ପାରାଦୀପରୁ ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ ଗତି କରୁଛି 'ଅମ୍ଫାନ'
Advertisement
Article Detail0/zeeodisha/odisha683770

ପାରାଦୀପରୁ ପୂର୍ବ ଓ ଦକ୍ଷିଣ ପୂର୍ବ ଦିଗରେ ଗତି କରୁଛି 'ଅମ୍ଫାନ'

ବାତ୍ୟା ପ୍ରଭାବରେ ପାରାଦ୍ୱୀପରେ ସର୍ବାଧିକ ୨୦୮ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: 'ଅମ୍ଫାନ' ଦିଗ ବଦଳାଇଛି । ଏବେ ପାରାଦୀପରୁ ମାତ୍ର ୧୨୦ କିଲୋମିଟର ଦୂରରେ ରହିଛି । ପାରାଦୀପଠାରୁ ପୂର୍ବ ଓ ଦକ୍ଷିଣ-ପୂର୍ବ ଦିଗକୁ ଗତି କରୁଛି । ବାତ୍ୟା ପ୍ରଭାବରେ ଉପକୂଳବର୍ତ୍ତି ଜିଲ୍ଲାଗୁଡ଼ିକରେ ବର୍ଷା ଓ ପ୍ରବଳ ବେଗରେ ପବନ ବହୁଛି । ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଓ ବିଜୁଳି ଖୁଣ୍ଟ ଉପୁଡ଼ି ପଡ଼ିଥିବା ଖବର ଆସୁଛି । ତେବେ ବାତ୍ୟା ସମୀକ୍ଷା ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ଆଗାମୀ ୬ରୁ ୮ ଘଣ୍ଟା ବେଶ୍ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି ସେ କହିଛନ୍ତି । 

ବାତ୍ୟା ପ୍ରଭାବରେ ପାରାଦ୍ୱୀପରେ ସର୍ବାଧିକ ୨୦୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ପୁରୀ ଗୋପାଳପୁରରେ ପବନର ବେଗ କମିଛି । କାଁ ଭାଁ କୋଉଠି ଗଛ ଭାଙ୍ଗିଛି । ସେଠାରେ NDRF, ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ମୁତୟନ ଅଛନ୍ତି । ଏକ ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି ।

'ଅମ୍ପାନ' ହାରାହାରି ୧୮ କିଲୋମିଟର ବେଗରେ ଗତି କରୁଛି । ସେହି ସ୍ଥାନରେ ବେଗ ୧୭୦ରୁ ୧୮୦ କିଲୋମିଟର ରହିଛି । ପାରାଦୀପ ରେ ଘଣ୍ଟାପ୍ରତି ୧୦୨ କିଲୋମିଟର  ବେଗରେ ପବନ ବହିବା ରେକର୍ଡ ହୋଇଛି । ପାରାଦୀପ ଡପଲାର ରାଡାର ରେକର୍ଡ କରୁଛି । ଗୋପାଳପୁର ରେ ୮.୬ ବର୍ଷା, ଆଉ ପବନ ନାହିଁ । ପୁରୀରୁ ପବନ ବହିବା କମୁଛି । ଆଇଏମଡି ଆକଳନ ମୁତାବକ, ସୁନ୍ଦରବନରେ ସନ୍ଧ୍ୟାରେ ଲ୍ୟାଣ୍ଡଫଲ କରିବ 'ଅମ୍ଫାନ' । 

ସକାଳ ୯ଟାରୁ ଦିନ ୧ଟା ମଧ୍ୟରେ ପାରାଦୀପ ଅତିକ୍ରମ କରିବ ବାତ୍ୟା । ୪ଟା ପରେ ଭୋଗରାଇରେ ପ୍ରଭାବ ପଡ଼ିବ। ବର୍ତ୍ତମାନ ଯାଏ ୧ ଲକ୍ଷ ୩୭ ହଜାର ଉଦ୍ଧାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ଵର ଜିଲ୍ଲାରୁ କିଛି ଲୋକ ସ୍ୱତଃପ୍ରବୃତ ଭାବେ ଆଶ୍ରୟସ୍ଥଳୀ ଆସୁଛନ୍ତି । ମୟୂରଭଞ୍ଜରେ ଜିଲ୍ଲାପାଳ ଓ ଅଧିକାରୀମାନେ ତଦାରଖ କରୁଛନ୍ତି । ଅନ୍ୟ କ୍ଷୟକ୍ଷତି ଆସି ନାହିଁ । 

ସେହିପରି ବାତ୍ୟା 'ଅମ୍ଫାନ' ଭୟଙ୍କର ରୂପ ନେଇ ତାଣ୍ଡବ ରଚୁଥିବେଳେ ବାଲେଶ୍ୱର ଜିଲ୍ଲା ସୋରରେ ଗୋଟିଏ ଘର ଉପରେ ଗଛ ପଡି ୩ ଜଣ ଆହାତ ହୋଇଥିବା ଜଣାପଡିଛି । ସୋର ପୌରପାଳିକା ପଠାଣ ମହଲା ଅଞ୍ଚଳରେ ଗୋଟିଏ ଆଜବେଷ୍ଟ ଘର ଉପରେ ୩ଟି ଗଛ ଗଡି ପଡିବାରୁ ଗୋଟିଏ ପରିବାରର ୩ଜଣ ଆହାତ ହୋଇ ସୋର ଡାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି ।