।
Also Read: ପେଟ୍ରୋଲ-ଡିଜେଲ: ଏହି ୪ଟି ରାଜ୍ୟ ହ୍ରାସ କଲେ ଟ୍ୟାକ୍ସ, ଏବେ କେନ୍ଦ୍ର-ବାକି ରାଜ୍ୟ ଉପରେ ବଢ଼ିଲା ଚାପ
କୋରୋନା ପାଇଁ ଚଳିତବର୍ଷ ୪ଟି ସେକ୍ସନରେ ପରୀକ୍ଷା ହେଉଛି। ଏନଟିଏ ବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (National Testing Agency) ଦ୍ବାରା ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଫେବ୍ରୁଆରିରେ ହେବାକୁ ଥିବା ପରୀକ୍ଷା କେନ୍ଦ୍ର ପାଇଁ ୬ ଲକ୍ଷ ୬୧ ହଜାର ୭୬୧ ଜଣ ନାମ ଆବେଦନ କରିଛନ୍ତି। ସେହିପରି ମାର୍ଚ୍ଚ ସେକ୍ସନ ଲାଗି ୫ ଲକ୍ଷ ୪ହଜାର ୫୪୦, ଏପ୍ରିଲ ସେକ୍ସନ ପାଇଁ ୪ ଲକ୍ଷ ୯୮ ହଜାର ୯୧୦ ଓ ମେ’ ସେକ୍ସନରେ ପରୀକ୍ଷା ଦେବା ଲାଗି ୫ ଲକ୍ଷ ୯ ହଜାର ୯୭୨ ଜଣ ଆବେଦନ କରିଛନ୍ତି।
Also Read: ତେଲ ବଜାରରେ ନିଆଁ, ୧୦ ରାଜ୍ୟକୁ ପଛରେ ପକାଇଲା ମାଲକାନଗିରି ତେଲ ଦର
ପରୀକ୍ଷା ଲାଗି ଏଥର ବି କଡ଼ା କଟକଣା ଲାଗୁ ହୋଇଛି । ପରୀକ୍ଷା କେନ୍ଦ୍ରକୁ ଯିବା ସମୟରେ ପରୀକ୍ଷାର୍ଥୀ ଜେଇଇ ମେନ୍ ଆଡମିଟ୍ କାର୍ଡ ସମେତ ଯେ କୌଣସି ଫଟୋ ପରିଚୟପତ୍ର, ନିଜସ୍ବ ପାଣି ବୋତଲ, ସାନିଟାଇଜର, ପେନ୍ ଆଣ୍ଡ ପେନ୍ସିଲ୍ ଆଦି ଆଣି ଆସିବେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହୋଇଥିବା ବେଳେ ସାମାଜିକ ଦୂରତା (Social Distance) ରକ୍ଷା କରିବାକୁ ପରୀକ୍ଷାର୍ଥୀଙ୍କୁ କୁହାଯାଇଛି।