ଏଥର ରଥଯାତ୍ରାରେ ରାଜ୍ୟକୁ ଭିଜାଇବ ଲଘୁଚାପ
Advertisement
Article Detail0/zeeodisha/odisha940065

ଏଥର ରଥଯାତ୍ରାରେ ରାଜ୍ୟକୁ ଭିଜାଇବ ଲଘୁଚାପ

ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିକ୍ଷିପ୍ତ ଭାବେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।

ଏଥର ରଥଯାତ୍ରାରେ ରାଜ୍ୟକୁ ଭିଜାଇବ ଲଘୁଚାପ

ଭୁବନେଶ୍ୱର: ଘନୀଭୂତ ହେଲା ଲଘୁଚାପ। ଆଉ ଏଥର ରଥଯାତ୍ରାରେ ଭିଜିବ ଓଡିଶା। ରବିବାର ସକାଳେ ପଶ୍ଚିମକେନ୍ଦ୍ରୀୟ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପ ସାଗର ତଥା ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡିଶା ଉପକୂଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି। ଏହା ସହ ଏକ ଟ୍ରଫଲାଇନ ଲଘୁଚାପ ବଳୟ ଦେଇ ରାଜସ୍ଥାନରୁ ଓଡିଶା ପର୍ଯ୍ୟନ୍ତ ଲମ୍ବିଛି।

ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପର୍ଯ୍ୟନ୍ତ ବିକ୍ଷିପ୍ତ ଭାବେ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre)। ଆସନ୍ତା ୪୮ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର ଆଦି ୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ (Yellow Warning for Heavy Rain) ଜାରି ହୋଇଛି। ଏହାସହ ଦକ୍ଷୀଣ ଉପକୂଳ ଓଡିଶାର ଅଧିକାଂଶ ସ୍ଥାନ ଏବଂ ଉତ୍ତର ଆଭ୍ୟନ୍ତରୀଣ ଓଡିଶାର କେତେକେ ସ୍ଥାନରେ ଘଡଘଡି ବର୍ଷା ବଜ୍ରପାତ ହେବାର ସମ୍ଭାବନା ରହିଛି।

Also Read: Weather Alert: ରାଜ୍ୟରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି

ଆସନ୍ତା ୧୩ ତାରିଖରେ ୩ ଜିଲ୍ଲା ଏବଂ ୧୪ ତାରିଖରେ ୨ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ସେପଟେ ବର୍ଷା ଲାଗି ସତର୍କତା ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ପରାମର୍ଶ ଦେଇଛନ୍ତି ଏସଆରସି।