Black Rose Ship: ମିଳି ମିଶି ଚାପି ଦେଲେ ବ୍ଳାକ୍‌ରୋଜ ଜାହାଜ ବୁଡ଼ି ଘଟଣା
Advertisement
Article Detail0/zeeodisha/odisha1474964

Black Rose Ship: ମିଳି ମିଶି ଚାପି ଦେଲେ ବ୍ଳାକ୍‌ରୋଜ ଜାହାଜ ବୁଡ଼ି ଘଟଣା

Black Rose Ship News: ଗତ ୨୦୦୯ ସେପ୍ଟେମ୍ବର ୯ ତାରିଖରେ ୨୩,୮୪୭ ମେଟ୍ରିକ୍ ଟନ୍‌ର ଲୁହାପଥର ଏବଂ ୯୨୦ ମେଟ୍ରିକ୍ ଟନ୍‌ର ଫରନେସ୍ ତେଲ ନେଇ ଚୀନ୍ ଅଭିମୁଖେ ଯାଉଥିବା ଏମ୍‌.ଭି. ବ୍ଲାକ୍‌ରୋଜ୍ ନାମକ ଏକ ଜାହାଜ ପାରାଦୀପ ବନ୍ଦର ଠାରୁ ୫ କିଲୋମିଟର ଦୂରରେ ସମୁଦ୍ର ଗର୍ଭରେ ବୁଡ଼ି ଯାଇଥିଲା। ସେତେବେଳେ ବିରୋଧୀ ଦଳ ନକଲି କାଗଜପତ୍ର ପ୍ରସ୍ତୁତ କରାଯାଇ ବେଆଇନ ଭାବେ ଲୁହାପଥର ଚୋରାଚାଲାଣ କରାଯାଉଥିଲା ବୋଲି ଅଭିଯୋଗ କରିଥିଲେ। ଏହି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ ବିରୋଧୀ। 

Black Rose Ship: ମିଳି ମିଶି ଚାପି ଦେଲେ ବ୍ଳାକ୍‌ରୋଜ ଜାହାଜ ବୁଡ଼ି ଘଟଣା

Black Rose Ship Sinking News: ବ୍ଲାକରୋଜ ଜାହାଜ ବୁଡ଼ିଯିବା ଘଟଣାର ସିବିଆଇ ତଦନ୍ତକୁ ନେଇ ଅନୁଷ୍ଠିତ ହୋଇଯାଇଛି ଏକ ସାମ୍ବାଦିକ ସମ୍ମିଳନୀ। ଓଡିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ଅନୁ୍ଷ୍ଠିତ ହୋଇଯାଇଛି ଏହି ସାମ୍ବାଦିକ ସମ୍ମିଳନୀ। ବ୍ଲାକ ରୋଜ ଜାହାଜ ବୁଡି ଘଟଣାରେ ସିବିଆଇ ତଦନ୍ତ ସ୍ଥିତି ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟକୁ ନେଇ ଅନୁଷ୍ଠିତ ହୋଇଛି ଏହି ସାମ୍ବାଦିକ ସମ୍ମିଳନୀ।

କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ଏବଂ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ ପ୍ରକାଶ କରିଛନ୍ତି ଯେ, ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର କିଭଳି ମିଳିତ ଭାବେ ଏହି ଜାହାଜ ବୁଡ଼ି ଘଟଣାର ତଦନ୍ତକୁ ରଫାଦଫା କରି ଦେଇଛନ୍ତି। ଗତ ୨୦୦୯ ସେପ୍ଟେମ୍ବର ୯ ତାରିଖରେ ୨୩,୮୪୭ ମେଟ୍ରିକ୍ ଟନ୍‌ର ଲୁହାପଥର ଏବଂ ୯୨୦ ମେଟ୍ରିକ୍ ଟନ୍‌ର ଫରନେସ୍ ତେଲ ନେଇ ଚୀନ୍ ଅଭିମୁଖେ ଯାଉଥିବା ଏମ୍‌.ଭି. ବ୍ଲାକ୍‌ରୋଜ୍ ନାମକ ଏକ ଜାହାଜ ପାରାଦୀପ ବନ୍ଦର ଠାରୁ ୫ କିଲୋମିଟର ଦୂରରେ ସମୁଦ୍ର ଗର୍ଭରେ ବୁଡ଼ି ଯାଇଥିଲା। ସେତେବେଳେ ବିରୋଧୀ ଦଳ ନକଲି କାଗଜପତ୍ର ପ୍ରସ୍ତୁତ କରାଯାଇ ବେଆଇନ ଭାବେ ଲୁହାପଥର ଚୋରାଚାଲାଣ କରାଯାଉଥିଲା ବୋଲି ଅଭିଯୋଗ କରିଥିଲେ। ଏହି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇ ହାତକୁ ହସ୍ତାନ୍ତର କରିବାକୁ ଦାବି କରିଥିଲେ ବିରୋଧୀ। 

ଗତ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପି ନେତା ସର୍ବସାଧାରଣରେ କହିଥିଲେ ଯେ ବ୍ଲାକ୍‌ରୋଜ ଜାହାଜ ବୁଡ଼ି ମାମଲାର ଦାୟିତ୍ୱ ସିବିଆଇ ହାତକୁ ହସ୍ତାନ୍ତର କରାଯାଇଛି। ଏ ସମ୍ପର୍କିତ ଖବର ତୁହାକୁ ତୁହା ଗଣମାଧ୍ୟମରେ ପ୍ରସାରିତ କରାଯାଇଥିଲା। ହେଲେ ବାସ୍ତବରେ ବ୍ଳାକ୍‌ରୋଜ୍ ଜାହାଜ ବୁଡ଼ିର ରହସ୍ୟ ଏବଂ ଏହାର ତଦନ୍ତର ଗତି ଏବଂ ସ୍ଥିତି ସମ୍ପର୍କରେ ଅବଗତ ହେବା ପାଇଁ ସୂଚନା ଅଧିକାର ଆଇନ ବଳରେ ଗତ ମେ ୧୧ ତାରିଖରେ ସିବିଆଇ କାର୍ଯ୍ୟାଳୟକୁ ତଥ୍ୟ ମଗାଯାଇଥିଲା। ଯାହାର ଉତ୍ତର ନଭେମ୍ବର ୭ ତାରିଖରେ ସିବିଆଇ କାର୍ଯ୍ୟାଳୟ ପକ୍ଷରୁ ପ୍ରଦାନ କରାଯାଇଛି।

  • ବ୍ଳାକ୍‌ରୋଜ ଜାହାଜ ବୁଡ଼ି ଘଟଣାର ତଦନ୍ତ ଏକ ସ୍ୱାଧୀନ ଅନୁଷ୍ଠାନ ଦ୍ୱାରା କରାଇବା ପାଇଁ ଗୁରୁ ପ୍ରସାଦ ମହାନ୍ତି ହାଇକୋର୍ଟରେ ଏକ ରିଟ୍ ପିଟିସନ୍ ୧୬୩୬୫/୨୦୦୯ ଦାଏର କରିଥିଲେ।
  • ଶଙ୍ଖନାଦ ବେହେରା ନାମକ ଆଉ ଜଣେ ବ୍ୟକ୍ତି ଅନୁରୂପ ଭାବେ ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟରେ ଏକ ୧୬୩୭୯/୨୦୦୯ ଆବେଦନ ଦାୟର କରିଥିଲେ।
  • ସିବିଆଇ ମଧ୍ୟ ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରି ଦର୍ଶାଇଥିଲେ ଯେ ଯଦି କୋର୍ଟ ନିର୍ଦ୍ଦେଶ ଦିଅନ୍ତି ତାହେଲେ ସିବିଆଇ ଏମ୍‌.ଭି. ବ୍ଲାକ୍‌ରୋଜ ଜାହାଜ ବୁଡ଼ି ଘଟଣାର ତଦନ୍ତ କରିପାରିବ।
  • ହେଲେ ଆବେଦନକାରୀ ଶଙ୍ଖନାଦ ବେହେରାଙ୍କ ମୃତ୍ୟୁ ଯୋଗୁ ହାଇକୋର୍ଟ ରିଟ୍ ପିଟିସନ୍ ସଂଖ୍ୟା ୧୬୩୭୯/୨୦୦୯ କୁ ଖାରଜ କରିଦେଇଥିଲେ। ସେହି ସମୟରେ ସିବିଆଇ ନିର୍ଦ୍ଦେଶକ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟକୁ ଚିଠି ଲେଖି ବ୍ଲାକ୍‌ରୋଜ ଜାହାଜ ବୁଡ଼଼ି ଯିବା ଘଟଣାରେ ସିବିଆଇ ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟରେ କେସ୍ କରିବାକୁ ଜଣାଇଥିଲେ। ହେଲେ ମନ୍ତ୍ରଣାଳୟ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା।
  • ଗତ ୨୦୧୮ ଜୁନ ୨୦ ତାରିଖରେ ଜାହାଜ ଚଳାଚଳ ମନ୍ତ୍ରଣାଳୟ ସିବିଆଇ ନିର୍ଦ୍ଦେଶକଙ୍କୁ ୨୦୧୬ ଜୁଲାଇ ୧୯ ତାରିଖରେ ଭୁବନ ମୋହନ ଜେନା ଦେଇଥିବା ଦୁଇଟି ଅଭିଯୋଗ ଏବଂ ୨୦୧୬ ସେପ୍ଟମ୍ବର ୯ ତାରିଖରେ ପ୍ରତାପ କୁମାର ମିଶ୍ର ଦେଇଥିବା ଅଭିଯୋଗ, ଭୁବନ ମୋହନ ଜେନା ଦେଇଥିବା ପୁନଃ ଅଭିଯୋଗ ଏବଂ ୨୦୧୮ ଜାନୁଆରୀ ୩୧ ତାରିଖରେ ପ୍ରତାପ କୁମାର ମିଶ୍ର ଦେଇଥିବା ଅଭିଯୋଗକୁ ପଠାଇ ଦେଇଥିଲେ।
  • ସିବିଆଇ ବ୍ଲାକରୋଜ ଜାହାଜ ବୁଡ଼ି ଘଟଣାର ଅନୁଧ୍ୟାନ କରି ଜାଣିବାକୁ ପାଇଥିଲେ ଯେ ପାରାଦ୍ୱୀପ ମେରାଇନ୍ ପୋଲିସ୍ ଥାନାରେ ୨୦୦୯ ଅକ୍ଟୋବର ୯ ତାରିଖରେ ଏ ସମ୍ପର୍କରେ ଏକ ଅଭିଯୋଗ (ଅଭିଯୋଗ ସଂଖ୍ୟା ୨୮/୨୦୦୯) ଏକ କେସ୍ ପଞ୍ଜୀକୃତ ହୋଇଛି। କ୍ରାଇମ୍ ବ୍ରାଞ୍ଚ୍ ବ୍ଲାକ୍‌ରୋଜ୍ କମ୍ପାନୀ ମ୍ୟାନେଜିଂ ଡାଇରେକ୍ଟର ଶ୍ରୀ କୋକ୍ ସିଟ୍‌କିଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଛି।
  • ଏହାପରେ ସିବିଆଇ ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ବ୍ଲାକ୍‌ରୋଜ୍ ଜାହାଜ ବୁଡ଼ି ଘଟଣାରେ ହୋଇଥିବା କେସ୍ ନଂ. ୨୮/୨୦୦୯ ସହ ଜଡିତ ସମସ୍ତ ନଥିପତ୍ର ପ୍ରଦାନ କରିବାକୁ ଅନୁରୋଧ କରିଥିଲେ। ହେଲେ ରାଜ୍ୟ ସରକାର ଉକ୍ତ ତଦନ୍ତକୁ ଚାପି ଦେବାପାଇଁ କୌଣସି କାଗଜପତ୍ର ସିବିଆଇକୁ ଦେଇ ନଥିଲେ।
  • ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କ ଜାହାଜ ଚଳାଚଳ ମନ୍ତ୍ରଣାଳୟର ଅସହଯୋଗ ଯୋଗୁଁ ସିବିଆଇ ବ୍ଲାକ୍‌ରୋଜ ଜାହାଜ ବୁଡ଼ି ଘଟଣାର ତଦନ୍ତ କରିପାରି ନଥିଲା ଏବଂ କେସ୍‌ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା।